ସରକାରଙ୍କ ନୂଆ ନିୟମ, 1 October ରୁ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସ୍ ଟାଇମ୍ ହେବ 12 ଘଣ୍ଟା, ଏହା ସହିତ ରହିଛି ଏକ ଖୁସି ଖବର

ନମସ୍କାର ବନ୍ଧୁଗଣ ଚାକିରିଆ ଙ୍କ ପାଇଁ ଆଗାମୀ ମାସରୁ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ମୋଦି ସରକାର ୧ ଅକ୍ଟୋବର ରୁ ଶ୍ରମ ଆଇନ କୁ ନିୟମ ରେ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଯଦି ଏହି ନିୟମ ଲାଗୁ ହୁଏ ତେବେ ୧ ଅକ୍ଟୋବର ରୁ ଆପଣଙ୍କ ଅଫିସ ଟାଇମ ବଢିଯିବ। ନୂଆ ଶ୍ରମ ଆଇନରେ ୧୨ ଘଂଟା କାମ କରିବା ପାଇଁ କୁହାଯାଇଛି। ଏହା ବ୍ୟତୀତ ଆପଣଙ୍କ ଇନ ହ୍ୟାଣ୍ଡ ସାଲାରୀ ଉପରେ ମଧ୍ୟ ଏହାର ପ୍ରଭାବ ପଡିବ। ଆସନ୍ତୁ ଜାଣିବା ନୂଆ ଲେବର କୋଡ଼ର ଆପଣଙ୍କ ଉପରେ କେଉଁ ପ୍ରଭାବ ପଡିପାରେ।

ସରକାର ନୂଆ ଲେବର କୋଡ଼ର ନିୟମ କୁ ୧ ଏପ୍ରିଲ ୨୦୨୧ ରେ ଲାଗୁ କରିବାକୁ ଚାହୁଁଥିଲେ କିନ୍ତୁ ରାଜ୍ୟ ମାନେ ପ୍ରସ୍ତୁତ ନହେବାରୁ କମ୍ପାନୀ ମାନଙ୍କୁ ଏଚଆର ପଲିସି ବଦଳାଇବା ପାଇଁ ଅଧିକ ସମୟ ଦିଆଗଲା। ଲେବର ମିନିଷ୍ଟ୍ର ଅନୁସାରେ ସରକାର ଲେବର କୋଡ଼ର ନିୟମ କୁ ୧ ଜୁଲାଇ ରୁ ନୋଟିଫାଇ କରିବାକୁ ଚାହୁଁଥିଲେ କିନ୍ତୁ ରାଜ୍ୟ ମାନେ ଏହି ନିୟମ କୁ ଲାଗୁ କରିବା ପାଇଁ ଅଧିକ ସମୟ ମାଗିଲେ ଯେଉଁ କାରଣ ରୁ ଏହା କୁ ୧ ଅକ୍ଟୋବର ପର୍ଯ୍ୟନ୍ତ ଟାଳି ଦିଆଗଲା।

ଏବେ ଲେବର ମିନିଷ୍ଟ୍ର ଏବଂ ମୋଦି ସରକାର ଲେବର ଲୋଡ଼ର ନିୟମ କୁ ୧ ଅକ୍ଟୋବର ପର୍ଯ୍ୟନ୍ତ ନୋଟିଫାଇ କରିବାକୁ ଚାହୁଁଛନ୍ତି। ସାଂସଦ ଅଗଷ୍ଟ ୨୦୧୯ ରେ ୩ ଲେବର କୋଡ଼ ଇଣ୍ଡଷ୍ଟ୍ରୀୟଲ ରିଲେସନ,କାମର ସୁରକ୍ଷା,ହେଲଦ ଏବଂ ୱର୍କିଂ କଣ୍ଡିସନ ଓ ସୋ-ସି-ଆ-ଲ ସିକ୍ୟୁରୀଟି ସହିତ ଜଡିତ ନିୟମରେ ପରିବର୍ତ୍ତନ କରିଥିଲା। ଏହି ନିୟମ ୨୦୨୦ ରେ ପାସ ହୋଇଥିଲା।

ନୂଆ ଡ୍ରାଫ୍ଟ ଆଇନରେ କାର୍ଯ୍ୟ କରିବାର ସର୍ବାଧିକ ସମୟକୁ ବୃଦ୍ଧି କରାଯାଇ ୧୨ ଘଂଟା ଚାକିରୀ କରିବାକୁ ବିରୋଧ କରୁଛି କୋଡ଼ ର ଡ୍ରାଫ୍ଟ ନିୟମ୍ ରେ ୧୫ ରୁ ୩୦ ମିନିଟ ମଧ୍ୟରେ ଅତିରିକ୍ତ କାମକୁ ମଧ୍ୟ ୩୦ ମିନିଟ ବୋଲି ହିସାବ କରି ଓଭରଟାଇମ ରେ ସାମିଲ କରିବାର ନିୟମ ରହିଛି। ବର୍ତ୍ତମାନ ନିୟମରେ ୩୦ ମିନିଟ ରୁ କମ ସମୟକୁ ଓଭରଟାଇମ ଯୋଗ୍ୟ ବୋଲି କୁହାଯାଉନି। ଡ୍ରାଫ୍ଟ ନିୟମ ରେ କୌଣସି ବି କର୍ମଚାରୀ ୫ ଘଂଟା ରୁ ଅଧିକ ଲଗାତାର କାମ କରିବାକୁ ମନା କରାଯାଇଛି। କର୍ମଚାରୀ ଙ୍କୁ ପ୍ରତି ୫ ଘଂଟା ପରେ ଅଧ ଘଂଟା ବିଶ୍ରାମ ଦେବାକୁ ହେବ।

ନୂଆ ଡ୍ରାଫ୍ଟ ରୂଲ ଅନୁସାରେ ମୂଳ ବେତନ ସମୁଦାୟ ବେତନର ୫୦ ପ୍ରତିଶତ ବା ଅଧିକ ହେବା ଉଚିତ। ଏହାଠୁ ଅଧିକ କର୍ମଚାରୀ ଙ୍କୁ ବେତନର ଷ୍ଟ୍ରକର ରେ ପରିବର୍ତ୍ତନ ଆସିବ। ବେସିକ ସାଲାରୀ ବଢିବା ଫଳରେ ପିଏଫ ଓ ଗ୍ରାଚୁଟି ପାଇଁ କଟୁଥିବା ପଇସା ବଢିଯିବ କାରଣ ଏଥିରେ ଯାଉଥିବା ପଇସା ବେସିକ ସାଲାରୀ ରେ ଅନୁପାତ ରେ ହୋଇଥାଏ। ଯଦି ଏମିତି ହୁଏ ତେବେ ଆପଣଙ୍କ ଘରକୁ ଆସୁଥିବା ସାଲାରୀ କମିଯିବ ଏବଂ ରିଟାୟର ମେଣ୍ଟରେ ମିଳୁଥିବା ସାଲାରୀ ପିଏଫ ଏବଂ ଗ୍ରାଚୁଆଟି ର ପଇସା ବଢିଯିବ।

Leave a Reply

Your email address will not be published. Required fields are marked *