ପରିବାର ସମ୍ଭାଳିବାକୁ ଅଣ୍ଟା ଭିଡି ଠିଆ ହେଲେ ସହୀଦ ଦେବାଶିଷଙ୍କ ପତ୍ନୀ ସଙ୍ଗୀତା…ଦେଖନ୍ତୁ କଣ କହିଲେ ସହିଦ ଦେବାଶିଷ ଙ୍କ ସାନ ଭାଇ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପରିବାର ସମ୍ଭାଳିବାକୁ ଅଣ୍ଟା ଭିଡି ଠିଆ ହେଲେ ସହିଦ ଦେବାଶିଷଙ୍କ ପତ୍ନୀ ! ତେବେ ବର୍ତ୍ତମାନର ଚର୍ଚିତ ଖବର ଅନୁଯାଇ ସବୁଆଡେ ଏବେ ସହିଦ ଦେବାଶିଷଙ୍କ ବିୟୋଗରେ ଦୁଃଖର ମାହୋଲ ହୋଇଯାଇଛି । ତେବେ ନିଜ ସ୍ଵାମୀଙ୍କୁ ହରାଇ ଦେବାଶିଷଙ୍କ ଧର୍ମପତ୍ନୀ ସଂଗୀତା ବର୍ତ୍ତମାନ ସମୟରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । କାନ୍ଦି କାନ୍ଦି ତାଙ୍କ ଆଖିରୁ ଲୁହ ମଧ୍ୟ ଶୁଖି ଗଲାଣି ।

ହେଲେ ନିଜ ସ୍ଵାମୀ ଦେବାଶିଷଙ୍କ ବିୟୋଗ ପାଇଁ ତାଙ୍କ ମନରେ ସୃଷ୍ଟି ହୋଇଥିବା କୋହକୁ ନିଜ ଭିତରେ ଚାପି ରଖିଛନ୍ତି ସଂଗୀତା । ନା କାହାକୁ କିଛି କହିପାରୁଛନ୍ତି । ନା ନିଜର କୋହକୁ ନିଜ ଭିତରେ ସମ୍ଭାଳି ରଖିପାରୁଛନ୍ତି । ତେବେ ଏହାରି ମଧ୍ୟରେ ଦେବାଶିଷ ଛାଡିଯାଇଥିବା ଶେଷ ସନ୍ତକ ରୂପେ ତାଙ୍କ କୁନି ଝିଅର ମୁହଁକୁ ଚାହିଁ ନିଜ ପରିବାରର ପ୍ରତିପୋଷଣ କରିବା ପାଇଁ ସଂଗୀତା ଅଣ୍ଟା ଭିଡିଛନ୍ତି । କାରଣ ଦେବାଶିଷ ତାଙ୍କ ଘରର ବଡ ପୁଅ ଥିଲେ ।

ତେଣୁ ତାଙ୍କ ପରିବାରର ଭରଣପୋଷଣର ଦାୟିତ୍ଵ ତାଙ୍କ ଉପରେ ହିଁ ରହିଥିଲା । ହେଲେ ଯେତେବେଳେ ଶତ୍ରୁ ମାନଙ୍କ ଆକ୍ରମଣ କାରଣରୁ ଏହି ଅସମୟରେ ଦେବାଶିଷଙ୍କ ଦେହାନ୍ତ ଘଟି ଯାଇଛି । ସେତେବେଳେ ତାଙ୍କ ପରିବାର ସଂପୂର୍ଣ୍ଣ ଭାବରେ ନିରାଶାୟୀ ହୋଇପଡିଛି । ତେବେ ଏହି ସବୁ କଥା ଆଖିରେ ରଖି ଦେବାଶିଷଙ୍କ ସାନ ଭାଇ ନିଜ ଭାଉଜଙ୍କର ଚାକିରୀ କଥାକୁ ଗଣ ମାଧ୍ୟମ ସାମ୍ନାରେ ଉଠାଇଛନ୍ତି । ଏହା ସହିତ ଏପରି କିଛି ନିଜର ମନ୍ତବ୍ୟ ରଖିଛନ୍ତି ।

ଯେଉଁଠାରେ ଦେବାଶିଷଙ୍କ ସାନ ଭାଇ କହିଛନ୍ତି । ଯେ ଭାଉଜ ଆମର ଅଧିକ ପାଠ ପଢିଛନ୍ତି । ତେଣୁ ସରକାରଙ୍କ ନିକଟରେ ତାଙ୍କର ଓଡିଶା ମଧ୍ୟରେ ଚାକିରୀ ଖଣ୍ଡେ କରାଇ ଦେବା ପାଇଁ ଆମ ମାନଙ୍କ ତରଫରୁ ବିନୀତ ଅନୁରୋଧ ରହୁଛି । ତେବେ ଏହି କଥା ଉପରେ ରାଜ୍ୟ ସରକାରଙ୍କ କଣ କାର୍ଯ୍ୟନୁଷ୍ଟାନ ରହୁଅଛି । ତାହା ଦେଖିବାକୁ ସମସ୍ତଙ୍କର ଅପେକ୍ଷା ରହିଲା ।

ତେବେ ସହିଦ ଦେବାଶିଷ ବିଶ୍ଵାଳଙ୍କର ଦେଶ ପାଇଁ ପ୍ରାଣର ଉତ୍ସର୍ଗୀକରଣ ପାଇଁ ସେ ସର୍ବଦା ଅମର ହୋଇ ସମସ୍ତଙ୍କ ନିକଟରେ ରହିବେ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ସହିତ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *