ସକାଳୁ ଉଠିବା ପରେ ଏହି 3 ଟି କାମ କେବେ ମଧ୍ୟ କରିବେ ନାହିଁ, ହୋଇଥାଏ ବହୁତ ଅଶୁଭ- Chanakya Niti

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ମହାନ ଜ୍ଞାନୀ ଚାଣକ୍ୟ ଙ୍କ ନୀତି ରେ ରଚିତ ଏଭଳି ୩ଟି କାର୍ଯ୍ୟ ସମ୍ବନ୍ଧରେ କହିବୁ, ଯେଉଁ କାର୍ଯ୍ୟ ଗୁଡ଼ିକୁ ସକଳେ ଉଠିବା ପରେ କରିବା ଆଦୋୖ ଉଚିତ ନୁହେଁ । ଚାଣକ୍ୟ ନୀତି ମହାନ ଜ୍ଞାନୀ ଚାଣକ୍ୟ ଙ୍କ ଦ୍ଵାରା ରଚିତ ଏକ ନୀତି ଗ୍ରନ୍ଥ ଅଟେ । ଏହି ଗ୍ରନ୍ଥ ର ମୁଖ୍ୟ ଉଦ୍ଧେଶ୍ୟ ହେଉଛି ମାନବ ସମାଜକୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା । ମହାନ ଜ୍ଞାନୀ ନିଜ ନୀତି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଙ୍କୁ ରାଜଗାଦିରେ ବସାଇଥିଲେ । ଏହି ଚାଣକ୍ୟ ନୀତି ରେ ଥିବା ନିୟମ ପ୍ରତ୍ୟେକ ମନୁଷ୍ୟ ଜାଣିବା ନିହାତି ଆବଶ୍ୟକ ଅଟେ ।

ବନ୍ଧୁଗଣ କୁହାଯାଏ ଯେ, ଦିନର ଆରମ୍ଭ ଯଦି ଭଲ ହୋଇଥାଏ ତେବେ ଅନ୍ତ ମଧ୍ୟ ଭଲରେ ହୋଇଥାଏ । ଯଦି ଦିନର ଆରମ୍ଭ ରେ ହିଁ କୌଣସି ବାଧା ବିଘ୍ନ ଆସିଥାଏ ତେବେ ପୁରା ଦିନ ଖରାପ ବିତିଥାଏ । ବନ୍ଧୁଗଣ ଚାଣକ୍ୟ ନୀତିରେ ଏଭଳି ୩ଟି କାର୍ଯ୍ୟ ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି ଯାହା ସକାଳୁ ଉଠିବା ପରେ କରିବା ଉଚିତ ନୁହେଁ । ତେବେ ବନ୍ଧୁଗଣ ଆସନ୍ତୁ ସେହି କାର୍ଯ୍ୟ ଗୁଡ଼ିକ ସମ୍ବନ୍ଧରେ ବିସ୍ତାର ଭାବରେ ଜାଣିବା ।

୧. ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଅଛନ୍ତି ଯେଉଁମାନେ ସକାଳୁ ଉଠିବା ପରେ ପ୍ରଥମେ ଆଇନା ରେ ନିଜ ଚେହେରା ଦେଖିବାକୁ ପସନ୍ଦ କରନ୍ତି ଏବଂ ଏହା ସେମାନେ ନିଜ ପାଇଁ ଶୁଭ ବୋଲି ମାନିଥାନ୍ତି । କିନ୍ତୁ ବନ୍ଧୁଗଣ ଶାସ୍ତ୍ର ଅନୁସାରେ ସକାଳୁ ଉଠିବା ପରେ କେବେବି ଆଇନା ରେ ନିଜ ଚେହେରା ଦେଖିବା ଅଥବା ଅନ୍ୟ କୌଣସି ବ୍ୟକ୍ତି ର ଚେହେରା ଦେଖିବା ଆଦୋୖ ଉଚିତ ନୁହେଁ ।

ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ବ୍ୟକ୍ତି କୁ ସକାଳୁ ଉଠିବା ପରେ ଭଗବାନ ଙ୍କ ଆରାଧନା କରି ଆଖି ଖୋଲିବା ଉଚିତ ଏବଂ ନିଜ ଦୁଇ ହାତକୁ ଦେଖିବା ଉଚିତ । ଏପରି କରିବା ଦ୍ୱାରା ଆପଣଙ୍କ ଦିନ ସକରାତ୍ମକ ଉର୍ଜା ରେ ପୂର୍ଣ ହୋଇଥାଏ ଏବଂ ଆପଣ ନିଜ ସମସ୍ତ କାର୍ଯ୍ୟ ଧ୍ୟାନ ର ସହିତ କରି ପାରନ୍ତି ଏବଂ ସଫଳତା ମଧ୍ୟ ହାସଲ କରନ୍ତି ।

୨. ବନ୍ଧୁଗଣ ପ୍ରାୟ ବ୍ୟକ୍ତି ଏଭଳି ଅଛନ୍ତି ଯେଉଁମାନେ ସକାଳୁ ଉଠି ପ୍ରଥମେ ନିଉଜ ପେପର ବା ଟିଭି ଦେଖନ୍ତି । ବନ୍ଧୁଗଣ ସକାଳୁ ଉଠିବା ପରେ ପ୍ରଥମେ କେବେବି ପେପର ପଢ଼ିବା ଉଚିତ ନୁହେଁ । କାରଣ ପେପର ରେ ଥିବା ଖବର ରେ ବିଭିନ୍ନ ପ୍ରକାର ର ନକରାତ୍ମକତା ରହିଥାଏ ଏବଂ ଆପଣଙ୍କ ମନରେ ମଧ୍ୟ ନକରାତ୍ମକତା ସୃଷ୍ଟି ହୋଇଥାଏ ଯାହା ଦ୍ୱାରା ରାତ୍ରିର ଲମ୍ବା ନିଦ ପରେ ସକାଳେ ତିଆରି ହୋଇଥିବା ସକରାତ୍ମକ ଉର୍ଜା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଥାଏ ଏବଂ ଆପଣଙ୍କ ପୁରା ଦିନ ଖରାପ ରେ କଟିଥାଏ । ତେଣୁ କେବେବି ସକାଳୁ ଉଠିବା ପରେ ପ୍ରଥମେ ପେପର ପଢନ୍ତୁ ନାହିଁ ଅଥବା ନିଉଜ ଦେଖନ୍ତୁ ନାହିଁ ।

୩. ବନ୍ଧୁଗଣ ସକାଳୁ ଉଠିବା ପରେ ପ୍ରଥମେ କେବେବି କୌଣସି ହିଂସ୍ର ଜନ୍ତୁ ର ଫଟୋ ଦେଖନ୍ତୁ ନାହିଁ ଅଥବା କୌଣସି ବ୍ୟକ୍ତି ସହ ଝଗଡ଼ା କରନ୍ତୁ ନାହିଁ ଏହା ଦ୍ଵାରା ଆପଣଙ୍କ ପୁରା ଦିନ ମନ୍ଦ ରେ ବିତିଥାଏ । ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ଙ୍କୁ ସକାଳେ ଉଠିବା ପରେ ବେଡ଼ ଟି ପିଇବାର ଅଭ୍ୟାସ ରହିଥାଏ ଏବଂ ସେମାନେ ଦାନ୍ତ ନ ଘଷି ବେଡ଼ ଟି ପିଇଥାନ୍ତି । ଶାସ୍ତ୍ର ଅନୁସାରେ ଏପରି କରିବା ଆଦୋୖ ଉଚିତ ନୁହେଁ ।

ବନ୍ଧୁଗଣ ଯଦି ଦାନ୍ତ ଘଷିବା ସମ୍ଭବ ନୁହେଁ ତେବେ ମୁହଁ ଧୋଇବା ପରେ ହିଁ କୌଣସି ଖାଦ୍ୟ ପଦାର୍ଥ ସେବନ କରନ୍ତୁ । ନଚେତ ଆପଣଙ୍କ ଦିନ ସାରା ସମସ୍ତ କାର୍ଯ୍ୟ ରେ ବିଘ୍ନ ଆସିଥାଏ । ତେବେ ବନ୍ଧୁଗଣ ସର୍ବଦା ସକାଳୁ ଉଠିବା ପରେ ଏହି କାର୍ଯ୍ୟ ନ କରିବା ନିମନ୍ତେ ଚେଷ୍ଟା କରନ୍ତୁ । ଏଥି ନିମନ୍ତେ ଧ୍ୟାନ ରଖିବା ଦ୍ୱାରା ଆପଣଙ୍କ ଦିନ ଶୁଭଦାୟକ ହୋଇଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଆଗକୁ ଶାସ୍ତ୍ର ସମ୍ବନ୍ଧୀୟ ତଥ୍ୟ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *