ବନ୍ଧୁଗଣ କ୍ୟାମେରା ମ୍ୟାନ ମାନସ ସ୍ଵାଇଁ ହତୟାକାଣ୍ଡରେ ବିଭିନ୍ନ ସମୟରେ ବିଭିନ୍ନ ରୋଚକ ତଥ୍ୟ ସାମ୍ନାକୁ ଆସୁଛି । ଏହି ଘଟଣାରେ ସୂଚନା ଓ ଲୋକ ସମ୍ପର୍କର ପୂର୍ବତ୍ତମ ଅଧିକାରୀ ନିରଞ୍ଜନ ସେଠି ଗିରଫ ହୋଇସାରିଛନ୍ତି । ଏହା ସହିତ ରାଜ କମ୍ୟୁନିକେସନର ଯିଏ ମାଲିକ ସେ ମଧ୍ୟ ଗିରଫ ହୋଇ ସାରିଛନ୍ତି । ତେବେ ଯେତେବେଳେ ମାନସ ସ୍ଵାଇଁଙ୍କୁ ଅପହରଣ କରାଗଲା ସେତେବେଳେ ତାଙ୍କ ସହ କିପରି ବ୍ୟବହାର କରାଗଲା ।
ଆଉ ତାଙ୍କ ହତୟାର ଷଡଯନ୍ତ୍ରରେ କିପରି ହୋଇଥିଲା ଏହାକୁ ନେଇ ବୃଦ୍ଧାଶ୍ରମର କର୍ମଚାରୀ ନିଜର ବୟାନ ଦେଇଛନ୍ତି । ତେବେ ସେ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା । ବୃଦ୍ଧାଶ୍ରମ ମହିଳା କର୍ମଚାରୀ ଜଣକ କହିଛନ୍ତି-‘ପ୍ରଥମେ ମାନସକୁ କାରରେ ସେମାନେ ଆଣିଥିଲେ ଓ ପଚରା ଉଚରା କରିଲେ । ସେହି ସମୟରେ ତାକୁ କହିଲେ ସାର୍ଟ ଖୋଲିବା ପାଇଁ ସେ ସାର୍ଟ ନଖୋଳିବାରୁ ତାର ସାର୍ଟ ଚିରି ଦେଲେ ।
ଆଗକୁ ସେ କହିଛନ୍ତି-‘ଏହା ପରେ ତାକୁ ବାଡଏଇଲେ ଓ ପଚାରିଲେ କେଉଁଠି ରଖିଛୁ । ସେ କହିଲା ମୋ ପାଖରେ ନାହିଁ । ତା ପରେ ସେମାନେ ତାକୁ ସେପଟ ଘରେ ରଖିବା ପାଇଁ କହିଲେ ଓ ମୋତେ ତାଲା ମାଗିଲେ ମୁ କହିଲି ତାଲା ନାହିଁ । ସେଥିପାଇଁ ସେମାନେ ତାକୁ ଏପଟ ଘର ଆଣି ରଖିଲେ । ତାର ଏଟିଏମ କାର୍ଡ, ମୋବାଇଲ ଫୋନ ଓ 4 ହଜାର ଟଙ୍କା ସହ ସମସ୍ତ ଡକ୍ୟୁମେଣ୍ଟ ନେଇଗଲେ । ଏହା ପରେ ତାକୁ ଘର ଭିତରେ ରଖି ବାହାରୁ ଚାବି ଦେଇ ଚାଲିଗଲେ’ ।
ଆଗକୁ ସେ କହିଛନ୍ତି-‘ଏହା ପରେ ଦିନେ ମ୍ୟାଡମ ଆସିଲେ ସେ କହିଲା ମ୍ୟାଡମ ଅଛି ମୋ ପାଖରେ ସିଆରପିରେ ସିଆରପି ଚାଲନ୍ତୁ । ମ୍ୟାଡମ କହିଲେ ତୁ ଆଗେ ଖାଇଦେ ସେ କହିଲା ନାହିଁ ଆଗେ ସିଆରପି ଆସିଲା ପରେ ମୁଁ ଖାଇବି । ହେଲେ ମ୍ୟାଡମ କହିଲେ ତୁ ଆଗେ ଖାଇଦେ ତା ପରେ ଯିବା । ଏକୁଟିଆ ମ୍ୟାଡମ ଆସିବା ପାଇଁ ଭୟ କରୁଥିଲେ ସେଥିପାଇଁ ତାଙ୍କ ସହ ଆଉ ତିନି ଜଣ ଆସିଥିଲେ’ ।
ଆଗକୁ ସେ କହିଛନ୍ତି-‘ତା ପରେ ସେମାନେ ସିଆରପି ଗଲେ ହେଲେ ସେ କହିଲା କଟକରେ ଅଛି । ଏହା ପରେ ସେମାନେ ତାକୁ ଆଶ୍ରମ ନେଇ ଆସିଲେ ଓ ବହୁତ ବାଡେଇଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ବୃଦ୍ଧାଶ୍ରମର ମହିଳା କର୍ମଚାରୀ ଜଣକ ମାନସ ହତୟାକାଣ୍ଡ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।