ସ୍ୟାମୁଲ ମିରାଣ୍ଡା ବନିଲା ସରକାରୀ ସାକ୍ଷୀ…ଡରି ଯାଇ CBI ସାମ୍ନାରେ କହିଦେଲା ରିୟାଙ୍କର ସବୁ ସତ

ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀ ସବୁ ଆଡୁ ଫସି ସାରିଛନ୍ତି । ପ୍ରଥମେ ସିଦ୍ଧାର୍ଥ ପିଠାନୀ ରିୟାଙ୍କର ସବୁ କୁକର୍ମର ପରଦାଫାସ କରିଥିଲେ ଓ ଏହା ପରେ ଦିପେଶ ସାବନ୍ତ ମଧ୍ୟ ରିୟାଙ୍କ ବିରୋଧରେ ସମସ୍ତ କଥା କହିଥିଲେ । ହେଲେ ବର୍ତ୍ତମାନ ଏହି କେସ ର ଏକ ନୂଆ ସାକ୍ଷ ପ୍ରମାଣ ସାମ୍ନାକୁ ଆସିଛି । ସେ ହେଉଛନ୍ତି ସେମୁଏଲ ମିରାଣ୍ଡା । ସେମୁଏଲ ମିରାଣ୍ଡା ରିହଙ୍କର ସବୁ କର୍ଣ୍ଣାମାର ପରଦାଫାସ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସେମୁଏଲ ମିରାଣ୍ଡା ଥିଲେ ସୁଶାନ୍ତଙ୍କ ଘରର ମ୍ୟାନେଜର । ମିରାଣ୍ଡାଙ୍କ ମାଧ୍ୟମରେ ରିୟା ସୁଶାନ୍ତଙ୍କ ଘରୁ ଏକ ବଡ ଟଙ୍କାର ରକମରେ ଝୋଲ ଝାଲ କରିଥିଲେ । ସେମୁଏଲ ମିରାଣ୍ଡା ସୁଶାନ୍ତ ସିଂହ ରାଜପୁତଙ୍କ ସହ ବହୁତ କ୍ଳୋଜ ଥିଲେ । ମିରାଣ୍ଡା ସୁଶାନ୍ତଙ୍କର ହାଉସ ମ୍ୟାନେଜର ଥିଲେ ଓ ସୁଶାନ୍ତଙ୍କର ସମସ୍ତ ଆକାଉଣ୍ଟ ଓ ଘରର ସମସ୍ତ ଖର୍ଚ ବିଷୟରେ ବୁଝୁଥିଲେ । ଏହା ସହିତ ରିୟା ମଧ୍ୟ ମିରଣ୍ଡାଙ୍କ ଅନୁମତିରେ ସମସ୍ତ ଆର୍ଥିକ ସୁବିଧା ସୁଶାନ୍ତଙ୍କ ତରଫରୁ ପାଉଥିଲେ ।

ଏହି କିଛିଦିନ ତଳେ ସିବିଆଇ ମିରଣ୍ଡାଙ୍କୁ ପଚରା ଉଚରା କରିଥିଲେ, ଯାହାଦ୍ୱାରା ସିବିଆଇ ସାମ୍ନାରେ ମିରଣ୍ଡା ସଂପୂର୍ଣ୍ଣ ରୂପେ ଭାଙ୍ଗିଯାଇଥିଲା ଓ ରିୟାଙ୍କର ସବୁ କାରନାମାର ପରଦାଫାସ କରିଥିଲା । ସିବିଆଇ ସୂତ୍ର ଅନୁସାରେ ସେମୁଏଲ କହିଛନ୍ତି ଯେ, ପୂର୍ବ ବର୍ଷ ମେ ମାସ ୨୦୧୯ ରେ ସୁଶାନ୍ତଙ୍କ ଘରେ ପ୍ରଥମେ ରିୟାଙ୍କର ଆଗମନ ହୋଇଥିଲା । ଏହା ପରେ ମିରଣ୍ଡା ୨୦୧୯ ଜୁଲାଇ ମାସରେ ଗୋଆ ପଳାଇ ଯାଇଥିଲା । ହେଲେ ଯେତେବେଳେ ମିରଣ୍ଡା ଗୋଆ ରୁ ଫେରି ଆସିଲେ ସେତେବେଳେ ସେ ଦେଖିଥିଲେ ଯେ, ସୁଶାନ୍ତ ଜୀବନରେ ବହୁତ କିଛି ପରିବର୍ତ୍ତନ ଆସିଯାଇଛି ।

ମିରଣ୍ଡା ଙ୍କ ମତରେ ରିୟା ଚକ୍ରବର୍ତ୍ତୀ କହିବା ଦ୍ଵାରା ସୁଶାନ୍ତଙ୍କ ଘରର ନୂଆ ମ୍ୟାନେଜର ସୃତି ମୋଦୀଙ୍କୁ କରା ଯାଇଥିଲା ।ଏହା ସହିତ ରିୟା ସୁଶାନ୍ତଙ୍କ ସହ ଲିଭିଙ୍ଗ ରିଲେସନରେ ରହିଥିଲେ । ଏପରିକି ରିୟାଙ୍କର ବାପା ନିଜେ ରିୟାଙ୍କୁ ଲିଭିଙ୍ଗ ରିଲେସନରେ ରହିଥିବା ସମୟରେ ସୁଶାନ୍ତଙ୍କ ଘରେ ଛାଡି ଯାଉଥିଲେ । କିଛି ଦିନ ପରେ ରିୟା ସୁଶାନ୍ତଙ୍କୁ କେପ୍ରି ହାଇଟ୍ସ ଫ୍ଲାଟକୁ ଛାଡିବା ପାଇଁ ଏକ ବାହାନା କରିଥିଲେ । ଏହା ଦ୍ଵାରା ସୁଶାନ୍ତ ରିୟାଙ୍କ କଥାକୁ ମାନି ନେଇଥିଲେ ।

ସୁଶାନ୍ତ ରିୟାଙ୍କର ସମସ୍ତ କଥାକୁ ମାନି ଚଳୁଥିଲେ । ଏହା ସହିତ ଦିନେ ରିୟା ସୁଶାନ୍ତ ଅସୁସ୍ଥ ଅଛନ୍ତି ବୋଲି ସୁଶାନ୍ତଙ୍କୁ କହିଥିଲେ । ଏହା ଫଳରେ ରିୟା ସୁଶାନ୍ତଙ୍କୁ ନେଇ ନିଜ ଘରକୁ ଯାଇଥିଲେ । ଏହା ପରଠାରୁ ଅନୁମାନ କରାଯାଇଛି ଯେ, ସେହି ସମୟରୁ ରିୟା ସୁଶାନ୍ତଙ୍କୁ ଡ୍ରଗ୍ସ ଦେଇଥିଲେ । ରିୟା ସୁଶାନ୍ତଙ୍କ ସହ ଅନ୍ୟ କାହାକୁ ସାକ୍ଷାତ କରିବାକୁ ଦେଉନଥିଲେ ଓ ନିଜ କାମ କରି ଚାଲିଥିଲେ । ବନ୍ଧୁଗଣ ମିରଣ୍ଡାଙ୍କର ଏହି ବୟାନ ପରେ ରିୟାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆ ଯିବାର ଅଛି ଓ ମିରଣ୍ଡା ସୁଶାନ୍ତଙ୍କ କେସ ରେ ସରକାରୀ ସାକ୍ଷ ପ୍ରମାଣ ହେବ ପାଇଁ କହିସାରିଛନ୍ତି ।

ଆପଣଙ୍କ ମତାମତ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଦିଅନ୍ତୁ ଓ ଏ ବିଷୟରେ ଅଧିକ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *