ସାବଧାନ ! ପୋଷ୍ଟାଲରେ ଟଙ୍କା ରଖୁଛନ୍ତି କି ନିଶ୍ଚୟ ଜାଣି ରଖନ୍ତୁ ଏହି ଖବର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଡାକଘରେ ବି ସୁରକ୍ଷିତ ନାହିଁ ଟଙ୍କା ! ପାସବୁକ୍ ରେ ରଖିଥିବା ଟଙ୍କା ସବୁ ହଡପ ଅଭିଯୋଗ ! ତେବେ ବନ୍ଧୁଗଣ ପ୍ରତ୍ଯେକ ବ୍ୟକ୍ତି ନିଜର ଅର୍ଜିତ ଅର୍ଥରୁ କିଛି ଟଙ୍କା ସେ ନିଜର ସଞ୍ଚୟ କରି ରଖିବାକୁ ଚାହିଁଥାଏ । ଯାହା ଦ୍ଵାରା ସେ ସେହି ସଞ୍ଚିତ ଟଙ୍କାରେ ନିଜର ଏକ ଉତ୍ତମ ଭବିଷ୍ୟତ ଗଢି ତୋଳି ପାରିବ । ସେଥିପାଇଁ ଲୋକ ମାନେ ବାଙ୍କ, ପୋଷ୍ଟ ଅଫିସ ଭଳି ଅନୁଷ୍ଟାନ ମାନଙ୍କରେ ନିଜର ଟଙ୍କା ଜମା ରଖିଥାନ୍ତି ।

ଏହା ସହିତ ଦରକାର ସମୟରେ ସେହି ସବୁ ଟଙ୍କା ନିଜ ଆବଶ୍ୟକ ମୁତାବକ ଉଠାଇଥାନ୍ତି । ହେଲେ କେନ୍ଦ୍ରପଡା ଆଳୀର ଭୁଇଁପୁରର ଉପଡାକଘରେ ବିରୁଦ୍ଧରେ ଏପରି କିଛି ଅଭିଯୋଗ କରାଯାଉଛି । ଯେଉଁ ଲୋକ ନିଜର ଅର୍ଥ ସେହି ଡାକଘରେ ସଞ୍ଚିତ କରି ରଖିଥିଲେ । ଯେତେବେଳେ ସେମାନେ ନିଜର ଅର୍ଥ ଉଠାଇବା ପାଇଁ ଚାହୁଁଛନ୍ତି । ସେମାନେ ନିଜର ଅର୍ଥ ଫେରି ପାଇନଥିବାରୁ ହିଁ ଏପରି କିଛି ହଡପ ଅଭିଯୋଗ ପୋଷ୍ଟ ଅଫିସ ନାମରେ କରିଛନ୍ତି ।

ତେବେ ବହୁ ଲୋକ ପୋଷ୍ଟ ଅଫିସର ପାସବୁକରେ ଲକ୍ଷ ଲକ୍ଷ ଟଙ୍କା ସେଭିଙ୍ଗ କରି ରଖିଛନ୍ତି । ଯେତେବେଳେ ସେ ନିଜର ଦରକାର ସମୟରେ ଟଙ୍କା ଉଠାଣ ପାଇଁ ଯାଇଛନ୍ତି । ସେତେବେଳେ ଟଙ୍କା ବର୍ତ୍ତମାନ ସମୟରେ ଦେଇ ହେବ ନାହିଁ କହି ଡାକଘର ସାର କହି ଲୋକଙ୍କୁ ଟଙ୍କା ନଦେଇ ଫେରାଇ ଦେଉଛନ୍ତି । ଏପରି ବହୁ ବାର ହେବା ଦେଖି ନିଜ ସମସ୍ଯାର ସମାଧାନ କରିବା ପାଇଁ ଯମାକାରୀ ମାନେ ମାନେ ଗତ ୨ ବର୍ଷ ଧରି ଦୌଡି ଦୌଡି ନୟାନ୍ତ ହୋଇଛନ୍ତି ।

ହେଲେ ଡାକଘର ତରଫରୁ ଏ ପର୍ଯ୍ୟନ୍ତ କିଛି ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ ଯଦି ବହୁ ଶୀଘ୍ର ଏହି ସବୁ ଘଟଣାର ସମାଧାନ କରାନଯାଇ ଟଙ୍କା ଜମାକାରୀ ମାନଙ୍କୁ ନମିଳେ । ତେବେ ଟଙ୍କା ଜମାକାରୀ ବ୍ୟକ୍ତି ମାନେ ଆତ୍ମାହୁତି ଦେବେ ବୋଲି ଡାକଘର ସାମ୍ନାରେ ଗଣ ମାଧ୍ୟମ ନିକଟରେ ନିଜର ମତ ପ୍ରକାଶ କରିଛନ୍ତି । ତେବେ ଏପରି କିଛି କଥାକୁ ଆଖି ଆଗରେ ରଖି ଜମାକାରୀ ମାନେ ପୋସ୍ଟମାଷ୍ଟର ଟଙ୍କା ହଡପ କରିଛନ୍ତି ବୋଲି ପୋସ୍ଟମାଷ୍ଟରଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।

ତେବେ ପୋସ୍ଟମାଷ୍ଟରଙ୍କ କହିବା ଅନୁଯାଇ ଅନଲାଇନ କିଛି ତ୍ରୁଟି ରହିଅଛି । ଯାହାର ସମାଧାନ କରାଯାଇ ଲୋକଙ୍କୁ ତାଙ୍କର ଟଙ୍କା ଦିଆଯିବ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *