ସବମରିନ ରେ ସୈନିକଙ୍କ ଜୀବନ କିପରି ହୋଇଥାଏ ? ଜାଣିଲେ ଆପଣ ବିଶ୍ଵାସ ବି କରି ପାରିବେନି…ଏତେ କଷ୍ଟ ! ଦେଖନ୍ତୁ Video

ବନ୍ଧୁଗଣ, ଆଜି ଆମ୍ଭେ କହିବାକୁ ଯାଉଅଛୁ ଯେ ସବମରିନ ରେ କିଭଳି ହୋଇଥାଏ ନାଭିକ ମାନଙ୍କ ଜୀବନ ? ଆମ୍ଭ ଦେଶର ସେନା ଜମି, ଜଳ ତଥା ଆକାଶ ସମସ୍ତ ଜାଗାରୁ ଆମ୍ଭର ରକ୍ଷା କରିଥାନ୍ତି । ମାତ୍ର କିଛି ସୈନିକ ଏଭଳି ମଧ୍ୟ ଅଛନ୍ତି ଯେ କି ଦିନ ରାତି ଭୂମି ତଥା ଆକାଶ ବ୍ୟତୀତ ସମୁଦ୍ରରେ ହଜାର ଫୁଟ ପାଣି ଭିତରେ ଦେଶର ସୁରକ୍ଷା ନିମନ୍ତେ ଲାଗିଥାନ୍ତି  । ଏମାନେ ସେହି ନାଭିକ ଅଟନ୍ତି ଯେଉଁମାନେ ସମୁଦ୍ରରେ କେତେ କେତେ ମାସ ରହି ଦେଶର ସେବା କରିଥାନ୍ତି ।

ନାଭିକ ଙ୍କ ସମ୍ବନ୍ଧରେ ଆଜି କିଛି ବିଶେଷ କଥା ଆସନ୍ତୁ ଜାଣିନେବା । ସବମରିନ ରେ ଏହି ନୌସୈନିକ ଙ୍କ ଜୀବନ ସହଜ ହୋଇନଥାଏ । ଏମାନଙ୍କ ପରିବାର ଲୋକେ କୁହନ୍ତି ଯେ ଏମାନଙ୍କ ଜୀବନ ବହୁତ କଠିନ ହୋଇଥାଏ । ଯେବେ ସେମାନେ କୌଣସି ମିସନକୁ ଯାଇଥାନ୍ତି ତେବେ ପରିବାର ଲୋକଙ୍କୁ ଏହା ମଧ୍ୟ ଜଣା ନଥାଏ ଯେ ସେମାନେ କେତେଦିନ ଲାଗି କେଉଁଠାକୁ ଯାଉଛନ୍ତି ?

ସବମରିନ ରେ ଥିବା ବେଳେ ଗାଧୋଇବା ତ ଦୂରରେ ଥାଉ ତାଉ ସେମାନଙ୍କୁ ଦାଢି ମଧ୍ୟ ବନାଇବାର ସମୟ ହୋଇ ନଥାଏ । ସବମରିନ ପାଣି ଭିତରେ ଏବଂ ଉପରେ ଉଭୟ ଜାଗାରେ ଚାଲିପାରିବ । ନାଭିକ ମାନଙ୍କର ମୁଖ୍ୟ କାମ ପାଣିର ଗଭୀର ମାପିବା ସହିତ ଶତ୍ରୁ ମାନଙ୍କ ଉପରେ ନଜର ରଖିବା ହୋଇଥାଏ । କୌଣସି ମିସନ ନିମନ୍ତେ ଯିବା ପାଇଁ ନୌସୈନିକ ଯେଉଁଭଳି ଭାବରେ ସମୁଦ୍ରର 1000 ଫୁଟ ଭିତରକୁ ଯାଇଥାନ୍ତି ତାଙ୍କର ବାହାରଦୁନିଆରୁ ସମ୍ପର୍କ ବିଚ୍ଛିନ୍ନ ହୋଇଯାଇଥାଏ ।

ଏହିଭଳି ମିଶନ ଗୋଟିଏ ମାସରୁ ଆରମ୍ଭ କରି 6 ମାସ ପର୍ଯ୍ୟନ୍ତ ହୋଇଥାଏ । ସେହି ସମୟରେ ତାଙ୍କର ପରିବାର ସହିତ କୌଣସି ପ୍ରକାରର ସମ୍ପର୍କ ମଧ୍ୟ ରହିନଥାଏ । ସବମରିନ ରେ ସବୁବେଳେ ପାଣିର ଅଭାବ ହୋଇଥାଏ । ପ୍ରତ୍ୟକ ନୌ ସୈନିକ ଙ୍କୁ ଦିନକୁ ୪ ରୁ ୫ ମଗ ପାଣି ମିଳିଥାଏ । ସେମାନଙ୍କୁ ଡିସ୍ପୋଜୀବଲ ପୋଷାକ ଦିଆଯାଇଥାଏ ଯାହାକୁ ୨ ରୁ ୩ ଦିନ ପିନ୍ଧି ଫିଙ୍ଗି ଦିଆଯାଇଥାଏ ।

କାରଣ ସେହି ପୋଷାକ ରେ ଏକ ଅଲଗା ପ୍ରକାରର କେମିକାଲ ଲାଗିଥାଏ ଯାହା ନଗାଧୋଇ ମଧ୍ୟ କୀଟାଣୁ ତଥା ରୋଗ ଠାରୁ ଦୂରରେ ରଖିଥାଏ । ଏଠାରେ ସମସ୍ତେ ସମାନ ପୋଷାକ ପିନ୍ଧିଥାନ୍ତି । ନୌ ସୈନିକ ଙ୍କୁ ସବମରିନ ରେ ଖାଦ୍ୟ ଖାଇବା ର ମଧ୍ୟ ଅସୁବିଧା ହୋଇଥାଏ । ଖାଇବା ନିମନ୍ତେ ଏମାନଙ୍କୁ ସାଧାରଣତ ବିନା ତଡକା ଥିବା ଡାଲି, ଭାତ, ରୋଟି ଏବଂ ଅଳ୍ପ ମସଲା ଥିବା ସାଧା ପାରିବା ତଥା ତରକାରୀ ଦିଆଯାଇଥାଏ ।

ଖାଇବା ଜିନିଷ ତାଜା ହୋଇନଥାଏ ଏହା ଏକ ଟିଣ ଡବା ମଧ୍ୟରେ ରହିଥାଏ । ଖାଇବା ବନାଇବା ସମୟରେ ଧ୍ୟାନ ରଖାଯାଇଥାଏ ଯେ ଅଧିକ ଧୂଆଁ ନ ଉଠୁ ଏଣୁ ସାଧା ଖାଦ୍ୟ ବନାଯାଇଥାଏ । ସବମରିନ ସମୁଦ୍ର ଭିତରକୁ ଯିବା ସମୟରେ ସାଥିରେ ଡାକ୍ତର ଏବଂ ଅନ୍ୟ ସାମଗ୍ରୀ ର ମଧ୍ୟ ସୁବିଧା ରହିଥାଏ । ଭିତରେ ଅନେକ ଗୁଡିଏ ଉପକରଣ ଲାଗିବା ଫଳରେ ସେଠାରେ ଶୋଇବା ଜାଗା ବହୁତ କମ ରହିଥାଏ । ତେବେ ବନ୍ଧୁଗଣ ନୌସୈନିକ ମାନଙ୍କ ଜୀବନୀ ସମ୍ବନ୍ଧରେ ଜାଣି ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *