ସାମ୍ନା କୁ ଆସିଲା ବରିଷ୍ଠ ରାଜନେତା Pradeep Mahaarathi ଙ୍କ ଝିଅ ପଲ୍ଲବୀ ଓ ଅର୍ଦ୍ଧେନ୍ଦୁ ଙ୍କ ବାହାଘର ଭିଡିଓ, ବହୁତ ଆଡମ୍ବରରେ ହୋଇଥିଲା ବିବାହ, ଦେଖନ୍ତୁ Video

ବିବାହ ବନ୍ଧନ ଦୁନିଆର ସବୁଠୁ ପବିତ୍ର ବନ୍ଧନ ହୋଇଥାଏ । ଏହି ବନ୍ଧନରେ ବାନ୍ଧି ହୋଇ ଦୁଇ ଅଜଣା ବ୍ୟକ୍ତି ସାରା ଜୀବନ ପାଇଁ ପରସ୍ପରର ହୋଇଥାନ୍ତି । ସେ ସାରା ଜୀବନ ପାଇଁ ସୁଖ ଦୁଃଖ ରେ ସାଥି ହୋଇ ରହିଥାନ୍ତି । ଅଗ୍ନି କୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କ ସହ ଏହି ବନ୍ଧନରେ ବାନ୍ଧି ହୋଇ ଯାଆନ୍ତି ଓ ସାରା ଜୀବନ ସୁଖ ଦୁଃଖ ପାପ ପୁଣ୍ୟରେ ଭାଗୀଦାର ହୋଇଥାନ୍ତି । ଏମିତିରେ ଏହି ବାହାଘର ଉତ୍ସବ କୁ ଲୋକମାନେ ଖୁବ ଧୁମ ଧାମରେ ପାଳନ କରନ୍ତି ।

ଏମିତି ଏକ ଆଡମ୍ବର ପୂର୍ଣ୍ଣ ବାହାଘର ହୋଇଥିଲା ଓଡିଶାର ବରିଷ୍ଠ ବିଜୁ ଜନତା ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥିଙ୍କ ଝିଅଙ୍କର । ପଲ୍ଲବୀ ମହାରଥିଙ୍କ ଏକ ମାତ୍ର ଅଲିଅଳି ଝିଅ ଅଟନ୍ତି । ଦୁଇ ଜଣ ହିଁ ହାଇ ପ୍ରୋଫାଇଲ ର ବ୍ୟକ୍ତିତ୍ବ ଅଟନ୍ତି ।

ପଲ୍ଲବୀ ଙ୍କ ବିବାହ ଅଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ଙ୍କ ସହ ସମ୍ପନ୍ନ ହୋଇଥିଲା । ପଲ୍ଲବୀ ଓଡିଶାର ବିଶିଷ୍ଠ ରାଜନେତା ପ୍ରଦୀପ ମହାରଥିଙ୍କ ଝିଅ ହୋଇଥିବା ବେଳେ ଅର୍ଦ୍ଧେନ୍ଦୁ ଓଡିଆ ସିନେମାର ଜଣେ ଫେମସ ଆକ୍ଟର ଅଟନ୍ତି । ଭୁବନେଶ୍ବରର ବରମୁଣ୍ଡା ପଡିଆରେ ସାତ ମାସ ତଳେ ଦୁଇ ଜଣ ଙ୍କର ବିବାହ ଉତ୍ସବ ଆୟୋଜିତ ହୋଇଥିଲା । ଅଗ୍ନିକୁ ସାକ୍ଷୀ ରଖି ଦୁହେଁ ଦୁହିଁଙ୍କ ହାତ ଧରିଥିଲେ । କନ୍ୟା ବେଶରେ ସଜେଇ ହୋଇ ପଲ୍ଲବୀ ଖୁବ ସୁନ୍ଦର ନଜର ଆସୁଥିଲେ ।

ଏହି ବିବାହ ଉତ୍ସବରେ ଅଭିନେତା ଠାରୁ ନେଇ ରାଜନେତା ପର୍ଯ୍ୟନ୍ତ ଓଡିଶାର ହାଇ ପ୍ରୋଫାଇଲ ର ବ୍ୟକ୍ତି ସାମିଲ ହୋଇଥିଲେ । ଖୁବ ଆଡମ୍ବରରେ ଏହି ବିବାହ ସମ୍ପନ୍ନ ହୋଇଥିଲା । ପ୍ରଦୀପ ମହାରଥୀ ଓ ତାଙ୍କ ପତ୍ନୀ ପ୍ରତିଭା ମହାରଥୀ ଏହି ବିବାହକୁ ନେଇ ବହୁତ ଖୁସି ଥିଲେ ଓ ବାପା ମା ହିସାବରେ ନିଜ ଝିଅର କନ୍ୟାଦାନ କରିଥିଲେ । ଏହା ସହିତ ବାଜା ବାଣ ରୋସଣୀ ସହିତ ବର ବେଶରେ ସଜେଇ ହୋଇ ବରଯାତ୍ରୀ ଆଣି ଆସିଥିଲେ ଅଭିନେତା ଅର୍ଦ୍ଧେନ୍ଦୁ ।

ଏହି ବାହାଘର ଖୁବ ଆଡମ୍ବରରେ ସଂପୂର୍ଣ୍ଣ ହୋଇଥିଲା । ସମସ୍ତ ରୀତି ନୀତି ଅନୁସାରେ ବିବାହର ସମସ୍ତ କର୍ମ କରା ଯାଇଥିଲା । ବନ୍ଧୁ ବାନ୍ଧବ ସମ୍ପର୍କୀୟ ଅତିଥି ସମସ୍ତେ ଖୁବ ଆନନ୍ଦ ମନରେ ଏହି ବିବାହରେ ଯୋଗ ଦେଇଥିଲେ । ପୂରାପୂରି ରାଜକୀୟ ଶୈଳୀ ରେ ହୋଇଥିଲା ଦୂହିଁ ଙ୍କ ବାହାଘର । ବିବାହର ଦୁଇ ମାସ ପୂର୍ବରୁ ହିଁ ଏହାର ଆୟୋଜନ ଆରମ୍ଭ ହୋଇଥିଲା । ପ୍ରିୱେଡିଙ୍ଗ ର ଫଟୋ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ସମସ୍ତଙ୍କର ଆଶୀର୍ବାଦ ଓ ଶୁଭକାମନା ସହିତ ପଲ୍ଲବୀ ଓ ଅର୍ଦ୍ଧେନ୍ଦୁ ନୂତନ ଜୀବନ ଆରମ୍ଭ କରିଥିଲେ । ଏହି ବିବାହକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆସିଥିଲେ ଓ ସେ ଝିଅ ଜ୍ଵାଇଁ ଉଭୟଙ୍କୁ ଆଶୀର୍ବାଦ ମଧ୍ୟ କରିଥିଲେ । ଆପଣ ଆମର ଏହି ଭିଡିଓ ରେ ଏହି ବିବାହର ସଂପୂର୍ଣ୍ଣ ଝଲକ ଦେଖି ପାରିବେ ।

ତେବେ ବନ୍ଧୁଗଣ ଆପଣଙ୍କୁ ଆମର ଏହି ପୋସ୍ଟ ଟି ପସନ୍ଦ ଆସିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *