ରାଶିଫଳ 5 ମେ 2020, ମଙ୍ଗଳବାରରେ ହନୁମାନଙ୍କ ଆଶୀର୍ବାଦରୁ ଏହି ୬ଟି ରାଶିର ଦୁଃଖର ହେବ ଅନ୍ତ

ଆଜି ୫ ମେ ୨୦୨୦ ମଙ୍ଗଳବାର, ବହୁତ ଶୁଭଦିନ ଅଟେ । ହିନ୍ଦୁ ଧର୍ମ ଅନୁସାରେ ମଙ୍ଗଳବାରକୁ ହନୁମାନଙ୍କ ବାର କୁହାଯାଇଥାଏ । ରାଶିଫଳ ବ୍ୟକ୍ତିର ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଭବିଷ୍ୟତ ବିଷୟରେ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଆଜି ହନୁମାନଙ୍କ ଆଶୀର୍ବାଦରୁ ୬ ଟି ରାଶିର ଦୁଃଖର ଅନ୍ତ ହେବାକୁ ଯାଉଛି । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ ? ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ? ତେବେ ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜିର ରାଶିଫଳ ।

ମେଷ –

ଆଜି ଆପଣଙ୍କ ମନରେ ନୂଆ ବିଚାର ଆସିବ । ହନୁମାନ ଚାଳିଶାର ପାଠ କରି କୌଣସି ବି କଠିନ ପରିସ୍ଥିତିର ସମାଧାନ ଆପଣ ବାହାର କରି ପାରିବେ । ଆପଣଙ୍କୁ ନୂଆ ଦ୍ବାୟିତ୍ଵ ଦିଆଯିବାର ସମ୍ଭାବନା ଅଛି । କାମ ପୁରା କରିବାର ଯୋଗ ଅଛି । ଆଜି ଆପଣଙ୍କୁ ବାହନ ସୁଖ ମିଳିପାରେ । ଆପଣଙ୍କ ବାଣୀର ଭଲ ପ୍ରଭାବ ଲୋକଙ୍କ ଉପରେ ପଡିବ । ବ୍ୟାପାର କାର୍ଯ୍ୟରେ ବ୍ୟସ୍ତ ରହିବେ ଓ ଲାଭ ମିଳିପାରେ । ନୂଆ ଯୋଜନା ସହିତ ଯୋଡି ହେବାର ମଉକା ମିଳିବ, ଯାହା ଆପଣଙ୍କ ଉନ୍ନତିରେ ମୁଖ୍ୟ ଭୂମିକା ରଖିବ ।

ବୃଷ –

ଆଜି ଆପଣଙ୍କ କାମ ଦେଖି ସବୁ ଲୋକ ଖୁସି ହେବେ । ଲୋକମାନେ ଆପଣଙ୍କ ସହିତ ଯୋଡି ହେବାର ଚେଷ୍ଟା କରି ପାରନ୍ତି । ଭାବନାତ୍ମକ ରହିବେ । କାରୋବାରରେ ହେଉଥବା କ୍ଷତି ର ଭରଣ ପୋଷଣ ହେବ । ସରକାର ତଥା ଉପର ଅଧିକାରୀଙ୍କ ପାଇଁ କାର୍ଯ୍ୟରେ ସଫଳତା ମିଳିବ । ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ ଓ ପରିବାରରେ ଖୁସିର ଆଗମନ ହେବ ।

ମିଥୁନ –

ଆଜି ଆପଣଙ୍କ ପ୍ରିୟ ଲୋକଙ୍କୁ ନଜର ଅନ୍ଦାଜ କରିବା ଘରେ ଅଶାନ୍ତିର କାରଣ ହେଇପାରେ । ମାନସିକ ରୂପରେ ଶିଥିଳତାର ଅନୁଭବ କରିବେ । ଆତ୍ମବିଶ୍ଵାସରେ ପରିପୂର୍ଣ୍ଣ ରହିବେ । ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି । ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ସବୁ ଜରୁରୀ କାଗଜକୁ ପାଖରେ ରଖିବାକୁ ଭୁଲନ୍ତୁ ନାହିଁ । ଆପଣଙ୍କ ବ୍ୟବହାର ଓ ସ୍ଵଭାବ କିଛି ଲୋକଙ୍କୁ ଆକର୍ଷିତ କରିପାରେ । କିଛି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେଇପାରେ ।

କର୍କଟ –

ଜୀବନସାଥିଙ୍କ ସହିତ ମନାନ୍ତର ହେବା ଦ୍ଵାରା ଟିକେ ଚିନ୍ତିତ ରହିବେ । ହନୁମାନଙ୍କ କୃପା ଦ୍ରୁଷ୍ଟି ଥିବା କାରଣରୁ ଆପଣଙ୍କର ସବୁ ମନୋକାମନା ପୁରା ହେଇପାରେ । ପରିଜନଙ୍କ ବିଷୟରେ ଅଶୁଭ ସମାଚାର ମିଳିବାର ସମ୍ଭାବନା ଅଛି । ଆଜି ଆପଣଙ୍କର କୌଣସି ନିଜ ଲୋକ ଆପଣଙ୍କୁ ଧୋକା ଦେଇ ପାରନ୍ତି । ଆଜି ଆପଣଙ୍କ ସବୁ ବିଗିଡିଥିବା କାମ ପୁରା ହେବ ଓ ଆପଣ ନିଜ ଜୀବନରେ ସଫଳତା ପ୍ରାପ୍ତ କରିବେ । ଜୀବନରେ ସକରାତ୍ମକ ପରିବର୍ତ୍ତନ ହେବ ।

ସିଂହ –

ଆଜିର ଦିନ ସିଂହ ରାଶିର ଲୋକଙ୍କ ପାଇଁ ବହୁତ ହିଁ ଖାସ ଓ ମହତ୍ତ୍ୱପୂର୍ଣ୍ଣ ରହିବ । କାମର ପ୍ରେସର କମିବାରୁ ହାଲକାପଣ ଅନୁଭବ କରିବେ । ବିନା କାରଣରେ ବିବାଦରେ ପଡନ୍ତୁ ନାହିଁ । ଆଜି ଆପଣଙ୍କୁ ବ୍ୟାପରରେ କୌଣସି ବଡ ଲାଭ ହେଇପାରେ । ଆଜି ଆପଣ ନିଜ କାରୋବାରରେ କୌଣସି ନିଜ ଲୋକଙ୍କୁ ଭାଗୀଦାରୀ କରନ୍ତୁ ନାହିଁ । ନିଜ ଉପରେ ବିଶ୍ଵାସ ରଖି କାର୍ଯ୍ୟ କଲେ ଧନଲାଭ ହେବ ।

କନ୍ୟା –

ଆଜି କରାଯାଇଥିବା କୌଣସି ନିବେଶ ର ଫାଇଦା ଆପଣଙ୍କୁ ଆସନ୍ତା ସମୟରେ ହେଇପାରେ । ଆଜି ଆପଣ କଠିନ ପରିସ୍ଥିତିକୁ ସାମ୍ନା କରି ଆଗକୁ ବଢିବେ । ଅଟକି ରହିଥିବା କାମ ଆରମ୍ଭ ହେବ । ଆପଣଙ୍କ ରୋମାଣ୍ଟିକ ଲାଇଫ ବି ଭଲ ରହିବ । ସମ୍ପର୍କୀୟଙ୍କ ଯିବା ଆସିବା ଲାଗି ରହିବ । କୌଣସି ଅଜଣା ଲୋକଙ୍କ ଠାରୁ ବଞ୍ଚନ୍ତୁ । ପାରିବାରିକ ମାମଲାରେ ଭାବି ଚିନ୍ତି ନିର୍ଣ୍ଣୟ ନେବା ଲାଭଦାୟକ ରହିବ ।

ତୁଳା –

ବହୁତ ଦିନ ଧରି ଚାଲୁଥିବା ସମସ୍ୟାରୁ ମୁକ୍ତି ମିଳିପାରେ । ନୂଆ କାରୋବାର ଆରମ୍ଭ କରିବା ପାଇଁ ଏହି ସମୟ ଅନୁକୂଳ ଅଟେ । ଜମି ବାଡି ମାମଲାରେ ନିବେଶ କରିବା ଆପଣଙ୍କ ପାଇଁ ଲାଭଦାୟକ ରହିବ । ଆଜି ଖେଳକୁଦରେ ରୁଚି ବଢିବ । ଆଜି ଆପଣଙ୍କ ପାରିବାରିକ ସମ୍ପର୍କରେ ସାମଞ୍ଜସ୍ୟ ରହିବ । ଭାବନାତ୍ମକ ସନ୍ତୁଳନ ବନି ରହିବ । ଅଚାନକ କୌଣସି ଦ୍ଵାୟିତ୍ଵ ଆପଣଙ୍କୁ ମିଳିପାରେ ।

ବିଛା –

ଆଜି ଆପଣ ଯେତେ ଅଧିକ ପରିଶ୍ରମ କରିବେ ସେତେ ଅଧିକ ସଫଳତା ମିଳିବ । ବେରୋଜଗାରିଆ ଯୁବକଙ୍କୁ କାମ ମିଳିବାର ସମ୍ଭାବନା ଅଛି । ଆରାମ ଓ ଉଲ୍ଲାସ ଅନୁଭବ କରିବେ । ଆପଣଙ୍କୁ ନିଜ କ୍ଷମତାକୁ ଶୀର୍ଷରେ ପହଞ୍ଚାଇବା ପାଇଁ ଜରୁରୀ ପଦକ୍ଷେପ ଉଠାଇବାକୁ ପଡିବ । ହନୁମାନଙ୍କ ନାମ ନେଇ କରାଯାଇଥିବା କାମ ନିଶ୍ଚୟ ସଫଳ ହେବ । ବୈବାହିକ ଜୀବନରେ ଖୁସି ଆସିବ । ମନୋରଞ୍ଜନରେ ଅଧିକ ଟଙ୍କା ଖର୍ଚ୍ଚ ହେଇପାରେ ।

ଧନୁ –

ଏକତରଫା ପ୍ରେମ ଆପଣଙ୍କୁ ନିରାଶ କରିପାରେ । ଗତ ସମୟର ସୁଖଦ ସ୍ମୃତି କୁ ଜୀବନ ସାଥିଙ୍କ ସହିତ ଶେୟାର କରି ପାରନ୍ତି । ଅଫିସରେ ମାନ ପ୍ରତିଷ୍ଠା ବଢିବା କାରଣରୁ ଘରେ ଶାନ୍ତିର ବାତାବରଣ ରହିବ । କୌଣସି ବଡ କାମ ସଫଳ ହେବା କାରଣରୁ ଆପଣଙ୍କୁ ଅତ୍ଯାଧିକ ଖୁସି ପ୍ରାପ୍ତି ହେବ । ସନ୍ତାନଙ୍କ ପଛରେ ଖର୍ଚ୍ଚାନ୍ତ ହେବେ । ବିଦ୍ୟାର୍ଥୀଙ୍କୁ ନିଜକୁ ଭଲ ପ୍ରମାଣିତ କରିବା ପାଇଁ ଏହା ଭଲ ସମୟ ଅଟେ । ଅଚାନକ ବଡ ମାତ୍ରାରେ ଧନପ୍ରାପ୍ତି ହେଇପାରେ ।

ମକର –

ନିବେଶ କରିବା ପାଇଁ ଉଚିତ ଦିନ ଅଟେ କିନ୍ତୁ ଉଚିତ ଉପଦେଶରେ ହିଁ ନିବେଶ କରନ୍ତୁ । ପଢା ଲେଖାରେ କମ ରୁଚି ଥିବା କାରଣରୁ ପିଲା ଆପଣଙ୍କୁ ନିରାଶ କରି ପାରନ୍ତି । ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର କଷ୍ଟର ନିବାରଣ ହେବ । ପରିବାରରେ ବି ଆନନ୍ଦର ବାତାବରଣ ରହିବ । କୌଣସି ଯାତ୍ରାରେ ଯାଇ ପାରନ୍ତି । ବାରମ୍ବାର ଲଗାତାର କରାଯାଇଥିବା ପ୍ରୟାସ ଆପଣଙ୍କ ପାଇଁ ଆନନ୍ଦ ଦାୟକ ରହିବ । ଆପଣଙ୍କୁ କୌଣସି ଭଲ ଚାକିରି ମିଳିପାରେ ।

କୁମ୍ଭ –

ଆର୍ଥିକ ସମସ୍ଯା କାରଣରୁ ଆଜି ଆପଣଙ୍କର କୌଣସି ମହତ୍ତ୍ୱପୂର୍ଣ୍ଣ କାମ ଅଧାରେ ରହିପାରେ । ପ୍ରେମ ଓ ଅନ୍ୟ କୌଣସି ସମ୍ପର୍କ ମଝବୁତ ହେବ । ଆସନ୍ତା ସମୟ ଆପଣଙ୍କ ପାଇଁ ନୂଆ ଖୁସି ଆଣି ଆସିବ । କୌଣସି ଖାସ ମିତ୍ର ଜୀବନରେ ଆସିବା କାରଣରୁ ଜୀବନରେ ଖୁସି ଦୁଇ ଗୁଣ ହେଇଯିବ । ଆଜି କାର୍ଯ୍ଯଭାର ଅଧିକ ରହିବ । ପ୍ରପର୍ଟି ରୁ ଲାଭ ମିଳିପାରେ । ଉନ୍ନତିର ନୂଆ ଅବସର ସାମ୍ନାକୁ ଆସିପାରେ ।

ମୀନ –

ଆର୍ଥିକ କ୍ଷେତ୍ରରେ ସମସ୍ୟାର ସାମ୍ନା କରି ପାରନ୍ତି । ଭୂମି ସମ୍ବନ୍ଧୀୟ ମାମଲା ଲଢେଇରେ ବଦଳିପାରେ । ଆପଣ ମିତ୍ର ମାନଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ର ହେବେ । ସୁଖ ସୁବିଧାରେ ଧନଖର୍ଚ୍ଚର ଯୋଗ ଅଛି । ଅତ୍ୟଧିକ କ୍ରୋଧ ଉପରେ ଲଗାମ ଲଗାଇବା ଉଚିତ । ମାମଲାକୁ ସମାଧାନ କରିବା ପାଇଁ ନିଜ ମାତା ପିତାଙ୍କ ସାହାର୍ଯ୍ୟ ନିଅନ୍ତୁ । ସବୁବେଳେ ନିଜ କାମ ବିଷୟରେ ଭାବିବା ଆପଣଙ୍କ ମାନସିକ ବିକାଶକୁ ଅଟକାଇପାରେ । ଧୈର୍ଯ୍ୟରେ ଅଭାବ ଆସିପାରେ । ସନ୍ତାନଙ୍କ ତରଫରୁ ଖୁସି ଖବର ମିଳିପାରେ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *