ସିନ୍ଦୁର ଶଙ୍ଖା ଦେଇ ଆଜି ମତେ ଘରକୁ ଆଣିଥିଲ କିନ୍ତୁ ଆଜି ମତେ ଏକା କରି ସବୁଦିନ ପାଇଁ ଛାଡି ଚାଲିଗଲ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯେଉଁ ଦିନ ସିନ୍ଦୁର ଓ ଶଙ୍ଖା ଦେଇ ମୋ ହାତ ଧରି ଘରକୁ ଆଣିଲ । ସେହି ଦିନର ଠିକ ବର୍ଷ ପରେ ତମେ ଆଜି ମୋତେ ଛାଡି ଅଫେରା ରାଇଜକୁ ଚାଲିଗଲ । ହଁ ବନ୍ଧୁଗଣ ଏ ହେଉଛି ଜଣେ ବିଚାରୀ ସ୍ତ୍ରୀ ର ଅକୁଳ ମନର କୋହଭରା କଥା । ଜିଏକି ନିଜ ସ୍ଵାମୀର ସହିଦ ହେବା କଥା ଶୁଣି କାନ୍ଦି କାନ୍ଦି ହୁଏତ ନିଶବ୍ଦ ପଲଟିଯାଇଛି । ହେଲେ ତା’ ମନରେ ଏପରି ବହୁତ କିଛି ନିଜ ସ୍ଵାମୀଙ୍କୁ ନେଇ କଥା ମନରେ ଉଙ୍କି ମାରିବସିଛି ।

କାରଣ ଆଜି ହେଉଛି ସୀମା ଓ ସାହିତ୍ଯଙ୍କର ବିବାହ ବାର୍ଷିକୀ । ତେବେ ସାହିତ୍ଯ ହେଉଛନ୍ତି ସହିଦ ଯବାନ ଦେବାଶିଷ ବିଶ୍ଵାଳ । ଜିଏକି ନିଜ ଦେଶ ପାଇଁ ନିଜର ପ୍ରାଣର ଉତ୍ସର୍ଗୀକୃତ କରିଦେଇଛନ୍ତି । ଆଉ ଯାହାଙ୍କୁ ହରାଇ ସାରା ଓଡିଶା ବାସୀ ଆଜି ସ୍ତବ୍ଧ ହୋଇପଡିଛି । ଏହା ସହିତ ସହିଦ ଯବାନଙ୍କ ବିୟୋଗରେ ଜନ୍ମ ମାଟି ଉପରେ ଦୁଃଖର କଳା ବାଦଲ ଚିଡି ପଡିଛି ।

ମାଓବାଦୀଙ୍କ ଆକ୍ରମଣାତ୍ମକ ଉଦ୍ୟମ ଯୋଗୁ ଅନେକ ବୀର ପୁରୁଷ ସହିଦ ହୋଇ ଧରାଶାୟୀ ହୋଇପଡିଛନ୍ତି । ତେବେ ଆମ ଓଡିଶାର ଗର୍ବ ଓ ଗୌରବର ଯବାନ ପୁତ୍ର ଦେବାଶିଷ ବିଶ୍ଵାଳ ମଧ୍ୟ  ନିଜ ଦେଶ ପାଇଁ  ସହିଦ ହୋଇଯାଇଛନ୍ତି । ହେଲେ ଆଜି ସେହି ସହିଦ ଦେବାଶିଷଙ୍କ ବିବାହର ପ୍ରଥମ ବିବାହ ବାର୍ଷିକ ଦିନଟି ଥିଲା ।

ଯେଉଁ ଦିନ ସେ ସୀମାଙ୍କୁ ବିବାହ ହୋଇ ତାଙ୍କ ଘରକୁ ତାଙ୍କର ପାଟରାଣୀ କରିକି ଆଣିଥିଲେ । ଆଉ ଆଜି ଭଳି ବିବାହ ବାର୍ଷିକୀ ଦିନରେ ତାଙ୍କ ଧର୍ମପତ୍ନୀଙ୍କୁ ବିବାହ ବାର୍ଷିକୀର ଶୁଭେଛା ଓ ଶୁଭକାମନା ମଧ୍ୟ ଜଣାଇଥାନ୍ତେ ।

ହେଲେ ବିବାହ ବାର୍ଷିକୀରେ ଧର୍ମପତ୍ନୀ ସୀମା ତ ଅଛନ୍ତି । ହେଲେ ତାଙ୍କୁ ଯିଏ ଏହି ଘରକୁ ଶଙ୍ଖା ସିନ୍ଦୁର ଦେଇକି ଆଣିଥିଲେ । ସେହି ସ୍ଵାମୀ ଅର୍ଥାତ ସହିଦ ଦେବାଶିଷ ଆଉ ଏହି ଦୁନିଆରେ ନାହାନ୍ତି । ଆଉ ଏପରି ଏକ ଅଫେରା ରାଇଜକୁ ସବୁଦିନ ପାଇଁ ଚାଲିଯାଇଛନ୍ତି ।

ଯେଉଁଠାରୁ ସେ କେବେ ମଧ୍ୟ ନିଜ ସ୍ତ୍ରୀ କିମ୍ବା ପରିବାର ପାଖକୁ ଫେରିକି ଆସିବେ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *