ଭିଡିଓ ଦେଖି ଆଖିରେ ଲୁହ ଚାଲି ଆସିବ, ରାସ୍ତାରେ ଢାଳି ହେଇଥିବା କ୍ଷୀର କୁକୁର ପିଉଥିବା ସମୟରେ ଲୋକଟି କ୍ଷୀର ସଂଗ୍ରହ କରୁଛି, ଜାଣନ୍ତୁ କାହିଁକି

୧୫ ଏପ୍ରିଲକୁ ଶେଷ ହେବାର ଥିବା ୨୧ ଦିନର ଲକଡାଉନକୁ ବର୍ତ୍ତମାନ ପିଏମ ମୋଦୀ ପୁଣିଥରେ ୩ ମେ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ଆଜି ସକାଳ ୧୦ ଟା ସମୟରେ ପିଏମ ମୋଦୀ ଦେଶବାସୀମାନଙ୍କୁ ସମ୍ବୋଧନ ଦେଇ ଏହି ଲକଡାଉନ ବିଷୟରେ କହିଛନ୍ତି । ଏହା ସହିତ ମହାମାରୀ ଭୂତାଣୁ ସହ ଯୁଧ୍ୟରେ ଆମର ଭୂମିକା ବିଷୟରେ ବି ବିସ୍ତାର ବିଷୟରେ କହିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଦେଶରେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ଭୋକିଲା ପେଟରେ ନିଜର ଦିନ ବିତାଉଛନ୍ତି । ଏହି ଆଧାରରେ ବର୍ତ୍ତମାନ ହିଁ ଏକ ଭିଡିଓ ସାମ୍ନାକୁ ଆସୁଛି । ଏହି ଭିଡିଓଟି ଟ୍ୱିଟରରେ ବହୁତ ଭାଇରାଲ ବି ହେଉଛି । ଭିଡିଓରେ ଦେଖା ଯାଉଛି କି ଗୋଟିଏ ବ୍ୟକ୍ତି ଯିଏକି ରାସ୍ତା ଉପରେ ପଡିଥିବା କ୍ଷୀରକୁ ଏକାଠି କରିବା ପାଇଁ ଚେଷ୍ଟା କରୁଛି ।

ଯାହା ପରେ ସେ ସେହି କ୍ଷୀରକୁ କୁକୁରଙ୍କୁ ପିଇବାକୁ ଦେଇ ପାରିବ । ଏନଡୀଟିଭି ର ଏକ ରିପୋର୍ଟ ଅନୁସାରେ, ଏହି ଦୃଶ୍ୟ ଆଗ୍ରାର ରାମ ବାଗ ଛକର ଅଟେ । କହିବାକୁ ଗଲେ ଗୋଟିଏ ବଡ କ୍ଷୀରର କଣ୍ଟେନର କଥିତ ରୂପରେ ରାସ୍ତା ଉପରେ ପଲଟି ଗଲା । ଯେଉଁ କାରଣରୁ ତାଜମହଲରୁ କେବଳ ୬ କିଲୋମିଟର ଦୂର ରାସ୍ତା ଉପରେ ବହୁତ ମାତ୍ରାରେ କେବଳ କ୍ଷୀର ହିଁ କ୍ଷୀର ନଜର ଆସୁଥିଲା ।

ଏହି କ୍ଷୀରକୁ କିଛି କୁକୁର ବି ଚାଟି ଚାଟି ପିଉଥିଲେ । ଏହା ସହିତ ବ୍ୟକ୍ତି ଜଣକ ଗୋଟିଏ ଛୋଟ ମାଠିଆରେ ରାସ୍ତାରେ ପଡିଥିବା କ୍ଷୀରକୁ ସମ୍ଭବତଃ ଏକାଠି କରିବାକୁ ଚେଷ୍ଟା କରୁଛି । କହିବାକୁ ଗଲେ ହିନ୍ଦୁସ୍ତାନ ଟାଇମ୍ସ ଅନୁସାରେ, ଇତ୍ମାଦ-ଉଦ-ଦୌଲା ପୋଲିସ ଷ୍ଟେସନର ଏସଏଚଓ ଉଦୟ ବୀର ମଲିକ ଏହି ଘଟଣାର ପୁଷ୍ଟି କରି କହିଲେ କି ଆଶ୍ଚର୍ଯ୍ୟକର କଥା ଏହା ଅଟେ କି ଭିଡିଓରେ ଥିବା ବ୍ୟକ୍ତି ଜଣକ ନିଜ ପାଇଁ ନୁହେଁ ଅଥବା କୁକୁର ମାନଙ୍କ ପାଇଁ ଏହି କ୍ଷୀରକୁ ଏକାଠି କରୁଥିଲା ।

ସେହି ବ୍ୟକ୍ତି ଜଣକ ରାମ ବାଗ ଫ୍ଲାଈଓବର ତଳେ ରହିଥାଏ ଓ କେବେ କେବେ ପାଖରେ ଥିବା ମନ୍ଦିରକୁ ବି ଯାଇଥାଏ । ସେ କୁକୁର ମାନଙ୍କ ଭୋଜନ ପାଇଁ ଖାଦ୍ୟ ଏକତ୍ରିତ କରିଥାଏ । ଏହି ଆଧାରରେ ସୋମବାର ଦିନ କୁକୁରମାନଙ୍କ ପାଇଁ କ୍ଷୀର ଏକାଠି କରୁଥିଲା । କହିବାକୁ ଗଲେ ଏହି ଭିଡିଓ ଏକ ପ୍ରକାରର ଗରିବମାନଙ୍କ ଦୁର୍ଭାଗ୍ୟପୂର୍ଣ୍ଣ ସ୍ଥିତି ବିଷୟରେ ବର୍ଣ୍ଣନା କରୁଛି ।

ଏହା ସେହି ସମସ୍ତ ଲୋକମାନଙ୍କ ପାଇଁ ଏକ ଉଦାହରଣ ହୋଇପାରିବ ଯେଉଁମାନେ ଖାଦ୍ୟ ସାମଗ୍ରୀ ନଷ୍ଟ କରି ଦେଇଥାନ୍ତି । ସେଥିପାଇଁ ବର୍ତ୍ତମାନ ସମୟରେ ଅନ୍ନର ସମସ୍ତ ଦାନା ବହୁତ ମହତ୍ଵ ରଖିଥାଏ । ସମସ୍ତ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *