ଫୁସଫୁସ କୁ ସଂକ୍ରମିତ ହେବାରୁ କିପରି ରୋକିବେ ? Dr Arvind Kumar ଙ୍କ ଠାରୁ ଜାଣନ୍ତୁ Lungs କୁ ଫିଟ ରଖିବାର ଫର୍ମୁଲା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମ-ହା-ମା-ରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି ।

ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି । କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି ।

ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରୋନା ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । ଯଦି ଭୁତାଣୁ ମନୁଷ୍ୟ ର ଫୁସଫୁସ କୁ ସଂକ୍ରମିତ ହୋଇଯାଏ ତେବେ ତାହାର ମୃ-ତ୍ୟୁ ର ସମ୍ଭାବନା ଅଧିକ ହୋଇଯାଇ ଥାଏ । ତେବେ ଆଜି ଆମେ ଆପଣଂକୁ ଜଣାଇବୁ ଆପଣ କିପରି ଫୁସଫୁସ ସଂକ୍ରମଣ ର ପ୍ରବେଶ କୁ ରୋକି ପାରିବେ ।

ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଧିକାଂଶ କରୋନା ଆକ୍ରାନ୍ତ ଙ୍କ ଠାରେ କେବଳ ସାଧାରଣ ଲକ୍ଷଣ ଦେଖା ଦେଉଛି ତେଣୁ ସେମାନେ ଗୃହ ରେ ହିଁ ସଂଗରୋଧ ଭାବରେ ରହୁଛନ୍ତି । ଏହା ସହିତ ତାଙ୍କୁ ଆଉ ଏକ ଚିନ୍ତା ଥାଏ କି ସଂକ୍ରମଣ ତାଙ୍କ ଫୁସଫୁସ ମଧ୍ୟରେ ପ୍ରବେଶ କଲେ ସେ ଜାଣିବେ କିପ ରି? ତେଣୁ ସେମାନେ ଅନେକ ପ୍ରକାର ପରୀକ୍ଷା ମଧ୍ୟ କରାଇ ଥାଆନ୍ତି ।

କିନ୍ତୁ ଏହା ଜାଣି ରଖିବା ଉଚିତ ଯେ ସଂକ୍ରମିତ ହେବାର ୮ ରୁ ୧୪ଦିନ ମଧ୍ୟରେ ଯଦି ଫୁସଫୁସ ମଧ୍ୟରେ ସଂକ୍ରମଣ ହୋଇଥାଏ ତେବେ ଏହାର ଲକ୍ଷଣ ପ୍ରକାଶ ପାଇଥାଏ । ଯଦି ଆପଣ ଫୁସଫୁସ ରେ ସଂକ୍ରମଣ ର ପ୍ରବେଶ କୁ ରୋକିବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ ବ୍ୟାୟାମ କରନ୍ତୁ ।

ପ୍ରତିଦିନ ବ୍ରିଥ ହୋଲଡିଂ ବ୍ୟାୟାମ କରିବା ଦ୍ୱାରା ଆପଣଙ୍କ ର ଫୁସଫୁସ ର ପ୍ରସାରଣ ବହୁତ ଭଲ ଭାବରେ ହୋଇଥାଏ ଓ ଆପଣଙ୍କ ର ଅମ୍ଳଜାନ ର ଆବଶ୍ୟକତା କୁ କମ କରିଥାଏ । ଏହି ବ୍ୟାୟାମ ଦ୍ଵାରା ଆପଣ ନିଜ ମଧ୍ୟକୁ ବାୟୁ କୁ ଟାଣନ୍ତୁ ଓ ଲମ୍ବା ସମୟ ପର୍ଯ୍ୟନ୍ତ ଟାଣି କରି ରଖନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ର ଫୁସଫୁସ ର ପ୍ରସାରଣ ଠିକ ଭାବରେ ହୋଇଥାଏ ।

ଏହା ପରେ ଜାଣିବା ଆଉ ଏକ ବ୍ୟାୟାମ ବିଷୟ ରେ ଯାହାର ନାମ ହେଉଛି ୬ମିନିଟ ୱାଲକ ଟେଷ୍ଟ । ଏଥିରେ ଆପଣ ପ୍ରଥମେ ଏକ ଅକ୍ସୀମିଟର ସାହାଯ୍ୟ ରେ ନିଜ ଶରୀର ର ଅମ୍ଳଜାନ ର ମାତ୍ରା କୁ ମାପ କରିବେ ଓ ଏହା ଯେପରି ୯୫ ପ୍ରତିଶତ ରୁ ଅଧିକା ହେଉଥିବା ଆବଶ୍ୟକ । ଏହା ପରେ ୬ ମିନିଟ ପାଇଁ ଚାଲିବେ ।

ଚାଲି ସାରିବା ପରେ ପୁଣି ଥରେ ଅକ୍ସୀମିଟର ଦ୍ଵାରା ଅମ୍ଳଜାନ ର ମାତ୍ରା କୁ ମାପିବେ । ଚାଲି ସାରିବା ପରେ ଯଦି ଅମ୍ଳଜାନ ର ମାତ୍ରା ୯୫ କିମ୍ବା ତାଠାରୁ ଅଧିକ ଆସିଲା ତେବେ ଜାଣିବେ ଆପଣଙ୍କ ଫୁସଫୁସ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଯଦି ଏହା କମ ଆସିଥାଏ ତେବେ ଆପଣ ଜାଣିପାରିବେ ଯେ ଫୁସଫୁସ ରେ ସଂକ୍ରମଣ ଆରମ୍ଭ ହୋଇଯାଇଛି ବା ଅନ୍ୟ କୌଣସି ଫୁସଫୁସ ଜନିତ ସମସ୍ୟା ହୋଇଛି ।

ଏହା ସହିତ ଆହୁରି କେତେକ ଲୋକ ସିଟି ସ୍କାନ କରିବା ପାଇଁ ଡାକ୍ତରଖାନାରେ ଭିଡ଼ ଜମାଉଛନ୍ତି । କିନ୍ତୁ ଆପଣଂକୁ କହି ରଖୁଛୁ କି ସିଟି ସ୍କାନ ର କୌଣସି ଆବଶ୍ୟକତା ନାହିଁ ଯଦି ଆପଣଙ୍କର ଅଵସ୍ଥା ବହୁତ ଗୁରୁତର ହେଉଛି ତେବେ ହିଁ ସିଟି ସ୍କାନ କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *