ସବୁ ଷ୍ଟେସନରେ ଶୁଣା ଯାଉଥିବା ଆବାଜ “ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ”, ଜାଣନ୍ତୁ କାହାର

ଭାରତରେ ଦୈନିକ ଯାତ୍ରା ପାଇଁ ସବୁଠୁ ଅଧିକ ବ୍ୟବହାର କରାଯାଉଥିବା ସାଧନ ଭାରତୀୟ ରେଲୱେ ଅଟେ । କିନ୍ତୁ କଣ ଆପଣ କେବେ ଧ୍ୟାନ ଦେଇଛନ୍ତି କି ଯେତେବେଳେ ଆମେ ଭାରତୀୟ ରେଲୱେ ସ୍ଟେଶନ ରେ ପହଞ୍ଚିଥାଉ ତେବେ ଆମକୁ କୌଣସି ସୂଚନା ଦେବା ପାଇଁ ଏକ ଆବାଜ ଶୁଣା ଯାଇଥାଏ, “ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ” । କଣ ଆପଣ ଭାବିଛନ୍ତି କି ଏହି ଆବାଜ କାହାର ଅଟେ । ଆପଣ ଯେ କୌଣସି ଷ୍ଟେସନ କୁ ବି ଯାଆନ୍ତୁ ଆପଣଙ୍କୁ ଗୋଟିଏ ହିଁ ଆବାଜରେ ଏହା ଶୁଣିବାକୁ ମିଳିବ । ତେବେ ଚାଲନ୍ତୁ ଆଜି ଆମେ ଆପଣଙ୍କୁ ତାଙ୍କ ସହିତ ସାକ୍ଷାତ କରାଇବୁ ଯିଏ ଆମକୁ ସମୟ ସମୟରେ ସାବଧାନ କରିଥାନ୍ତି ।

ଏହି ଆବାଜ ଅଟେ ଦେଶର ଜଣା ଶୁଣା ଆନାଉନ୍ସ କରୁଥିବା ମହିଳା ସରଲା ଚୌଧୁରୀଙ୍କର । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ସେ ଗତ ୨୦ ବର୍ଷରୁ ଭାରତୀୟ ରେଲୱେ ରେ ସେବା ଦେଉଛନ୍ତି । ସେ ଦେଶର ଅଲଗା ଅଲଗା ଷ୍ଟେସନ ରେ ଗତ ୨୦ ବର୍ଷରୁ ଲୋକଙ୍କୁ ସାବଧାନ କରାଉଛନ୍ତି । ବର୍ଷ ୧୯୮୨ ରେ ଭାରତୀୟ ରେଲୱେ ରେ ରେଲୱେ ଆନାଉନ୍ସ ପଦ ପାଇଁ ଟେଷ୍ଟ ଦେଇଥିଲେ । ଏହା ପରେ ଅଧିକାରୀମାନେ ତାଙ୍କର ଆବାଜ ଶୁଣି ତାଙ୍କୁ ସେହି ସମୟରେ ଭାରତୀୟ ରେଲୱେ ରେ ଦିନ ମଜୁରିଆ ହିସାବରେ ରଖାନେଲେ । ମାନେ ତାଙ୍କୁ ଗୋଟିଏ ଦିନର ଆନାଉନ୍ସ କରିବା ପାଇଁ ଟଙ୍କା ସେହି ଦିନ ହିଁ ମିଳିଯାଉଥିଲା ।

ପ୍ରଥମରୁ ଯେତେବେଳେ ରେକର୍ଡିଂ ହେଉ ନଥିଲା ସେତେବେଳେ ଆନାଉନ୍ସ କରିବା ସରଲା ଚୌଧୁରୀଙ୍କ ପାଇଁ ବହୁତ କଠିନ ହେଉଥିଲା । ତାଙ୍କୁ ପାଖାପାଖି ସବୁ ଷ୍ଟେସନକୁ ଆନାଉନ୍ସ କରିବା ପାଇଁ ଯିବାକୁ ପଡୁଥିଲା । ତାହା ବି ସେହି କ୍ଷେତ୍ରର ଭାଷାରେ ଯେମିତି କି ଲୋକମାନେ ତାହାକୁ ବୁଝି ପାରିବେ ।

ଦେଶର ଅଲଗା ଅଲଗା ଷ୍ଟେସନ କୁ ଯାଇ ଆନାଉନ୍ସ କରିବା ପାଇଁ ବହୁତ ସମୟ ଲାଗୁଥିଲା ଓ ଗୋଟିଏ ଆନାଉନ୍ସ କୁ ରେକର୍ଡିଂ କରିବାରେ ୪ ଦିନରୁ ଅଧିକ ସମୟ ଲାଗୁଥିଲା । କିନ୍ତୁ ଏବେ ନିର୍ଦ୍ଧାରିତ ଟ୍ରେନ ର ଆନାଉନ୍ସମେଣ୍ଟ ନିର୍ଦ୍ଧାରିତ ଷ୍ଟେସନ କୁ ଦିଆ ଯାଇଛି । ଏବେ ଷ୍ଟେସନ ରେ ଦିଆଯାଉଥିବା ସୁଚନା ସେଠାରେ ଥିବା ସୂଚନା ଅଧିକାରୀ ତାହାର ଆନାଉନ୍ସମେଣ୍ଟ କରିଥାଏ ।

କିନ୍ତୁ ଆଜି ବି ପ୍ରତି ଆନାଉନ୍ସମେଣ୍ଟ ପୂର୍ବରୁ ଶୁଣା ଯାଉଥିବା ଆବାଜ “ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ” ସରଲା ଚୌଧୁରୀଙ୍କର ହିଁ ପ୍ରୟୋଗ କରା ଯାଇଥାଏ । ସରଲା ଚୌଧୁରୀ କହିଲେ କି ରେକର୍ଡିଂ ସୁବିଧା ହେବା ପରେ ତାଙ୍କ ଆବାଜକୁ ଗୋଟିଏ ଥର ହିଁ ରେକର୍ଡିଂ କରି ଦିଆଗଲା ଓ ସେହି ଆବାଜକୁ ରେଲୱେ ର କଣ୍ଟ୍ରୋଲ ରୁମ ସେଭ କରିନେଲା । ଯାହା ଦ୍ଵାରା ଏବେ ଆପଣ ଯେ କୌଣସି ଷ୍ଟେସନକୁ ବି ଯାଆନ୍ତୁ ତାଙ୍କ ବିନା ତାଙ୍କ ଆବାଜରେ ଭାରତୀୟ ରେଲୱେ ଲୋକଙ୍କୁ ସାବଧାନ କରାଇଥାଏ । ଯଦି ଏହି ତଥ୍ୟ ଆପଣଙ୍କୁ ଭଲ ଲାଗିଥାଏ ତେବେ ସାଙ୍ଗମାନଙ୍କ ସହ ସେଆର କରନ୍ତୁ । ଆଗକୁ ଏହିପରି ନୂଆ ଲେଖା ସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *