କୋଟିଏ ରେ ଗୋଟିଏ ବ୍ୟକ୍ତି କୁ ହିଁ ଆସିଥାଏ ଭଗବାନ ଶିବଙ୍କର ଏହି ସ୍ଵପ୍ନ, ଯଦି ଆସିଯାଏ ତ ହେଇଯିବେ କୋଟିପତି- Swapna Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏଭଳି ଏକ ରୋଚକ ତଥ୍ୟ ଯାହା ଜାଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଚକିତ ହେବେ । ବନ୍ଧୁଗଣ ଯଦି ଭଗବାନ ଶିବ ଆପଣଙ୍କ ସ୍ବପ୍ନ ରେ ଆସୁଛନ୍ତି ତେବେ ଏହାକୁ ନିଶ୍ଚିତ ଭାବରେ ଦେଖନ୍ତୁ । ବନ୍ଧୁଗଣ ଦେବ ଙ୍କ ଦେବ ମହାଦେବ ଆପଣଙ୍କ ସ୍ବପ୍ନ ରେ କିଛି ସଂକେତ ପ୍ରଦାନ କରିବା ନିମନ୍ତେ ଆସିଥାନ୍ତି । ଯେବେ କୌଣସି ଭକ୍ତ ମହାଦେବ ଙ୍କ ଆରାଧନା କରିଥାଏ ଏବଂ ତାର ଭକ୍ତି ରେ ମହାଦେବ ପ୍ରସନ୍ନ ହୋଇଥାନ୍ତି ତେବେ ମହାଦେବ ନିଶ୍ଚିତ ଭାବରେ ସେହି ଭକ୍ତ ର ସ୍ବପ୍ନ ରେ ଆସିଥାନ୍ତି ।

ମହାଦେବ ନିଜ ଭକ୍ତ ଙ୍କ ପରୀକ୍ଷା ମଧ୍ୟ ନେଇଥାନ୍ତି ଏବଂ ଯଦି ତାଙ୍କ ପରୀକ୍ଷା ରେ ଭକ୍ତ ଉତ୍ତୀର୍ଣ୍ଣ ହୋଇଯାଏ ତେବେ ତାକୁ ନିଶ୍ଚିତ ଭାବରେ ଫଳ ପ୍ରାପ୍ତ ହୋଇଥାଏ । ତେବେ ବନ୍ଧୁଗଣ ଦେବ ଙ୍କ ଦେବ ଆପଣଙ୍କ ସ୍ବପ୍ନ ରେ ଆସିବା ଦ୍ଵାରା କେଉଁ ସଂକେତ ନେଇ ଆସିଥାନ୍ତି, ଆସନ୍ତୁ ସେହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଭଗବାନ ଶିବ ଧ୍ୟାନୀ ଏବଂ ବୈରାଗୀ ଅଟନ୍ତି । ତାଙ୍କର ବିଭିନ୍ନ ରୂପ ରହିଛି । ଦେବତା ଗଣ ଙ୍କ ମଧ୍ୟରେ ଭଗବାନ ଶିବଙ୍କ ଭିନ୍ନ ସ୍ଥାନ ରହିଛି । ସେ ଦେବ ଙ୍କ ଦେବ ଏବଂ କାଳର କାଳ ଅଟନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କ ସ୍ବପ୍ନ ରେ କେବେବି ଭଗବାନ ଶିବ ଆସିଥାନ୍ତି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଭଗବାନ ଶିବ ସ୍ବପ୍ନ ରେ ଆସିଲେ ଆପଣ ନିଶ୍ଚିତ ଭାବରେ ତାଙ୍କର ଆରାଧନା କରନ୍ତୁ । ବନ୍ଧୁଗଣ ଭଗବାନ ଶିବ ସ୍ବପ୍ନ ରେ ଆସିବାର କାରଣ ହେଉଛି ପୂର୍ବ ଜନ୍ମ ରେ ଆପଣଙ୍କ ଭକ୍ତି ଅସମ୍ପୂର୍ଣ୍ଣ ରହି ଯାଇଥିଲା ଏବଂ ଏଥି ନିମନ୍ତେ ଭଗବାନ ଶିବ ଆପଣଂକୁ ଏହି ସମ୍ବନ୍ଧରେ ମନେ ପକାଇବା ପାଇଁ ସ୍ବପ୍ନ ରେ ଆସିଥାନ୍ତି ।

୨. ବନ୍ଧୁଗଣ ଯଦି ଆପଣ ଭଗବାନ ଶିବ ଙ୍କ ଆରାଧନା ସତ ଏବଂ ସଫା ମନରେ କରିଥାନ୍ତି ତେବେ ଭଗବାନ ଶିବ ଆପଣଂକୁ ଏହାର ଫଳ ନିଶ୍ଚିତ ଭାବରେ ପ୍ରଦାନ କରିଥାନ୍ତି । ବନ୍ଧୁଗଣ କୌଣସି ଏକ ସମୟରେ ଧରା ପୃଷ୍ଠ ରେ ଭଗବାନ ଶିବ ଏକ ଗରିବ ରୂପରେ ନିଜ ଭକ୍ତ ର ପରୀକ୍ଷା ନେବା ନିମନ୍ତେ ଆସିଥିଲେ । ଶିବ ଙ୍କ ଭକ୍ତ ଭଗବାନ ଶିବ ଙ୍କ ଗରିବ ଅଵତାର ସମ୍ବନ୍ଧରେ ଜାଣି ନଥିଲେ ଏବଂ ତାଙ୍କୁ ଦେଖି ଖାଦ୍ୟ ଏବଂ କିଛି ଵସ୍ତ୍ର ଦାନ କରିଥିଲେ ।

ଏହାଦ୍ବାରା ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ଏବଂ ସେ ନିଜ ଭକ୍ତ କୁ ତା’ର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଦୁଇ ଗୁଣ ଅଧିକ ଫଳ ପ୍ରଦାନ କରିଥିଲେ । ତେବେ ବନ୍ଧୁଗଣ ଆପଣ ଯଦି ଭଗବାନ ଶିବ ଙ୍କ ଆଶୀର୍ବାଦ ପାଇବାକୁ ଚାହାନ୍ତି ତେବେ କେବେବି କୌଣସି ଗରିବ ବ୍ୟକ୍ତି କୁ ଶୂନ୍ୟ ହସ୍ତ ରେ ଯିବାକୁ ଦେବେ ନାହିଁ । ହୋଇପାରେ ସେହି ଗରିବ ବ୍ୟକ୍ତି ଜଣକ ଭଗବାନ ଶିବ ଙ୍କ ର ହିଁ ରୂପ ହୋଇଥିବ ଏବଂ ଭଗବାନ ଶିବ ଧରାପୃଷ୍ଠକୁ ଆପଣଂକ ପରୀକ୍ଷା ନେବା ନିମନ୍ତେ ଅଵଧାରଣ କରିଥିବେ ।

୩. ବନ୍ଧୁଗଣ ଯଦି ଆପଣଙ୍କ ସ୍ବପ୍ନ ରେ ଶିବଲିଙ୍ଗ ଦେଖା ଯାଉଛି ତେବେ ତାହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ । ସ୍ବପ୍ନ ରେ ଶିବଲିଙ୍ଗ ଦେଖା ଯିବାର ଅର୍ଥ ଆପଣଙ୍କ ଜୀବନ ରେ ସୁଖ ସମୃଦ୍ଧି ସ୍ଥାପନ ହେବାକୁ ଯାଉଛି ଏବଂ ଆପଣଙ୍କ ଜୀବନ ସକରାତ୍ମକ ଉର୍ଜା ରେ ପରିପୂର୍ଣ୍ଣ ହେବାକୁ ଯାଉଛି । ତେବେ ବନ୍ଧୁଗଣ ଯଦି ଆପଣ କେବେ ନିଜ ସ୍ବପ୍ନ ରେ ଶିବଲିଙ୍ଗ ଦେଖୁଛନ୍ତି ତେବେ ତୁରନ୍ତ ଶିବଲିଙ୍ଗ ରେ ଜଳ ଅର୍ପଣ କରନ୍ତୁ ଏବଂ ପ୍ରତିଦିନ ପୂଜା ଅର୍ଚ୍ଚନା କରନ୍ତୁ । ସ୍ବପ୍ନ ରେ ଶିବଲିଙ୍ଗ ଦେଖା ଯିବାର ଅର୍ଥ ଆପଣଙ୍କ ଉପରେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ଅଛନ୍ତି ।

୪. ବନ୍ଧୁଗଣ ଯଦି ଆପଣଙ୍କ ସ୍ବପ୍ନ ରେ ଭଗବାନ ଶିବ ଦର୍ଶନ ଦେଉଛନ୍ତି ତେବେ ଆପଣ ଜୀବନ ରେ କରିଥିବା ସମସ୍ତ ପାପ ଧୋଇ ହୋଇଯାଏ । ଶାସ୍ତ୍ର ରେ ଉଲ୍ଲେଖନୀୟ ରହିଛି ଯେ, ଭଗବାନ ଶିବ ସେହି ବ୍ୟକ୍ତି ଙ୍କ ସ୍ବପ୍ନ ରେ ଆସନ୍ତି ଯାହାର ହୃଦୟ ସଫା ଏବଂ କୋମଳ ହୋଇଥାଏ । ଯେଉଁ ବ୍ୟକ୍ତି ସର୍ବଦା ଜୀବନ ରେ ସୁକର୍ମ କରିଥାଏ ସେହି ବ୍ୟକ୍ତି ଙ୍କୁ ହିଁ ଭଗବାନ ଶିବ ସ୍ବପ୍ନ ରେ ଦର୍ଶନ ଦେଇଥାନ୍ତି । ତେବେ ବନ୍ଧୁଗଣ ସର୍ବଦା ନିଜ ଜୀବନରେ ସୁକର୍ମ କରିବା ନିମନ୍ତେ ଚେଷ୍ଟା କରନ୍ତୁ ।

କିନ୍ତୁ ବନ୍ଧୁଗଣ ସର୍ବଦା ଗୋଟିଏ କଥାର ଧ୍ୟାନ ରଖିବେ ଯେ, ଯଦି କେବେବି ଆପଣଙ୍କ ସ୍ବପ୍ନ ରେ ଭଗବାନ ଶିବ ଦର୍ଶନ ଦେଉଛନ୍ତି ତେବେ ଏହି ସମ୍ବନ୍ଧରେ କୌଣସି ଅନ୍ୟ ବ୍ୟକ୍ତି ଙ୍କୁ କହିବେ ନାହିଁ । ନଚେତ ଭଗବାନ ଶିବ କ୍ରୋଧିତ ହେବେ ଏବଂ ଆପଣଂକୁ କେବେବି ଭଗବାନ ଶିବଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ନାହିଁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *