ବିଜୟଙ୍କ ଶେଷ ଇଚ୍ଛା ଥିଲା ସିରିଡି ଯାଇ ସାଇବାବାଙ୍କ ଦର୍ଶନ କରିଥାନ୍ତେ, ହେଲେ ତାଙ୍କର ଶେଷ ଇଛା ପୂରଣ ହେଲାନି…

ନମସ୍କାର ବନ୍ଧୁଗଣ, ଆମ ସମସ୍ତଙ୍କ ପ୍ରିୟ ବିଜୟ ମହାନ୍ତି । ଜିଏକି ବହୁତ ଜଣାଶୁଣା ଅଭିନେତା ଥିଲେ । ତାଙ୍କର ବିୟୋଗ ହଠାତ ହୋଇଥିଲା । ଏଭଳି ହଠାତ ତାଙ୍କ ଜୀବନ ଚାଲିଯିବ ଏହାର ଆଭାସ ନା ତାଙ୍କୁ ଥିଲା ନା ତାଙ୍କ ପରିବାର ଲୋକଙ୍କୁ । ତେଣୁ ତାଙ୍କର ଅନେକ ଆଶା ଇଛା ଅଧାରେ ରହିଯାଇଛି । ଯାହା ସମ୍ପର୍କରେ ବିଜୟ ମହାନ୍ତିଙ୍କ ସ୍ତ୍ରୀ ତନ୍ଦ୍ରା ସମସ୍ତଙ୍କ ସାମ୍ନାରେ ରଖିଛନ୍ତି । ଯାହା ଓଡିଶାବାସୀଙ୍କ ଖୁବ କମ ଜଣା ତେବେ ଆସନ୍ତୁ ଜାଣିବା ତାଙ୍କ ଅଧୁରା ସ୍ଵପ୍ନ ସମ୍ପର୍କରେ ।

ତନ୍ଦ୍ରା କହିଛନ୍ତି ବିଜୟ ମହାନ୍ତିଙ୍କୁ ସାଇବାବା ଦର୍ଶନ କରିବା ପାଇଁ ବହୁତ ଭଲ ଲାଗେ । ତେଣୁ ସେ ପ୍ରତିବର୍ଷ ଯେମିତି ବି ହେଉ ସାଇବାବାଙ୍କ ଦର୍ଶନ କରିବା ପାଇଁ ଯାଆନ୍ତି । ଯେତେବେଳେ ବିଜୟ ମହାନ୍ତି ମେଡିକାଲ ଯାଇଥିଲେ ସେ ତନ୍ଦ୍ରାଙ୍କୁ କହିଥିଲେ ମତେ ଭଲ ଲାଗୁନି ମୁଁ ମେଡିକାଲରୁ ଆସେ ଆମେ ଟିକେ ଯାଇ ସିରିଡିରେ ସାଇବାବାଙ୍କ ଦର୍ଶନ କରିଆସିବା ।

ହେଲେ କିଏ ବା ଜାଣିଥିଲା ତାଙ୍କର ଏହି ଇଛା ପୁରା ହେବଙ୍କୁ । ଏହା ଛଡା ବିଜୟ ମହାନ୍ତିଙ୍କୁ ଆମ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଦେଖିବା ମଧ୍ୟ ବହୁତ ପସନ୍ଦ ଆଉ ବହୁତ ଭଲ ପାଆନ୍ତି ମଧ୍ୟ । ଯେଉଁଠି ବି ଥାନ୍ତୁ ନା କାହିଁକି ରଥଯାତ୍ରା ସମୟରେ ସେ ଓଡିଶାରେ ରହିବା ପାଇଁ ହିଁ ଭଲ ପାଆନ୍ତି । ପୁରୀ ନ ଗଲେ ବି ଟିଭିରେବସୁ ରଥଯାତ୍ରା ଦେଖନ୍ତି । ତାଙ୍କରର ଏହିସବୁ କିଛି ବହୁତ ପ୍ରିୟ ଥିଲା ।

ତନ୍ଦ୍ରା ଯେତେବେଳେ ବିଜୟ ମହାନ୍ତିଙ୍କୁ ବିବାହ କରି ଶାଶୁ ଘରକୁ ଆସିଥିଲେ ସେ ବହୁତ କାନ୍ଦିଥିଲେ । ଏତେ କାନ୍ଦୁଥିଲେ କି ବାରମ୍ବାର ବେହୋସ ହୋଇଯାଉଥିଲେ । ତେଣୁ ତନ୍ଦ୍ରାଙ୍କ ଶଶୁର ତଥା ବିଜୟ ମହାନ୍ତିଙ୍କ ବାପା କହିଲେ ମାଆରେ ତୁ ଏତେ କାନ୍ଦୁଛୁ ତମ ଘର ଲୋକଙ୍କ ଠାରୁ ତୁ ଦୂରରେ ରହିପାରିବୁନି । ତେଣୁ ତୁ ତମ ଘର ଆଖ ପାଖରେ ନହେଲ ଭୁବନେଶ୍ଵର କେଉଁଠି ଘର ଭଡା ନେଇ ରହିଯାଅ ।

ଏହାପରେ ତନ୍ଦ୍ରା ଏବଂ ବିଜୟ ଭୁବନେଶ୍ଵରରେ ରହିବାକୁ ଲାଗିଲେ ଆଉ ତନ୍ଦ୍ରାଙ୍କ ଶାଶୁ ଶଶୁର ମଧ୍ୟ ତାଙ୍କ ପାଖରେ ଆସି ରହୁଥିଲେ । ଏହି କଥା ସବୁ ତନ୍ଦ୍ରା ରାୟ କହିଛନ୍ତି । ଜୀବନର କିଛି ଅଭୂଲା କାହାଣୀ ଯାହାକି ବିଜୟ ମହାନ୍ତିଙ୍କ ସହ ତାଙ୍କର ଥିଲା ସେସବୁର ସ୍ମୃତି ସହ ଏବେ ବଞ୍ଚୁଛନ୍ତି । ଏହା ସମ୍ପର୍କରେ ଆପଣଙ୍କ ମତ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *