ରାଶିଫଳ 11 ମାର୍ଚ୍ଚ 2020, ଭଗବାନ ଗଣେଶଙ୍କ କୃପା ଓ ଗ୍ରହ ଚଳନ ଫଳରେ ବଦଳିଯିବ ଏହି ରାଶିମାନଙ୍କ ଜୀବନ

ରାଶିଫଳର ଆମ ଜୀବନରେ ବହୁତ ମହତ୍ୱ ରହିଥାଏ । ରାଶି ଅନୁସାରେ ବ୍ୟକ୍ତିର ସ୍ଵଭାବ ଓ ଭବିଷ୍ୟ ବିଷୟରେ ସୂଚନା ମିଳିଥାଏ । ଗ୍ରହ ଚଳନ ଓ ନକ୍ଷେତ୍ର ଚଳନ ଆଧାରରେ ରାଶିଫଳ ନିର୍ମାଣ କରାଯାଇଥାଏ । ଗ୍ରହ ଚଳନ ପରିବର୍ତ୍ତନ ହେବାରୁ ଆମ ଦୈନିକ ଜୀବନରେ ଘଟୁଥିବା ଘଟଣା ରେ ମଧ୍ୟ ପରିବର୍ତ୍ତନ ହୋଇଥାଏ । ଆଜି ବୁଧବାର 11 ମାର୍ଚ୍ଚ ଦିନ ଆପଣଙ୍କ ପାଇଁ କିପରି ରହିବ? ଆପଣଙ୍କ ଜୀବନରେ କି କି ପରିବର୍ତ୍ତନ ଆଣିବ? ଆପଣଙ୍କ ସବୁ ପ୍ରଶ୍ନର ଉତ୍ତର ଆଜିର ଏହି ରାଶିଫଳ ରେ ପାଇବେ, ଆସନ୍ତୁ ଜାଣିବା ଆଜିର ରାଶିଫଳ ।

ମେଷ-

ଆପଣଙ୍କ ବାରମ୍ବାର କରିବା ପ୍ରୟାସ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ଦେବ । ଆତ୍ମବିଶ୍ବାସ ରେ ବୃଦ୍ଧି ହେବ । ବିରୋଧୀ ଆପଣଙ୍କ କାର୍ଯ୍ୟରେ ବାଧା ଦେବା ପାଇଁ ଚେଷ୍ଟା କରିବେ । ବିଦ୍ୟାର୍ଥୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଯାନବାହାନ ସାବଧାନ ରେ ଚଳାନ୍ତୁ । ଆଜିର ଦିନ ଆପଣଙ୍କ ଜୀବନରେ ଖୁସି ଆଣିବ । କାରବାରରେ ଲାଭ ର ସମ୍ଭାବନା ରହିଛି । ଅଧ୍ୟୟନ ଓ କଳାକ୍ଷେତ୍ରରେ ସମ୍ମାନିତ ହେବେ । ଧନ ରେ କ୍ଷତି ହେବାର ସଂକେତ ରହିଛି ।

ବୃଷ-

ପାରିବାରିକ ମାମଲାରେ ଭାଗଦୌଡ଼ ଅଧିକ ହୋଇପାରେ । ଦିନସାରା ଭାଗଦୌଡ଼ ପରେ ସନ୍ଧ୍ୟା କୁ ଥକ୍କା ଅନୁଭବ କରିବେ । ଦିନ ଟି ଅଧିକ ସମୟ ର ଆର୍ଥିକ ଯୋଜନା ପାଇଁ ଅନୁକୂଳ ରହିବ । ଗଣେଶ ଭଗବାନଙ୍କ କୃପାରୁ ଆର୍ଥିକ ଓ ବ୍ୟବସାୟିକ ଦୃଷ୍ଟିରେ ଲାଭଦାୟକ ହେବ । କ୍ଷତି କମ ହେବାପାଇଁ ନିବେଶ ମାମଲାରେ ସାବଧାନ ରୁହନ୍ତୁ । ପ୍ରତ୍ୟେକ ବ୍ୟକ୍ତି, ବସ୍ତୁ ଓ ଘଟଣା କୁ ସକାରାତ୍ମକ ଦୃଷ୍ଟିକୋଣରୁ ଦେଖନ୍ତୁ । ଖର୍ଚ୍ଚ ଅଧିକ ହେବା କାରଣରୁ ଧନ ର ସଙ୍କଟ ଦେଖାଦେବ । କ୍ରୋଧ ଉପରେ ସଞ୍ଜମ ରଖନ୍ତୁ ।

