ଋଷ Ukraine ଉପରେ କରିଲା ଆକ୍ରମଣ, କିନ୍ତୁ ଫସିଗଲା ପାକିସ୍ତାନ !

ନମସ୍କାର ବନ୍ଧୁଗଣ ତେବେ ଭୟଙ୍କର ହେବାରେ ଲାଗିଛି ଯୁଦ୍ଧ । ୟୁକ୍ରେନର ବିଭିନ୍ନ ଷ୍ଟ୍ରାଟେଜିକ ବେସରେ ଋଷର ମିସାଇଲ ବର୍ଷା ଜାରି ରହିଛି । ଋଷ ଏବଂ ୟୁକ୍ରେନ୍ ମଧ୍ୟରେ ଘମାଘୋଟ ଯୁଦ୍ଧର ପ୍ରଥମ ଦିନରେ ୟୁକ୍ରେନ୍‌ ଭିତରେ ପଶି ଘନଘନ ମିସାଇଲ ମାଡ କରିଥିଲା ଋଷ । ଉଭୟ ପକ୍ଷର ସେନା ମୃତାହତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍‌ର ୧୩୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଜେଲେଂସ୍କି ।

ଋଷ ସେନା ଗୁରୁବାର ୟୁକ୍ରେନର ଚିର୍ନୋବିଲ୍‌ ପରମାଣୁ ଘାଟି ଉପରେ ଆକ୍ରମଣ କରି କବଜା କରିନେଇଥିବା ଜଣାପଡିଛି । ୟୁକ୍ରେନ୍‌ ସେନା ଋଷ ସହ ପାରୁ ପର୍ଯ୍ୟନ୍ତ ଲଢି ସୁଦ୍ଧା ପରମାଣୁ ଘାଟିକୁ ରକ୍ଷା କରିବାରେ ସକ୍ଷମ ହୋଇନାହାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ଜେଲେଂସ୍କିଙ୍କ ବ୍ୟକ୍ତିଗତ ପରାମର୍ଶଦାତା ମାୟହେଲୋ ପୋଡୋୟ । ତେବେ କ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜଲେନସ୍କି ଟ୍ୱିଟ୍ କରି କହିଛନ୍ତି ଯେ ଋଷର ପ୍ରଥମ ଦିନ ଆକ୍ରମଣରେ ୟୁକ୍ରେନର ୧୩୭ ଜଣଙ୍କର ମୃତ୍ୟୁ ଘଟିଛି ।

ଯେଉଁଥିରେ ୧୦ ଜଣ ସେନା ଅଧିକାରୀ ରହିଛନ୍ତି । ସେହିପରି ୩୧୬ ଜଣ ସାଧାରଣ ଲୋକ ଆହତ ହୋଇଛନ୍ତି । ଆମ ସହିତ ଏକାଠି ହୋଇ ଲଢେଇ କରିବାକୁ କେହି ନାହାନ୍ତି । ଋଷକୁ ୟୁକ୍ରେନ ସହ ଲଢେଇ କରିବାକୁ ଏକୁଟିଆ ଛଡା ଯାଇଛି । ନିଜକୁ ସୁରକ୍ଷିତ ରଖିବା ପାଇଁ ଏବଂ ନିଜର ସ୍ୱାଧୀନତା ବଜାୟ ରଖିବାକୁ ପ୍ରୟାସ ୟୁକ୍ରେନ ସମସ୍ତ ପ୍ରକାର ପ୍ରୟାସ ଜାରି ରଖିବ ବୋଲି ଜଲେନସ୍କି କହିଛନ୍ତି ।

ଏମିତିକି ୟୁକ୍ରେନକୁ ନାଟୋରେ ସଦସ୍ୟତା ଦେବା ପାଇଁ କିଏ ଗ୍ୟାରେଂଟି ଦେବ ବୋଲି ଜଲେନସ୍କି କହିଛନ୍ତି । ରାଜଧାନୀ କିଭରେ ରୁଷିଆ ସେନା ପ୍ରବେଶ କରି ସାରିଛନ୍ତି । କିଭରେ କର୍ଫ୍ୟୁ ଜାରି ହୋଇଛି । ତେଣୁ ସମସ୍ତଙ୍କୁ ସତର୍କ ରହିବାକୁ ନିଜ ଦେଶବାସୀଙ୍କୁ କହିଛନ୍ତି ଜଲେନସ୍କି । ତେବେ ଜେଲେନସ୍କି ଆହୁରି ମଧ୍ୟ କହିଛନ୍ତି ଯେ ରୁଷ କେବଳ ୟୁକ୍ରେନର ସାମାରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରୁଥିବା ଦାବି କରିଛି ।

ହେଲେ ରୁଷ ସୈନ୍ୟମାନେ ସାଧାରଣ ଲୋକଙ୍କ ପ୍ରତିଷ୍ଠାନ ଗୁଡ଼ିକ ଉପରେ ମଧ୍ୟ ହମଲା କରୁଛନ୍ତି । ସେମାନେ ସାଧାରଣ ଲୋକଙ୍କୁ ମାରୁଛନ୍ତି ଓ ଶାନ୍ତିପୂର୍ଣ୍ଣ ସହର ଗୁଡ଼ିକରେ ସୈନ୍ୟ ଛାଉଣି କରୁଛନ୍ତି । ଏହା ଧୋକ୍କା ଓ ଏହା ଅକ୍ଷମଣୀୟ ଭୁଲ । ଗୁରୁବାର ଓଡେଶା ରିଜନର ଜମିନିୟି ଦ୍ୱୀପରେ ମୁତୟନ ହୋଇଥିବା ସମସ୍ତ ବର୍ଡର ଗାର୍ଡଙ୍କୁ ରୁଷ ପକ୍ଷରୁ ହତ୍ୟା କରା ଯାଇଛି ।

ଏଥିସହ ସେମାନେ ଉକ୍ତ ଦ୍ୱୀପକୁ ନିଜ ଅକ୍ତିଆରକୁ ନେଇ ଯାଇଛନ୍ତି । ଏବେ ବି ଆମେ ରୁଷ ସହ ଲଢ଼େଇ ଜାରି ରଖିଛୁ । ଆଗକୁ ବି ଲଢ଼େଇ ଜାରି ରହିବ । ଆମେ କେବେ ବି ଆତ୍ମସମର୍ପଣ କରିବୁ ନାହିଁ ବୋଲି ଜେଲେନସ୍କି ଦମ୍ଭୋକ୍ତି କରିଛନ୍ତି । ତେବେ ଗୋଟିଏ ପଟେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମସ୍କୋରେ ପହଞ୍ଚିଛନ୍ତି । ତାଙ୍କୁ ରୁଷ କର୍ତ୍ତୃପକ୍ଷ ବିମାନବନ୍ଦରରେ ସ୍ୱାଗତ କରିବା ବେଳେ ସେ ବେଶ ଖୁସି ହୋଇ ଉଠିଛନ୍ତି ।

ଏବେ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଇମ୍ରାନ ଖାନ ବେଶ ଉତ୍ସାହିତ ବୋଲି ବୟାନ ଦେଇ ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ତେବେ ଭାରତ ସମେତ ପୂରା ବିଶ୍ୱ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କରୁଛନ୍ତି । ସମସ୍ତେ ଶାନ୍ତି ପ୍ରତିଷ୍ଠା ପାଇଁ ଅପିଲ ମଧ୍ୟ କରୁଛନ୍ତି । ହେଲେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ଏପରି ବୟାନ ବିଶ୍ୱବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି ।ପ୍ରଥମଥର ପାଇଁ ରୁଷ ସହ ଦ୍ୱିପାକ୍ଷିକ ଆଲୋଚନା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସେଠାକୁ ଯାଇଛନ୍ତି ।

ମସ୍କୋରେ ଅବତରଣ କରିବା ପରେ ସେ କହିଛନ୍ତି ଯେ “ବେଶ ଚମତ୍କାର ସମୟରେ ମୁଁ ଏଠାକୁ ଆସିଛି, ମୁଁ ବେଶ ଉତ୍ସାହିତ । ” ରୁଷ ଅଧିକାରୀଙ୍କୁ ସେ ଏକଥା କହୁଥିବା ବେଳର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି । ତେବେ ଦୀର୍ଘ ଦୁଇ ଦଶନ୍ଧି ପରେ କୌଣସି ପାକ ପ୍ରଧାନମନ୍ତ୍ରୀ ଏପରି ରୁଷ ଗସ୍ତ କରିଛନ୍ତି । ଇମ୍ରାନ ଖାନ ସେଠାରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଦୁଇ ପାକ୍ଷିକ ଆଲୋଚନା କରିବେ । ରୁଷ ଓ ପାକିସ୍ତାନ ସମ୍ପର୍କକୁ ଅଧିକ ଶକ୍ତିଶାଳୀ କରିବାକୁ ସେ ଉଦ୍ୟମ କରିବେ ବୋଲି କୁହାଯାଉଛି ।

ୟୁକ୍ରେନକୁ ଉପରେ ରୁଷ ହମଲା କରୁଥିବାରୁ ଆମେରିକା ସମେତ ବିଭିନ୍ନ ପଶ୍ଚିମ ଦେଶ ମସ୍କୋ ଉପରେ ବ୍ୟବସାୟିକ ଓ ଆର୍ଥିକ କଟକଣା ଲଗାଇଛନ୍ତି । ଏପରି ଏକ ସ୍ଥିତିରେ ଇମ୍ରାନ ଖାନ ରୁଷରେ ପହଞ୍ଚିଛନ୍ତି । ସେ ରୁଷରେ ପହଞ୍ଚିବା ପୂର୍ବରୁ ଆମେରିକା ତାଙ୍କୁ ଅନେକ ପରାମର୍ଶ ଦେଇଛି । ଇମ୍ରାନ ଖାନ ବିଶ୍ୱର ଅନ୍ୟ ରାଷ୍ଟ୍ରାର ନେତାଙ୍କ ଭଳି ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ବୁଝାଇବା ଉଚିତ ବୋଲି ହ୍ୱାଇଟ ହାଉସ ପକ୍ଷରୁ କୁହାଯାଇଛି । ପାକିସ୍ତାନ ର ମିଡ଼ିଆ ମଧ୍ୟ ଇମ୍ରାନ ଙ୍କୁ ବୋକା ବୋଲି କହିଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *