ସନ୍ଧ୍ୟା ସମୟରେ ତୁଳସୀ ଗଛ ସାମନାରେ ଦୀପ ଜାଳି ବୋଲନ୍ତୁ ଏହି ମନ୍ତ୍ର, ସବୁବେଳେ ଆପଣଙ୍କ ପାଖରେ ରହିବ ଧନ

ଦୁନିଆରେ ସବୁ ଲୋକଙ୍କ ଜୀବନରେ ଚିନ୍ତା ଏକ ଅଂଶ ଭାବେ ରହିଥାଏ । କିନ୍ତୁ ଯେଉଁ ଲୋକ ହିନ୍ଦୁ ଧର୍ମରେ କୁହାଯାଇ ଥିବା ନିୟମକୁ ମାନି ଧର୍ମ କର୍ମ କରିଥାଏ ତା ଜୀବନରୁ ଚିନ୍ତା ବହୁତ ଶୀଘ୍ର ଦୂର ହୋଇଯାଇ ଥାଏ । ହିନ୍ଦୁ ଶାସ୍ତ୍ରରେ ସୂର୍ଯ୍ୟଦୟ ଏବଂ ସୂର୍ଯାସ୍ତ ମହତ୍ଵ ବିଷୟରେ କୁହାଯାଇଛି ଯାହା ପୂଜା ପାଠ କରିବା ପାଇଁ ବହୁତ ଶୁଭ ଅଟେ । ଏହି ସମୟରେ ପୂଜା ପାଠା କରିବା ସହିତ ସକାଳୁ ସୂର୍ଯ୍ୟଦୟ ସମୟରେ ଗାଧୋଇବା ପରେ ସୂର୍ଯ୍ୟ ଏବଂ ତୁଳସୀକୁ ଜଣ ଅର୍ପଣ କରିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ତୁଳସୀ କୁ ଛୁଇଁଦେଲେ ମଣିଷ ହୋଇଯାଏ ପବିତ୍ର

ବ୍ୟକ୍ତି ନିଜର ଚିନ୍ତାରୁ ମୁକ୍ତି ପାଇବା ପାଇଁ ସୂର୍ଯ୍ୟାସ୍ତ ସମୟରେ ତୁଳସୀ ସାମନାରେ ଦୀପ ଜାଳି ଗୋଟିଏ ମନ୍ତ୍ର ଜପ କରିବା ଉଚିତ । ତୁଳସୀ ଗଛକୁ ସ୍ଵର୍ଗର ଗଛ କୁହାଯାଇଥାଏ କାରଣ ଏଥିରେ କେତେକ ଦେବୀ ଦେବତା ବାସ କରିଥାନ୍ତି ଏବଂ ଏହି ଗଛକୁ ଛୁଇଁବା ଦ୍ଵାରା ବ୍ୟକ୍ତିର ପାପ ମଧ୍ୟ କଟି ଯାଇଥାଏ । ନାରାୟଣ ଙ୍କର ପୂଜା କରିବା ପାଇଁ ତୁଳସୀ ନିହାତି ଆବଶ୍ୟକ ଅଟେ ।

ତୁଳସୀ ଗଛରେ ସକାଳେ ଜଳ ଚଢାଇବା ସହିତ ସନ୍ଧ୍ୟାରେ ଦୀପ ଜାଳନ୍ତୁ

ବିଷ୍ଣୁ ପୁରାଣରେ କୁହାଯାଇଛି କି ଘର ଆଗରେ ତୁଳସୀ ଗଛ ଲଗାଇବା ସହିତ ଯଦି ସକାଳେ ଜଳ ଚଢାନ୍ତି ଏବଂ ସନ୍ଧ୍ୟାରେ ଦୀପ ଜଳାଇ ଥାନ୍ତି ତେବେ ପରିବାରରେ ସୁଖ ସମୃଦ୍ଧି ବଢିଥାଏ । ଦୀପ ଜଳାଇବା ସମୟରେ ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଶୁଭ ଫଳ ମିଳିଥାଏ ।

ମନ୍ତ୍ର

ମହାପ୍ରସାଦ ଜନନୀ, ସର୍ବ ସୌଭାଗ୍ୟବିଧିନି

ଆଧି ବ୍ୟାଧି ହରା ନିତ୍ୟ, ତୁଳସୀ ତ୍ଵଙ୍ଗ ନମୋସ୍ତୁତେ ||

ଅର୍ଥ

ତୁଳସୀ ଗଛ ଜୀବନରେ ସବୁ ପ୍ରକାରର ସୌଭାଗ୍ୟ ବଢାଇବା ସହିତ ଲୋକଙ୍କୁ ସୁସ୍ଥ ରଖି ଥାନ୍ତି । ସେଥିପାଇଁ ଆମେ ଆପଣଙ୍କୁ ନମସ୍କାର କରୁଛୁ ।

ତୁଳସୀଙ୍କୁ ମା ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ । ଭଗବାନ ବିଷ୍ଣୁ କପଟ କରି ତୁଳସୀ ଙ୍କୁ ବରଣ କରିଥିବାରୁ ତାଙ୍କୁ ପଥର ହୋଇ ଯିବାର ଅଭିଶାପ ମିଳିଥିଲା । ଏହାପରେ ବିଷ୍ଣୁଙ୍କୁ ଶାଳଗ୍ରାମ ଆକାରରେ ପୂଜା କରାଯାଉଛି । ଆଶା କରୁଛୁ ଏହା ଆପଣଙ୍କୁ ଭଲ ଲାଗିଥିବ । ଏହିପରି ଅନେକ ଧାର୍ମିକ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *