ଋଣ ଶୁଝି ପାରୁନାହାଁନ୍ତି କି ତେବେ ଏହାକୁ ନିହାତି ପଢନ୍ତୁ, ସବୁ ଋଣ ଏକାଥରେ ସୁଝିଯିବ

ଲୋକମାନଙ୍କ ଜୀବନରେ ବହୁତ ବାଧା ବିଘ୍ନ ଆସିଥାଏ, ଯାହାଫଳରେ ସେମାନେ କରଜ ନେବା ପାଇଁ ବାଧ୍ୟ ହୋଇଥାନ୍ତି । ହେଲେ ପରିସ୍ଥିତିକୁ ଆଖି ଆଗରେ ରଖି ସେମାନେ ସେହି କରଜ ବା ରୁଣକୁ ଶୁଝି ପାରନ୍ତି ନାହିଁ । ଏହା ଦ୍ଵାରା ସେମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏପରି ଏକ ଉପାୟ ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଏହି ସମସ୍ୟାକୁ ଦୁର କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ଯଦି ଆପଣ କରଜରେ ବୁଡି ରହିଛନ୍ତି ତେବେ ଆପଣ ଗଣେଶ ଭଗବାନଙ୍କର ପୂଜା ଅର୍ଚନା କରନ୍ତୁ । ଏହା ସହିତ ଆପଣ ଭଗବାନ ଶିବଙ୍କ ଆରାଧନା ମଧ୍ୟ କରନ୍ତୁ । ଏହି ଉପାୟ ଦ୍ଵାରା ମଧ୍ୟ ଆପଣ ରୁଣ ମୁକ୍ତ ହୋଇପାରିବେ ।


ଏହା ସହିତ ଯଦି ଆପଣଙ୍କ ଉପରେ ମଙ୍ଗଳ ଗ୍ରହଙ୍କ ଆଶୀର୍ବାଦ ରହିବ ତା ହେଲେ ଆପଣ ରୁଣରୁ ମୁକ୍ତ ହୋଇପାରିବେ । ଭଗବାନ ଶିବଙ୍କ ଆରାଧନା କରିବା ସମୟରେ ଆପଣଙ୍କୁ ଏକ ମନ୍ତ୍ରର ଜାପ କରିବାକୁ ହେବ । ସେହି ମନ୍ତ୍ରଟି ହେଉଛି ଓଁ ରୁଣ ମୁକ୍ତେଶ୍ଵର ମହାଦେବାୟ ନମଃ,ଏହି ମନ୍ତ୍ରର ଜାପ ୧୦୮ ଥର କରନ୍ତୁ । ଏହା ସହିତ ଆପଣ ପ୍ରତି ସୋମବାର ଶିବ ମନ୍ଦିର ଯାଇ ଏହି ମନ୍ତ୍ରର ଜପ କରନ୍ତୁ ।


ଯଦି ଆପଣ ମଙ୍ଗଳ ଗ୍ରହଙ୍କର ଆଶୀର୍ବାଦ ପାଇବା ପାଇଁ ଚାହୁଁଞ୍ଚନ୍ତି, ତା ହେଲେ ଓଁ ମଙ୍ଗଳ ମୁର୍ତେୟ ନମଃ ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ରକୁ ମଧ୍ୟ ୧୦୮ ଥର ଜାପ କରନ୍ତୁ, ଆପଣଙ୍କ ରୁଣ ସମସ୍ୟା ଦୁର ହେଇଯିବ । ଏହା ସହିତ ଭଗବାନ ଗଣେଶ ଠାକୁରଙ୍କୁ ପୂଜା କରିବା ସମୟରେ ଓଁ ଗଣ ଗଣେପତେ ନମଃ ମନ୍ତ୍ରର ଜପ କରନ୍ତୁ । ଏହି ମନ୍ତ୍ରକୁ ନିଜ ଘରେ ଗଣେଶ ଭଗବାନଙ୍କ ଆରାଧନାରେ ୧୦୮ ଥର ଜପ କରନ୍ତୁ । ଏହା ସହିତ ଅନ୍ୟ କିଛି ଉପାୟ ମଧ୍ୟ ରହିଛି ଯାହାକୁ ବ୍ୟବହାର କରିଲେ ଆପଣ ରୁଣ ସୁଝି ପାରିବେ ।


ପୂର୍ଣ୍ଣିମା ବା ମଙ୍ଗଳବାର ଦିନ ଆପଣ ଉଧାର ଦିଅନ୍ତୁ ଏବଂ ବୁଧବାର ଦିନ କରଜକୁ ଫେରାଇ ଆଣନ୍ତୁ । ହେଲେ ଭୁଲରେ ବି କେବେ ଆପଣ ମଙ୍ଗଳବାର ଦିନ କରଜ ନେବେ ନାହିଁ । ଏହା ସହିତ ଯଦି ଆପଣ କୌଣସି ଲୋନ ବା କିସ୍ତି ନେଇଛନ୍ତି ତା ହେଲେ ଏହାର ପ୍ରଥମ କିସ୍ତିକୁ ଆପଣ ମଙ୍ଗଳବାର ଦିନ ଦିଅନ୍ତୁ । ଏହା ଦ୍ଵାରା ବହୁତ ଶୀଘ୍ର ଆପଣଙ୍କ ଲୋନ ବା କିସ୍ତି ସୁଝି ଯିବ ।

ରୁଣ ମୁକ୍ତ ହେବା ପାଇଁ ଆପଣ ଲାଲ ମସୁର ଡାଲିକୁ ଗରିବ ଲୋକଙ୍କୁ ଦାନ କରନ୍ତୁ । ଏହା ମଧ୍ୟ ଏକ ଉପାୟ । ଏହି ସବୁ ଉପାୟକୁ ଅବଲମ୍ବନ କରି ଦେଖନ୍ତୁ ଦେଖିବେ ଆପଣ ବହୁତ ଶୀଘ୍ର ରୁଣ ମୁକ୍ତ ହୋଇଯିବେ । ଏହି ଉପାୟକୁ ବ୍ୟବହାର କରିବା ପରେ ଆପଣ ନିଜ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଏହାର ପରାମର୍ଶ ଦିଅନ୍ତୁ ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଏମିତି ହିଁ ଜ୍ୟୋତିଷୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *