Health Tips- ସରକାର ଜାରି କଲେ ଡାଏଟ ଚାଟ, କରୋନା ସଂକ୍ରମିତ ଶୀଘ୍ର ରିକଭରୀ ପାଇଁ ଖାଆନ୍ତୁ ଏହି ଖାଦ୍ଯ, ବଢିବ Immunity Power

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ଦେଶରେ କୋରନା ମହାମାରୀ ର ଦ୍ଵିତୀୟ ଲହର ବ୍ୟାପିବାରେ ଲାଗିଛି ।

ଏଭଳି ପରିସ୍ଥିତି ରେ ଲୋକ ମାନଙ୍କୁ ନିଜର ଇମ୍ୟୁନିଟି ପାୱାର ବଢ଼ାଇବା ନିମନ୍ତେ ବିଶେଷ କରି କୁହାଯାଉଛି । ବିଶେଷଜ୍ଞ ଙ୍କ ଅନୁସାରେ ଯେଉଁ ବ୍ୟକ୍ତି ଙ୍କ ଇମ୍ୟୁନିଟି ପାୱାର ଅଧିକ ରହିଥାଏ ସେହି ବ୍ୟକ୍ତି ଙ୍କୁ ଏହି ମହାମାରୀ ରୁ ରକ୍ଷା ମିଳି ପାରିବ । ଏହି ସବୁ କଥା କୁ ଧ୍ୟାନ ରଖି କେନ୍ଦ୍ର ସରକାର କୋଭିଡ଼ ୧୯ ର ବିରୋଧ ରେ ପ୍ରତିରୋଧ କ୍ଷମତା କୁ ମଜବୁତ କରୁଥିବା ଖାଦ୍ୟପେୟ ର ଏକ ସୂଚୀ ଜାରି କରିଛି ।

ବିଶେଷଜ୍ଞ ଙ୍କ ଅନୁସାରେ ଯଦି ଏହି ଖାଦ୍ୟ ପଦାର୍ଥ କୁ ବ୍ୟକ୍ତି ଦୈନନ୍ଦିନ ଜୀବନ ରେ ପ୍ରୟୋଗ କରିବ ତେବେ କେବଳ କୋରନା ମହାମାରୀ ନୁହେଁ ବରଂ ଭବିଷ୍ୟତ ରେ ମଧ୍ୟ ତାକୁ ରକ୍ଷା ମିଳିବ । ତେବେ ଆସନ୍ତୁ କେନ୍ଦ୍ର ସରକାର ଙ୍କ ଦ୍ଵାରା ଜାରୀ ହୋଇଥିବା ଖାଦ୍ୟ ପଦାର୍ଥ ର ସୂଚୀ ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ମାଇ ଗଭର୍ନମେଣ୍ଟ ଇଣ୍ଡିଆ ର ଟ୍ୱିଟର ହ୍ୟାଣ୍ଡେଲ ରେ ଜାରୀ କରାଯାଇଥିବା ଇମ୍ୟୁନିଟି ବୁଷ୍ଟର ଖାଦ୍ୟ ପଦାର୍ଥ ର ସୂଚୀ ରେ କୁହାଯାଇଛି ଯେ ସବୁ ବ୍ୟକ୍ତି ଙ୍କୁ ନିଜର ଇମ୍ୟୁନିଟି ପାୱାର କୁ ବୁଷ୍ଟ୍ କରିବା ନିମନ୍ତେ ଏବଂ ମିନେରାଲ ଓ ଭିଟାମିନ ନିମନ୍ତେ ନିଜ ଥାଳି କୁ ରଙ୍ଗୀନ କରିବାକୁ ହେବ । ତାଜା ମୌସୁମୀ ଫଳ, ଲେମ୍ୱୁ, ଲାଲ ରଙ୍ଗର ଅମୃତଭଣ୍ଡା, ନାରଙ୍ଗୀ କମଳା, ଆଦି କୁ ନିଜର ଦୈନିକ ଖାଦ୍ୟ ପଦାର୍ଥ ରେ ଅବଶ୍ୟ ସାମିଲ କରିବା ଉଚିତ ।

କେନ୍ଦ୍ର ସରକାର ଙ୍କ ଦ୍ଵାରା ଜାରି କରାଯାଇଥିବା ଏହି ଖାଦ୍ୟ ପଦାର୍ଥ ର ସୂଚୀ ରେ ଏହା କୁହାଯାଇଛି ଯେ, ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଏଭଳି ଖାଦ୍ୟ ଖାଇବା ଉଚିତ ଯେଉଁଥିରେ ତାଙ୍କ ଶରୀରର ମାଂସପେଶୀ ମଜବୁତ ରହିବ ଏବଂ ନୂତନ ଭାବରେ ତିଆରି ହେବ । ଏହା ସହିତ ଯେଉଁ ଖାଦ୍ୟ ପଦାର୍ଥ ରେ ଇମ୍ୟୁନିଟି ଭରପୁର ମାତ୍ରା ରେ ଥିବ ତାକୁ ଅବଶ୍ୟ ସେବନ କରିବା ଉଚିତ । ଏହି ସମୟରେ ସାବୁ ଦାନା, ଯାଇ ଫଳ, ଅମର ବେଲ ଏବଂ ସବୁଜ ଫଳ ଓ ପନିପରିବା ଅବଶ୍ୟ ଖାଇବା ଉଚିତ ।

କୋରନା ସଂକ୍ରମଣ ରୋଗୀ ଙ୍କୁ ଖାଦ୍ୟ ରେ ସ୍ୱାଦ ଓ ଗନ୍ଧ ଜଣା ନ ପଡ଼ୁ ଥିବାରୁ ସେମାନଙ୍କୁ ଖାଦ୍ୟ ଗିଳିବାରେ କଷ୍ଟ ଅନୁଭୂତ ହୋଇଥାଏ । ତେଣୁ ଅଳ୍ପ ସମୟ ବ୍ୟବଧାନ ରେ ନରମ ଭୋଜନ କରନ୍ତୁ । ଭୋଜନ ରେ ଆମଚୁର ସାମିଲ କରି ପାରିବେ । କୋରନା ରୋଗୀ ଙ୍କ ସମେତ ଅନ୍ୟ ସମସ୍ତଙ୍କୁ ନିଜର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ନିମନ୍ତେ ଦିନକୁ ଥରେ ହଳଦୀ କ୍ଷୀର ଅବଶ୍ୟ ପିଇବା ଉଚିତ ।

ସରକାର ଙ୍କ ଦ୍ଵାରା ଜାରି କରାଯାଇଥିବା ଖାଦ୍ୟ ପଦାର୍ଥ ର ସୂଚୀ ରେ କୁହାଯାଇଛି ଯେ, କୋରନା ସଂକ୍ରମଣ ରୁ ବଞ୍ଚିବା ନିମନ୍ତେ ଏବଂ ଶରୀର କୁ ସୁସ୍ଥ ରଖିବା ନିମନ୍ତେ ଭୋଜନ ରେ ପ୍ରୋଟିନ ର ମାତ୍ରା କୁ ବଢ଼ାନ୍ତୁ । ଏଥିପାଇଁ ଚିକେନ୍, ମାଛ, ଅଣ୍ଡା, ପନିର, ସୋୟାବିନ୍ ଆଦି ଲାଭଦାୟୀ ହୋଇଥାଏ । ଏହି ସବୁ ଜିନିଷ ପ୍ରୋଟିନ ର ଭଲ ସ୍ରୋତ ବୋଲି ମାନା ଯାଇଥାଏ । ଦୈନିକ ଆହାର ରେ ଏହି ସବୁ ଜିନିଷ କୁ ଅବଶ୍ୟ ସାମିଲ କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *