ଶରୀରର ଏହି ଚିହ୍ନ କରିଥାଏ ମହିଳାଙ୍କୁ ଭାଗ୍ୟଶାଳୀ

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଶରୀରର ସେହି ଚିହ୍ନ ବିଷୟରେ ଯାହା ମହିଳାଙ୍କୁ ବହୁତ ଭାଗ୍ୟଶାଳୀ କରିଥାଏ । ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ ଘରର ଲକ୍ଷ୍ମୀ କୁହାଯାଇଥାଏ ଏବଂ ତାଙ୍କର ପୂଜା ବି କରାଯାଇଥାଏ । ଯଦି କୌଣସି ହିନ୍ଦୁ ପରିବାରରେ ଝିଅ ଜନ୍ମ ହୁଏ ତ ଲୋକେ କୁହନ୍ତି ଘରକୁ ଲକ୍ଷ୍ମୀ ଆସିଛନ୍ତି । ଏହା ଛଡା ଯେତେବେଳେ ଗୋଟେ ଝିଅ ବଡ ହୋଇଥାଏ ଓ  ତାର ବିବାହ ହୋଇଥାଏ ତେବେ ସେ ସେତେବେଳେ ନିଜ ଶାଶୁଘରକୁ ଯାଇଥାଏ । ସେତବେଳେ ବି ଲୋକେ କହିଥାନ୍ତି କି ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି ଅର୍ଥାତ ସ୍ତ୍ରୀଙ୍କୁ ଦେବୀ ବୋଲି କୁହାଯାଇଥାଏ ।

ସବୁ ଝିଅ ନିଜ ବାପା ମାଆଙ୍କ ପାଇଁ ସୌଭାଗ୍ୟ ଆଣି ଆସିଥାନ୍ତି, କିନ୍ତୁ ସାମୁଦ୍ରିକ ଶାସ୍ତ୍ରରେ ସୌଭାଗ୍ୟଶାଳି ସ୍ତ୍ରୀ ମାନଙ୍କର କିଛି ବିଶେଷତଃ ବିଷୟରେ କୁହାଯାଇଛି । ଏହି ଦୁନିଆ ପ୍ରତି ସ୍ତ୍ରୀ ମାନଙ୍କର ବହୁତ ବଡ ଯୋଗଦାନ ଅଛି କାରଣ ସେମାନେ ନୂଆ ଜୀବନର ମୂଳ ଆଧାର ହୋଇଥାନ୍ତି । ମା ଲକ୍ଷ୍ମୀ ସେହି ଘରେ ବାସ କରିଥାନ୍ତି ଯେଉଁ ଘରେ ସ୍ତ୍ରୀମାନଙ୍କୁ ସମ୍ମାନ ଦିଆଯାଇଥାଏ । ଆଜିର ଆମେ  ଆପଣଙ୍କୁ କିଛି ଏମିତି ସଙ୍କେତ କହିବୁ ଯାହାଦ୍ୱାରା ଆପଣ ଜାଣିପାରିବେ କି କେଉଁ ସ୍ତ୍ରୀ ନିଜର ସ୍ଵାମୀ ଓ ପରିବାର ପାଇଁ ଭାଗ୍ୟଶାଳୀ ହୋଇପାରେ । ଶାସ୍ତ୍ରରେ କୁହାଯାଇଛି କି ଯଦି ସ୍ତ୍ରୀ ମାନଙ୍କର କିଛି ଅଙ୍ଗ ବଡ ହୋଇଥାଏ ତାହା ପରିବାର ପାଇଁ ଭାଗ୍ୟଶାଳୀ ହୋଇଥାଏ ,ଆସନ୍ତୁ ଜାଣିବା ସେହି ଅଙ୍ଗ ଗୁଡିକ ବିଷୟରେ ।

୧ -ଚମକୁଥିବା ନଖ

ବହୁତ ମହିଳାଙ୍କ ନଖ ବହୁତ ଭଲ ଓ ସୁନ୍ଦର ହୋଇଥାଏ । ଗୋଲାପି ରଙ୍ଗର ଚମକୁଥିବା ନଖର ଝିଅମାନେ ଭଲ ସ୍ୱାସ୍ଥ୍ୟ ଓ ଭଲ ଚରିତ୍ରର ହୋଇଥାନ୍ତି । ଏମାନେ ନିଜର ସ୍ଵାମୀ ଓ ପରିବାର ସୁଖ ଦୁଃଖର ଧ୍ୟାନ ରଖନ୍ତି । ଯେଉଁ ମହିଳାଙ୍କ ମଧ୍ୟମ ଆଙ୍ଗୁଳି ବଡ ହୋଇଥାଏ ସେମାନେ ବହୁତ ଦୁର୍ଭାଗ୍ୟଶାଳୀ ହୋଇଥାନ୍ତି । ଏମିତି ମହିଳାଙ୍କୁ ବିବାହ କରିବା ପୂର୍ବରୁ ଏହି ବିଷୟରେ ଭାବିବା ଆବଶ୍ୟକ ଅଟେ ।

୨ -ବାମ ଗାଲରେ କଳାଜାଇ

ଯେଉଁ ମହିଳାଙ୍କ ବାମ ଗାଲରେ କଳାଜାଇ ଥାଏ ସେମାନେ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେମାନେ ନିଜ ପରିବରାର ଭଲଭାବେ ଧ୍ୟାନ ରଖିଥାନ୍ତି ଓ ଭଲ ଖାଇବା ବି ବନାଇଥାନ୍ତି , ଯେଉଁଥି ପାଇଁ ତାଙ୍କ ପରିବାର ଲୋକ ତାଙ୍କ ଉପରେ ସବୁବେଳେ ଖୁସି ଥାଆନ୍ତି ।

୩ -ଲମ୍ବା ନାକ

ଯେଉଁ ମହିଳାଙ୍କ ନାକ ଲମ୍ବା ହୋଇଥାଏ ସେମାନେ ସବୁ ପ୍ରକାର କଠିନ ସାମସ୍ୟାକୁ ଶାନ୍ତିର ସହିତ ସମାଧାନ କରିବାର କ୍ଷମତା ରଖିଥାନ୍ତି । ଏମାନେ ଅଧିକ ଖର୍ଚ୍ଚି ସ୍ଵଭାବର ହୋଇଥାନ୍ତି କିନ୍ତୁ ସେମାନଙ୍କର ଖର୍ଚ୍ଚ କେବେ ବ୍ୟର୍ଥ ଯାଇନଥାଏ ।

୪ -ଲମ୍ବା ଆଙ୍ଗୁଠି

ଯେଉଁ ମହିଳାଙ୍କ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ବୁଦ୍ଧିମାନ ହୋଇଥାନ୍ତି ଓ ତାଙ୍କର ପାଠ ପଢିବା ପାଇଁ ବହୁତ ଆଗ୍ରହ ଥାଏ । ଏମାନେ ଅଧିକ ଖର୍ଚ୍ଚ କରନ୍ତି ନାହିଁ । ସେମାନଙ୍କର ସ୍ଵାମୀ ଓ ପରିବାର ତାଙ୍କୁ ବହୁତ ଭଲପାନ୍ତି ।

୫ -ଗୋଲାପି ପାଦ

ଯେଉଁ ମହିଳାଙ୍କ ପାଦ ଗୋଲାପି ଓ  କୋମଳ ହୋଇଥାଏ ସେମାନେ ତାଙ୍କ ସ୍ଵାମୀଙ୍କୁ ବହୁତ ଖୁସିରେ ରଖିଥାନ୍ତି । ଏହି ମହିଳାଙ୍କୁ ବିବାହ କରିଥିବା ବ୍ୟକ୍ତି ସବୁବେଳେ ଖୁସିରେ ରହିଥାନ୍ତି ।

୬ -ପାଦତଳେ ତ୍ରିକୋଣ ଚିହ୍ନ

ଯେଉଁ ମହିଳାଙ୍କ ପାଦତଳେ ତ୍ରିକୋଣ ଚିହ୍ନ ଥାଏ ସେମାନେ ବହୁତ ଚତୁର ଓ ବୁଦ୍ଧିମାନ ହୋଇଥାନ୍ତି । ଏମାନେ ସବୁ କାମକୁ ବୁଝିବିଚାରୀ କରିଥାନ୍ତି ।

୭ -ବଡ ଆଖି

ଯେଉଁ ମହିଳାଙ୍କ ଆଖି ବଡବଡ ହୋଇଥାଏ ସେମାନଙ୍କୁ ହରିଣୀ ଆଖି ବୋଲି କୁହା ଯାଇଥାଏ । ଏମାନଙ୍କ ଜୀବନରେ ଭଲପାଇବା ଓ ଖୁସି ସବୁବେଳେ ରହିଥାଏ ।

୮ -ନାକ ପାଖରେ କଳାଜାଇ

ଯେଉଁ ମହିଳାଙ୍କ ନାକ ପାଖରେ କଳାଜାଇ ଥାଏ ସେମାନଙ୍କୁ ବହୁତ ଭାଗ୍ୟଶାଳୀ ବୋଲି କୁହାଯାଇଥାଏ , କାରଣ ସେମାନେ ଯାହା ଇଚ୍ଛା କରନ୍ତି ତାଙ୍କୁ ମିଳିଥାଏ ।

Leave a Reply

Your email address will not be published. Required fields are marked *