ମିଥୁନ-

ଆଜି ଆପଣଙ୍କୁ ନିଜ ପିଲାମାନଙ୍କ ଠୁ ଶୁଭ ସମାଚାର ମିଳିବ । ଆପଣଙ୍କ ପିଲା ସମାଜରେ ଆପଣଙ୍କ ନାମ ରୋଷନ୍ କରିବେ । ପ୍ରେମ ରେ ଦୂରତା ଆସିପାରେ କାରଣ ଛୋଟ ଛୋଟ ମତଭେଦ ହୋଇପାରେ । ନିଜ ପ୍ରୟାସରେ ସଫଳତା ପାଇବା ପାଇଁ ପରିଶ୍ରମ ସହିତ ବୁଦ୍ଧି ରେ କାମ କଲେ ଯାଇ ସକାରାତ୍ମକ ପରିଣାମ ମିଳିବ ।

କର୍କଟ-

ନୂଆ ପରିଯୋଜନା ଉପରେ କାମ କରିବା ପୂର୍ବରୁ ଭଲରେ ବିଚାର କରନ୍ତୁ । କିଛି ରଚନାତ୍ମକ କରିବା ପାଇଁ ନିଜ ଦପ୍ତର ରୁ ଜଲଦି ବାହାରିବାକୁ ଚେଷ୍ଟା କରନ୍ତୁ । ପାଠନ ଓ ଲିଖନ ପରି ସାହିତ୍ୟିକ ପ୍ରବୃତ୍ତି ରେ ଅଭିରୁଚି ବଢିବ । ପରିଶ୍ରମ ର ଉପେକ୍ଷିତ ପରିଣାମ ନିମିଳିବା କାରଣରୁ ଆପଣଙ୍କ କାମରେ ତତ୍ପରତା ଓ କୁଶଳତା ଆପଣଙ୍କ ପ୍ରଗତିରେ ସାହାଯ୍ୟ କରିବ । ଆଜିର ଦିନ ଆପଣଙ୍କ ସ୍ଵଭାବ ର ଉଗ୍ରତା କାହା ସହିତ ମନମାଳିନ୍ୟ ହୋଇପାରେ । ହିତ ଶତ୍ରୁ ବାଧା ସୃଷ୍ଟି କରିପାରନ୍ତି । ସାବଧାନ ରୁହନ୍ତୁ ।

ସିଂହ-

ଆଜି ଆମଦାନୀ ର ନୂଆ ନୂଆ ସ୍ରୋତ ଉପଲବ୍ଧ ହେବ । ଧନ ସମ୍ବନ୍ଧିତ ଚିନ୍ତା ଦୂର ହେବ । ଚାକିରି କ୍ଷେତ୍ରରେ କରିଥିବା ପ୍ରୟାସ ସଫଳ ହେବ । ପୁରୁଣା ପରିଚିତ ଙ୍କ ସହିତ ଭେଟିବା ଓ ପୁଣି ସମ୍ପର୍କ ସ୍ଥାପନ ପାଇଁ ଭଲ ଦିନ ଅଟେ । ଆପଣଙ୍କ ପ୍ରିୟଙ୍କ ଅସ୍ଥିର ବ୍ୟବହାର ପାଇଁ ରୋମାନ୍ସ ବିଗିଡି ଯାଇପାରେ । ସୃଜନାତ୍ମକ କ୍ଷେତ୍ରରେ ସୃଜନଶକ୍ତିର ବି ପରିଚୟ ଦେବେ । ପୁଣି ମାନସିକ ରୂପରେ ସ୍ୱାସ୍ଥ୍ୟ ଭଲ ରହିବ ନାହିଁ । ଜଳାଶୟଠୁ ଦୂରରେ ରୁହନ୍ତୁ । ହିତକର ହେବ । ଆଜି ଆପଣ କୌଣସି ଶାନ୍ତ ସ୍ଥାନରେ ଆତ୍ମଚିନ୍ତନ କରନ୍ତୁ ।

କନ୍ୟା-

ପରିବାର ପ୍ରତି ଉତ୍ତରଦାୟିତ୍ୱ ବଢିବ, ଯାହା ଆପଣଙ୍କୁ ମାନସିକ ଚିନ୍ତା ଦେଇପାରେ । ପ୍ରିୟଙ୍କ ସହ ମତଭେଦ ହୋଇପାରେ । କିଛି ମହତ୍ୱପୂର୍ଣ୍ଣ ଲୋକଙ୍କ ସହ କଣ୍ଟାକ୍ଟ ହୋଇପାରେ । ପାରିବାରିକ ଜୀବନରେ ସୁଖ ରହିବ । ମା ଦୁର୍ଗା ଙ୍କ ଆଶୀର୍ବାଦ ମିଳିବ । ଯାହାଦ୍ଵାରା ଆପଣ ଙ୍କ ଜୀବନ ରେ ଖୁସି ହିଁ ଖୁସି ମିଳିବ । ଖୁସି ପାଇଁ ନୁଆ ସମ୍ବନ୍ଧ ର ପ୍ରତୀକ୍ଷା କରନ୍ତୁ । ମିତ୍ରଙ୍କ ସହଯୋଗରେ ଚାକିରିରେ ଅବସର ମିଳିବ । ଧନ ଉପାର୍ଜନ ରେ ସୁଧାର ଆସିବ ।

ତୁଳା-

କାମରେ କେଉଁ ଭଲ ବନ୍ଧୁ ବାଧା ଦେଇପାରେ । ନିଜ ବ୍ୟକ୍ତିତ୍ଵ ଓ ରଙ୍ଗରୂପ ସଠିକ୍ କରିବା ପାଇଁ ଚେଷ୍ଟା ସନ୍ତୋଷ ଜନକ ହେବ । ନିଜ ଭାବନାକୁ ବଶରେ ରଖନ୍ତୁ । ଆୟର ନୂଆ ସ୍ରୋତ ବିକଶିତ ହୋଇପାରେ । କିନ୍ତୁ ଖର୍ଚ୍ଚ ବଢିବ । ଲମ୍ବା ସମୟ ଯାଏ ପରିଶ୍ରମ କରନ୍ତୁ ଏହା ଆପଣଙ୍କ ପାଇଁ ବହୁତ ଭଲ ରହିବ ।

ବିଛା-

ଆଜି ଆପଣଙ୍କ ଅଧାରେ ଥିବା କାମ ପୁରା ହେବ । ବାଟରେ କେଉଁ ପୁରୁଣା ବନ୍ଧୁ ଭେଟ ହେବେ, ଯାହାକୁ ଭେଟି ଆପଣ ବହୁତ୍ ଖୁସି ହେବେ । ଯଦି ବିଦେଶ ଚାକିରି ପାଇଁ ଆବେଦନ କରିବାକୁ ଚାହୁଛନ୍ତି, ତ ଆଜିର ଦିନ ଶୁଭ । ଘର ପରିବାରରେ ପ୍ରେମ ସ୍ନେହ ଲାଗି ରହିବ । ନୂଆ ସମ୍ପର୍କ ଭବିଷ୍ୟତରେ ସହାୟକ ହେବ । ମିଛ ଆରୋପରୁ ବଞ୍ଚନ୍ତୁ । ବ୍ୟବସାୟିକ ଯାତ୍ରା ରୁ ଲାଭ ମିଳିବ । ପ୍ରତିଯୋଗିତାର ପ୍ରୟାସରେ ସଫଳତା ହାସଲ କରିବେ । ନିଜ କଥା ଅନ୍ୟ ଉପରେ ନଦେଇ ଅନ୍ୟର କଥା ଧ୍ୟାନ ଦେଇ ଶୁଣନ୍ତୁ ଓ ବାଦବିବାଦରୁ ବଞ୍ଚନ୍ତୁ ।

ଧନୁ-

ଆଜି କାର୍ଯ୍ଯ କ୍ଷେତ୍ରରେ ବିଜିନେସ ସମ୍ବନ୍ଧିତ ଟେନସନ୍ ହେବାର ଯୋଗ ରହିଛି । ନିର୍ମାଣ କାମରେ ସଫଳତା ମିଳିବ । ଜୀବନରେ ବଡ଼ ପରିବର୍ତ୍ତନ ହେବ । ମାନସିକ ଶାନ୍ତି ରେ ବାଧା ସୃଷ୍ଟି ହେବ । ମାତା ପିତାଙ୍କ ଶରୀରର ଧ୍ୟାନ ରଖିବେ, ନଚେତ୍ ବେମାର ବଢିଯାଇପାରେ ।

ମକର-

ଘରେ ବନ୍ଧୁ ପରିଜନ ଙ୍କ ସହ ଖୁସି ର ପରିବେଶ ସୃଷ୍ଟି ହେବ । ନିଜ ଉପରେ ଭରସା କରନ୍ତୁ । ସୀତରା ଙ୍କ ମିଳାମିଶା ସବୁବେଳେ ଦେଖିବାକୁ ମିଳିବ । ସାମୂହିକ ଗତିବିଧିରେ ଲିଡରସିପ କରିବେ । ଆଜି ଆପଣଙ୍କ ମାନସିକ ସ୍ଥିତି ବନାଇ ରଖନ୍ତୁ ଓ ସମ୍ମାନ କୁ ସୁରକ୍ଷିତ ରଖନ୍ତୁ । ମନ ଚିନ୍ତିତ ରହିପାରେ । ସ୍ଫୁର୍ତ୍ତି କାରଣରୁ ସୁସ୍ଥତା ଅନୁଭବ କରିବେ । ଯଦି କିଛି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଭାବୁଛନ୍ତି ତ ଜଲଦି ନିଷ୍ପତ୍ତି ନିଅନ୍ତୁ କାରଣ ଦିନଟି ଆପଣଙ୍କ ପାଇଁ ବହୁତ ଶୁଭ ଅଟେ ।

କୁମ୍ଭ-

ନୂଆ କାମ ଆରମ୍ଭ ନକରି ସ୍ଥଗୀତ ରଖନ୍ତୁ । ସମ୍ପର୍କରେ ମଜବୁତ୍ ଆସିବ । ଶତ୍ରୁଠୁ ସବାଧନାରେ ରୁହନ୍ତୁ । ପାଇଥିବା ଧନ ଆପଣଙ୍କୁ ଆଶା ଅନୁସାରେ ମିଳିବନି । ବେପାରରେ ବହୁତ୍ ପରିଶ୍ରମ କରିବେ ।

ମୀନ-

ଗରିବଙ୍କୁ କପଡା ଓ ଧନ ଦାନ କରନ୍ତୁ । ମାନସିକ ଶାନ୍ତି ଅନୁଭବ ହେବ । ପୁରୁଣା ରୋଗରୁ ମୁକ୍ତି ପାଇବେ । ଆର୍ଥିକ ସ୍ଥିତି ଖରାପ ରହିପାରେ ।

Leave a Reply

Your email address will not be published. Required fields are marked *