ସବୁଠାରୁ ଶକ୍ତିଶାଳୀ ଅଟେ ଗଣେଶଙ୍କର ଏହି ୩ ମନ୍ତ୍ର, ଭକ୍ତିର ସହ ଜପ କଲେ ତୁରନ୍ତ ଚମକିଥାଏ ଭାଗ୍ୟ…

ଦୁଃଖ ଓ କଷ୍ଟ ଯେ କୌଣସି ଲୋକଙ୍କ ଜୀବନରେ ହଠାତ୍ ଆସି ପହଞ୍ଚି ଥାଏ । ବହୁତ ଥର ଏ ଦୁଃଖ ଆମ ଜୀବନରେ ଏମିତି ଅସୁବିଧା ଆଣିଥାଏ ଯେ ଏହା ଛାଡ଼ି କି ଯିବାକୁ ନାଁ ଧରେନାହିଁ । ଏହି ସମୟରେ ଆମର ସାହାର୍ଯ୍ୟ ଭଗବାନ ହିଁ କରିଥାନ୍ତି । ଯଦି ଆମେ ପୁରା ଭକ୍ତି ରେ ଭଗବାନ ଙ୍କୁ ଡାକିବା ଓ ପୂଜା ଆରାଧନା କରିବା ତାହେଲେ ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ । ପ୍ରଭୁ ଗଣେଶ ତାଙ୍କ ଭକ୍ତଙ୍କ ଦୁଃଖକୁ ଶିଘ୍ର ଦୂର କରିବା ପାଇଁ ଜଣା ଯାଆନ୍ତି । ଗୌରୀ ପୁତ୍ର ଗଣେଶ ସବୁ ଦେବତାଙ୍କ ଠାରୁ ଶକ୍ତିଶାଳୀ ବୋଲି କୁହାଯାଏ ।

କୌଣସି ପୂଜା ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗଣେଶ ଙ୍କ ପୂଜା ଆଗ ହୋଇଥାଏ । ଆପଣ ବି ଅନେକ୍ ଥର ଗଣେଶଙ୍କ ଉପାୟ ଚେଷ୍ଟା କରିଥିବେ । ଆଜି ଆମେ ଆପଣଙ୍କୁ ଗଣେଶଙ୍କ ସବୁଠୁ ଶକ୍ତିଶାଳୀ ମନ୍ତ୍ର ବିଷୟରେ କହିବାକୁ ଯାଉଛୁ । ଏହି ମନ୍ତ୍ରକୁ ବିଧିବଦ୍ଧ ଭାବରେ ଜପ କଲେ ଆପଣ ସୁଖ ଶାନ୍ତି ଏବଂ ସମୃଦ୍ଧି ଲାଭ କରିବେ।

ଗଣେଶଙ୍କ ଗାୟତ୍ରୀ ମନ୍ତ୍ର

” ଓମ୍ ଏକ ଦନ୍ତାୟ ବିଦ୍ମହେ ବକ୍ର ତୁଣ୍ଡାୟ ଧୀ ମହୀ ତନ୍ନୋ ବୁଦ୍ଧି ପ୍ରଚୋଦୟାତ୍ ” କୁ ଗଣେଶଙ୍କ ଗାୟତ୍ରୀ ମନ୍ତ୍ର କୁହାଯାଇଥାଏ । ଯଦି ଆପଣ ଏହି ମନ୍ତ୍ର କୁ ଲଗାତାର ୧୧ ଦିନ ପର୍ଯ୍ୟନ୍ତ ଜପ କରନ୍ତି ତାହେଲେ ଆପଣ କରିଥିବା ଯେତେ ଖରାପ ପାପ ସବୁ ସମାପ୍ତ ହୋଇଯାଏ । ଏହି ମନ୍ତ୍ରକୁ ଜପ କରିବା ଦ୍ଵାରା ଆପଣଙ୍କୁ ଆପଣଙ୍କ ଭାଗ୍ୟ ସାଥ ଦେଇଥାଏ । ଏହି ମନ୍ତ୍ର କୁ ଶାନ୍ତ ମନରେ ୧୦୮ ଥର ଜପ କରିବାକୁ ପଡିଥାଏ । ଏହି ମନ୍ତ୍ର କୁ ଗଣେଶଙ୍କ ସାମନ ରେ ବସି ଜପ କରନ୍ତୁ । ଏଥିରେ ଆପଣଙ୍କ ପୁରା ଧ୍ୟାନ ଗୋଟିଏ ଜାଗାରେ କେନ୍ଦ୍ରୀଭୂତ ହେବା ଦରକାର ।

ତାନ୍ତ୍ରିକ ଗଣେଶଙ୍କ ମନ୍ତ୍ର

” ଓମ୍ ଗ୍ଲୋମ ଗୌରୀ ପୁତ୍ର, ବକ୍ରତୁଣ୍ଡ, ଗଣପତି ଗୁରୁ ଗଣେଶ, ଗ୍ଲୋମ ଗଣପତି ରିଦ୍ଧି ପତି, ସିଦ୍ଧିଃ ପତି’ ଦୂର କର ମୋର କ୍ଳେଶ” ଏହି ମନ୍ତ୍ରକୁ ଗଣେଶଙ୍କ ତାନ୍ତ୍ରିକ ମନ୍ତ୍ର କୁହଯାଏ । ଏହି ମନ୍ତ୍ରର ଜପ ସବୁଦିନ ସକାଳୁ ମହାଦେବ, ମା ପାର୍ବତୀ ଓ ପ୍ରଭୁ ଗଣେଶଙ୍କ ପୂଜାର୍ଚ୍ଚନା ପରେ କରାଯାଏ । ଏହି ମନ୍ତ୍ରକୁ ଜପ କରୁଥିବା ଲୋକମାନେ ନିଜକୁ କ୍ରୋଧ, ମାଂସ, ମାଦକଦ୍ରବ୍ୟ ଓ ପର ସ୍ତ୍ରୀ ଠାରୁ ନିଜକୁ ଦୁରେଇ ରଖିବା ଉଚିତ୍ । ତାହେଲେ ଆପଣ ଏହି ମନ୍ତ୍ରର ଲାଭ ପାଇ ପାରିବେ ।

ଗଣେଶ କୁବେର ମନ୍ତ୍ର

” ଓମ ନମଃ ଗଣପତୟେ କୁବେର ୟେକାଦ୍ରିକୋ ଫଟ ସ୍ଵାହା ”। ଏହାକୁ ଗଣେଶ କୁବେର ମନ୍ତ୍ର କୁହଯାଏ । ଏହାକୁ ଜପ କରିବା ଦ୍ୱାରା କରଜରୁ ମୁକ୍ତି ମିଳିଥାଏ । ଧନର ଅଭାବ ହୋଇ ନଥାଏ, ଦୁଃଖ ଦୂର ହୁଏ ଓ ଭାଗ୍ୟ ସାଥ ଦେଇଥାଏ । ଏହି ମନ୍ତ୍ରକୁ ସର୍ବଦା ଗଣେଶ ପ୍ରଭୁଙ୍କ ଆରତି ପରେ ବୋଲିବା ଦରକାର । ଏହାଦ୍ୱାରା ଆପଣଙ୍କୁ ବହୁତ ଲାଭ ହେବ ଓ ଏହା ଆପଣଙ୍କ ପାଇଁ ପଇସା ରୋଜଗାର କରିବାର ନୂଆ ବାଟ ବାହାର କରିଥାଏ । ଆପଣ ଯଦି ଚାହିଁବେ ତାହେଲେ ବୁଧ ବାର ଦିନ ଗଣେଶଙ୍କ ନାଁ ରେ ବ୍ରତ ରଖି ପାରିବେ । ଯେଉଁ ଦିନ ଏହି ମନ୍ତ୍ର ପାଠ କରିବେ ସେଦିନ ଆପଣ ମାଂସ, ମାଦକଦ୍ରବ୍ଯ ଓ ଅନ୍ୟ କୌଣସି ନିଶା ରୁ ନିବୃତ ରହିବେ।

ତାହାଲେ ଏହି ୩ ଟି ଥିଲା ଗଣେଶ ପ୍ରଭୁଙ୍କ ଶକ୍ତିଶାଳୀ ମନ୍ତ୍ର, ଆଶା କରୁଛୁ କି ଆପଣଙ୍କୁ ଏଗୁଡ଼ିକ ନିଶ୍ଚିତ ଭଲ ଲାଗିଥିବ । ଏହି ମନ୍ତ୍ର ଜପ କରି ଗଣେଶଙ୍କ ପୂଜା କରି ଓ ମୋଦକ ଭୋଗ ଲଗାଇ, ଦାନ ଧର୍ମ କରି ଏବଂ ଶ୍ରଦ୍ଧା  ସହକାରେ ଗଣପତି ବପାଙ୍କୁ ମନେ ପକାଇଲେ ବହୁତ ଲାଭ ମିଳିଥାଏ । ଆପଣଙ୍କୁ ଏହା ଭଲ ଲାଗିଥିଲେ ଲାଇକ ଓ ଶେୟାର କରନ୍ତୁ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *