ସାକ୍ଷାତ ଲକ୍ଷ୍ମୀ ହୋଇଥାନ୍ତି ଏହି ମାସରେ ଜନ୍ମ ହେଇଥିବା ଝିଅମାନେ, ଜନ୍ମ ହେବାମାତ୍ରେ ଘରେ ହେଇଥାଏ ଧନବର୍ଷା

ଆମର ଭାରତୀୟ ଶାସ୍ତ୍ର ଗୁଡିକରେ ଝିଅମାନଙ୍କୁ ପୂଜନୀୟ କୁହାଯାଇଛି । ଏହା ସହିତ ଏଥିରେ ଏହା ବି କୁହାଯାଇଛି କି ଝିଅମାନଙ୍କ ମଧ୍ୟରେ ସ୍ଵୟଂ ମହାଲକ୍ଷ୍ମୀ ବାସ କରିଥାନ୍ତି । ସେଥିପାଇଁ ଯେତେବେଳେ ଗୋଟିଏ ଝିଅର ଜନ୍ମ ହୋଇଥାଏ ତେବେ ଲୋକମାନେ କୁହନ୍ତି କି ଘରେ ଲକ୍ଷ୍ମୀଙ୍କ ଜନ୍ମ ହୋଇଛି । ଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟା ଅନୁସାରେ ଯେଉଁ ମାସରେ ଝିଅମାନେ ଜନ୍ମ ହୋଇଥାନ୍ତି ସେହି ମାସ ସେମାନଙ୍କ ଭାଗ୍ୟ ସହ ଗଭୀର ସମ୍ପର୍କ ରଖିଥାଏ ।

କହିବାକୁ ଗଲେ କିଛି ମାସ ଏତେ ଶୁଭ ହୋଇଥାଏ କି ଯଦି ସେହି ମାସରେ କୌଣସି ଝିଅର ଜନ୍ମ ହୋଇଥାଏ ତେବେ ସେହି ଝିଅ ଜଣକ ସମସ୍ତଙ୍କ ପାଇଁ ବହୁତ ଶୁଭ ବୋଲି କୁହାଯାଏ । ଏହା ସହିତ ଏହି ଝିଅମାନଙ୍କ ମଧ୍ୟରେ ସ୍ଵୟଂ ମହାଲକ୍ଷ୍ମୀ ବିରାଜମାନ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ମାସ ବିଷୟରେ କହିବାକୁ ଯାଉଛୁ ଯେଉଁ ମାସରେ ଝିଅମାନେ ଜନ୍ମ ହେଉଛନ୍ତି ତେବେ ସେ ବହୁତ ହିଁ ଭାଗ୍ୟଶାଳୀ ହୋଇଥାନ୍ତି ।

ଆସନ୍ତୁ ଜାଣିବା କେଉଁ ମାସରେ ଜନ୍ମ ନେଉଥିବା ଝିଅମାନେ ହୋଇଥିବା ସ୍ଵୟଂ ଲକ୍ଷ୍ମୀଙ୍କ ରୂପ

ଫେବ୍ରୁୟାରୀ

ଯେଉଁ ଝିଅମାନଙ୍କ ଜନ୍ମ ଫେବ୍ରୁୟାରୀ ମାସରେ ହୋଇଥାଏ ଏମାନେ ବହୁତ ହିଁ ଶାନ୍ତ ସ୍ଵଭାବର ହୋଇଥାନ୍ତି । ଏହା ସହିତ ଏମାନେ ବୁଦ୍ଧିମାନ ବି ଅଟନ୍ତି । ଏହି ଝିଅମାନଙ୍କ ବିବାହ ଯେଉଁଠି ବି ହୋଇଥାଏ ସେମାନଙ୍କ ଶଶୁରଘର ଓ ସେଠିକାର ଲୋକମାନେ ବହୁତ ଭଲ ହୋଇଥାନ୍ତି । ଏହା ସହିତ ଏହି ଝିଅମାନଙ୍କୁ ସମସ୍ତ ପ୍ରକାରର ସୁଖ ସୁବିଧା ବି ମିଳିଥାଏ । ଏହି ଗ୍ରହମାନଙ୍କର ଶୁଭ ପରିଣାମ ଏମାନଙ୍କ ପରିବାରକୁ ବି ମିଳିଥାଏ ।

ଏପ୍ରିଲ

ଏପ୍ରିଲ ମାସରେ ଜନ୍ମିତ ଝିଅମାନେ ସାକ୍ଷାତ ମାତା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି । ଏହା ସହିତ ଏହି ମାସକୁ ବହୁତ ଶୁଭ ବି କୁହାଯାଇଛି । ଯେଉଁ ଝିଅମାନଙ୍କ ଜନ୍ମ ଏହି ମାସରେ ହୋଇଥାଏ ସେମାନଙ୍କ ଭାଗ୍ୟ ବହୁତ ଭଲ ହୋଇଥାଏ ଓ ଏମାନେ ସର୍ବଦା ସବୁ କ୍ଷେତ୍ରରେ ଶୀର୍ଷରେ ରହିଥାନ୍ତି । ଏହି ଝିଅମାନଙ୍କ ଜୀବନରେ କେବେ ବି ଧନର ଅଭାବ ଆସେ ନାହିଁ । ଯେଉଁ ପୁଅ ସହିତ ଏମାନଙ୍କ ବିବାହ ହୋଇଥାଏ ସେମାନଙ୍କ ଭାଗ୍ୟ ବି ଖୋଲିଯାଏ ।

ଜୁନ

ଜୁନ ମାସରେ ଜନ୍ମିତ ଝିଅମାନେ ବି ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଓ ଏମାନେ ବି ମାତା ଲକ୍ଷ୍ମୀଙ୍କ ସଙ୍ଗେ ସମାନ ହୋଇଥାନ୍ତି । ଏମାନେ ବହୁତ ଚାଲାକ ଓ ଭଲ ବ୍ୟକ୍ତିତ୍ଵ ବାଲା ଝିଅ ହୋଇଥାନ୍ତି । ଏମାନେ ଜୀବନରେ ସଫଳ ହେବା ପାଇଁ ପରିଶ୍ରମ କରିଥାନ୍ତି ଓ ଏମାନଙ୍କୁ ସଫଳତା ବି ମିଳିଥାଏ ।

ସେପ୍ଟେମ୍ବର

ଯେଉଁ ଝିଅମାନଙ୍କ ଜନ୍ମ ସେପ୍ଟେମ୍ବର ମାସରେ ହୋଇଥାଏ ସେମାନଙ୍କ ଜାତକରେ ଚନ୍ଦ୍ର, ବୁଧ ଓ ଶୁକ୍ର ତିନୋଟି ଗ୍ରହର ମିଳନ ହୋଇଥାଏ । ଯେଉଁ କାରଣରୁ ଏହି ମାସରେ ଜନ୍ମ ନେଇଥିବା ଝିଅ ବହୁତ ହିଁ ଧନବାନ ହୋଇଥାନ୍ତି ଓ ଏମାନେ ନିଜ ଜୀବନରେ ସବୁକିଛି ପ୍ରାପ୍ତ କରିଥାନ୍ତି । ଏମାନଙ୍କ ପାଖରେ କେବେ ବି କୌଣସି ଜିନିଷର ଅଭାବ ନ ଥାଏ ।

Leave a Reply

Your email address will not be published. Required fields are marked *