ରୁଷର ମହା ଅସ୍ତ୍ର ମହା ଵିଧ୍ଵଂସକ.. ଦୁନିଆର ସବୁଠାରୁ ଘାତକ ଅସ୍ତ୍ର, ଏକା ଥରେ ସାରା ବିଶ୍ଵକୁ କରିବ ଥରହର, ଜାଣନ୍ତୁ ଏହା କଣ ଓ ଏହାର ପାୱାର କେତେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ବିଷୟରେ ନିଶ୍ଚୟ ଜାଣିଥିବେ । ଏହି ଯୁଦ୍ଧକୁ ପ୍ରାୟ ଏକ ମାସରୁ ଅଧିକ ସମୟ ହୋଇଯାଇଛି ହେଲେ ଯୁଦ୍ଧ ଜାରି ରହିଛି । ଅନ୍ୟ ପକ୍ଷରେ ପାଶ୍ଚାତ୍ୟ ଦେଶର ନାଲି ଆଖି । ଘେରା ବନ୍ଦୀରେ ରହି ମଧ୍ୟ କଟୁନି ଋଷ ଦେଖାଉଛି ପରାକ୍ରମ । ଏବେ ଋଷ ଶତ୍ରୁକୁ ସାବଧାନ କରିଛି ଏକାକୀ ବିଶ୍ଵକୁ ଥରାଇଛି ମସ୍କୋ । ପୁଟିନଙ୍କ ପରାକ୍ରମ ନେଇ ଏବେ ଚିନ୍ତା କରୁଛି ଆମେରିକା ଓ ନାଟୋ ଆଉ ଏହି ଭୟଙ୍କର ଯୁଦ୍ଧ ମଝିରେ ଋଷ ପୁଣି ଦେଖାଇଛି ନିଜର ଶକ୍ତି ।

ଋଷ ଏବେ ପରୀକ୍ଷଣ କରିଛି ଶକ୍ତିଶାଳୀ ମିସାଇଲ । ଏହି ମିସାଇଲଟି ଭୟଙ୍କର, ଶକ୍ତିଶାଳୀ ଓ ମହା ଅସ୍ତ୍ର । ସାରା ବିଶ୍ଵକୁ ନିଜ ଶକ୍ତିର ପରାକ୍ରମ ଦେଖାଇଛନ୍ତି ପୁଟିନ । ବନ୍ଧୁଗଣ ଏହି ମିସାଇଲର ନାମ ହେଉଛି ସର୍ମୋତ ମିସାଇଲ । ବେଗ, ଶକ୍ତି ଓ ଲକ୍ଷ ଭେଦ ସବୁଥିରେ ପ୍ରଖର ଏହି ମିସାଇଲ । ବ୍ରିଟେନ, ଫ୍ରାନ୍ସ ସହ ଆମେରିକାର ଟେକ୍ସାସକୁ ଗୋଟିଏ ମାଡରେ ଧ୍ଵଂସ କରିବାର କ୍ଷମତା ରଖିଛି ସର୍ମୋତ ।

ଋଷର ଏହି କ୍ଷେପଣାସ୍ତ୍ର ଅପରାଜୟ କୌଣସି ବି ଏନ୍ଟି ଏୟାର ଡିଫେନସ ସିଷ୍ଟମ ଏହାର ଗତିରୋଧ କରିବାକୁ ଅସମର୍ଥ । ଆଖି ପିଛୁଳାକେ ଶତ୍ରୁର ମହା ବିନାଶ କରିବାର କ୍ଷମତା ରଖିଛି ସର୍ମୋତ । ୟୁକ୍ରେନ ଉପରେ ଆକ୍ରମଣ ପାଇଁ ଋଷକୁ ଦେବାକୁ ପଡୁଛି ଭାରି ମୂଲ୍ୟ । ଏବେ ଋଷ ଉପରେ କଠୋର ଆର୍ଥିକ କଟକଣା ଲାଗୁ କରା ହେଇଛି ।

ସାରା ବିଶ୍ଵ ଋଷ ଉପରେ ବାଣିଜ୍ୟ କାରବାରକୁ ନେଇ କଟକଣା ଲଗାଇଛି ହେଲେ ମସ୍କୋର ଦାବି ସବୁକିଛି ଚାଲିଛି ଯୋଜନା ଅନୁସାରେ । ପାଶ୍ଚାତ୍ୟ ଦେଶର ତମାମ କଟକଣାକୁ ଭାଙ୍ଗି ପୁଟିନ ଦେଖାଇ ଛନ୍ତି ବଳ । ଆଉ ଏହାରି ମଧ୍ୟରେ ପୁଟିନ ନିଜ ମହା ଅସ୍ତ୍ରର ପରୀକ୍ଷା କରେଇ ଛନ୍ତି । ଋଷର ପଶ୍ଚିମ ଭାଗରେ ହୋଇଛି ଇଣ୍ଟର କଣ୍ଟିନେଣ୍ଟାଲ ବାଲିଷ୍ଟିକ ମିସାଇଲ ସର୍ମୋତର ପରୀକ୍ଷଣ ।

ସର୍ମୋତର କ୍ଷମତା ଶତ୍ରୁଙ୍କ କଳ୍ପନା ବାହାରେ । ଘଣ୍ଟାକୁ 16 ହଜାର ମାଇଲ ବେଗରେ ଯିବ ସର୍ମୋତ । ନିଜ ସହ ନେଇ ପାରିବ 10-15 ୱାର ହେଡ । ଗୋଟିଏ ଥରରେ ଶତ୍ରୁ ଠିକଣାରେ ମାଡ କରିବ 15 ପରମାଣୁ ବୋମା । ହିରୋସିମା ଓ ନାଗାଶାଖୀ ଉପରେ ଆମେରିକା ପକାଇଥିବା ପରମାଣୁ ବୋମା ଠାରୁ ହଜାର ଗୁଣ ଶକ୍ତିଶାଳୀ ଋଷର ଏହି ଆଇଟମ ବୋମା । ବ୍ରିଟେନ, ଫ୍ରାନ୍ସ ଓ ଟେକ୍ସାସ ଆଦିକୁ ଏକା ଥରକେ କରି ପାରିବ ଧ୍ଵଂସ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *