ଶରୀରର ଏହି ଅଙ୍ଗରେ ବାନ୍ଧି ଦିଅନ୍ତୁ କଳା ସୂତା, ଗାଡି ବଙ୍ଗଳା, ଟଙ୍କା ସବୁକିଛି ରହିବ ଆପଣଙ୍କ ପାଖରେ

ପ୍ରାୟତଃ ଆପଣମାନେ ଦେଖିଥିବେ କି ଲୋକମାନେ ନିଜ ହାତରେ ଓ ଗୋଡରେ କଳାସୂତା ବାନ୍ଧିଥାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଖାସ ଉପାୟ ଓ ଶରୀରର ସେହି ସ୍ଥାନ ବିଷୟରେ କହିବୁ ଯେଉଁଠି କଳା ସୂତା ପିନ୍ଧିବା ଦ୍ଵାରା କୌଣସି ବି ସମସ୍ୟା ଆସେ ନାହିଁ । ଶାସ୍ତ୍ରରେ କଳା ସୂତା ସହ ଜଡିତ ଅନେକ ଉପାୟ କୁହାଯାଇଛି । ଏମିତି କୁହାଯାଏ କି କଳା ସୂତା ପିନ୍ଧିବା ଦ୍ଵାରା ବ୍ୟକ୍ତି ସବୁ ପ୍ରକାରର ନକରାତ୍ମକ ଶକ୍ତିରୁ ବଞ୍ଚିଯାଏ ।

ଯଦି ଆପଣଙ୍କ ହାତରେ ଓ ବେକରେ କଳା ସୂତା ଅଛି ତେବେ ଅନ୍ୟ ବ୍ୟକ୍ତିଙ୍କ ନଜର ଆପଣଙ୍କ ଉପରେ ପଡିବ ନାହିଁ । ଯେତେବେଳେ କଳା ସୂତା ଆପଣଙ୍କ ଶରୀରରେ ବନ୍ଧା ହୋଇଥାଏ ତେବେ ଏହି କଳା ସୂତା ଆପଣଙ୍କ ଉପରେ ଆସୁଥିବା ସମସ୍ତ ପ୍ରକାରର ଖରାପ ଦୃଷ୍ଟି ଓ ଖରାପ ଶକ୍ତିକୁ ଅବଶୋଷିତ କରି ଏମାନଙ୍କ ପ୍ରଭାବକୁ ଅଟକାଇଥାଏ । ମାନେ ଏହା ଆମ ଶରୀରର ଆଖପାଖରେ ଏକ ପ୍ରକାରର ସୁରକ୍ଷାର କାନ୍ଥ ହୋଇ ଛିଡା ହୋଇଥାଏ ।

ଏହା ସହିତ ଶନିଦୋଷରେ ବି କଳା ସୂତା ପିନ୍ଧିବା ଦ୍ଵାରା ଶନିଙ୍କ ଦୁଷ୍ପ୍ରଭାବ ବି ଶେଷ ହୋଇଯାଏ । ଏହି କାରଣ ଅଟେ କି ପ୍ରାୟତଃ ସନ୍ତ ଶନିଙ୍କ ପ୍ରକୋପ ଠାରୁ ବଞ୍ଚିବା ପାଇଁ କଳା ସୂତା ପିନ୍ଧିବା ପାଇଁ ଉପଦେଶ ଦେଇଥାନ୍ତି । କିନ୍ତୁ ପ୍ରାୟତଃ ଲୋକମାନଙ୍କୁ ଏହା ଜଣା ନ ଥାଏ କି କଳା ସୂତାକୁ ଶରୀରର କେଉଁ ସ୍ଥାନରେ ପିନ୍ଧିବା ଉଚିତ । ସେଥିପାଇଁ ଆଜି ଆମେ ଆପଣଙ୍କୁ କଳା ସୂତା ସମ୍ବନ୍ଧିତ ଏକ ସଠିକ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ କେବଳ ଉନ୍ନତି ହିଁ ଉନ୍ନତି କରିବେ ।

ପ୍ରଥମେ ଆପଣ ଏକ କଳା ସୂତା ବଜାରରୁ କ୍ରୟ କରି କୌଣସି ବି ହନୁମାନ ମନ୍ଦିରକୁ ନେଇ ଯାଇ ହନୁମାନଙ୍କ ଏହି ମନ୍ତ୍ରକୁ ୯ ଥର କହି ସେହି କଳା ସୂତାରେ ୯ଟି ଛୋଟ ଛୋଟ ଗଣ୍ଠି ବାନ୍ଧି ଦିଅନ୍ତୁ । ମନ୍ତ୍ର ଟି କିଛି ଏହିଭଳି ଅଟେ ‘ଓଁ ହୁମ ହୁମ ହନୁମତୟେ ଫଟ’ । ଏହା ପରେ ହନୁମାନଙ୍କ ପାଦରୁ ସିନ୍ଦୁର ନେଇ ଏହି କଳା ସୂତାରେ ଲଗାଇ ଦିଅନ୍ତୁ ।

ଏହା ପରେ ଏହି ସୂତାକୁ ଆପଣ ଯଦି ପୁଅ ଅଟନ୍ତି ତେବେ ନିଜର ବାମ ହାତରେ ଓ ଯଦି ଆପଣ ଝିଅ ଅଟନ୍ତି ତେବେ ନିଜର ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କ ଶତୃ ବି ଆପଣଙ୍କ ବନ୍ଧୁ ହୋଇଯିବ । ସବୁଦିଗରୁ ଆପଣ କେବଳ ଉନ୍ନତି କରିବେ ଓ ନକରାତ୍ମକ ଶକ୍ତି ଆପଣଙ୍କୁ ଛୁଇଁ ପାରିବ ନାହିଁ । ଆପଣଙ୍କୁ ଯଦି ଆମର ଲେଖାଟି ପସନ୍ଦ ଆସିଥାଏ ତେବେ ଲାଇକ ସେୟର କରନ୍ତୁ । ଆମ ସହିତ ଆଗକୁ ରହିବା ପାଇଁ ଆମପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *