ଅଲିଉଡ ଅଭିନେତ୍ରୀ ରଚନାଙ୍କ ସମ୍ପତ୍ତି ବିଷୟରେ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣ ମାନଙ୍କୁ ଅଲିଉଡ ଅଭିନେତ୍ରୀ ରଚନା ବାନାର୍ଜୀଙ୍କ ସମ୍ପତ୍ତି ବିଷୟରେ କହିବୁ । ହେଲେ ଏହା ପୂର୍ବରୁ ଆମେ ରଚନା ବାନାର୍ଜୀଙ୍କ କ୍ୟାରିୟର ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ରଚନାଙ୍କ ବିଷୟରେ । ରଚନା ବାନାର୍ଜୀ ଫିଲ୍ମରେ ଅଭିନୟ କରିବା ପୂର୍ବରୁ କଲିକତାର ଜଣେ ମଡେଲ ଥିଲେ । ମଡେଲିଙ୍ଗ କରି ସେ ୧୯୯୦ ମସିହାରେ ମିସ କଲିକତାର ଟାଇଟେଲ ଜିତିଥିଲେ । ଏହା ପରେ ସେ ମିସ ଇଣ୍ଡିଆ କଣ୍ଟେଷ୍ଟରେ ଭାଗ ନେଇଥିଲେ ହେଲେ ମିସ ଇଣ୍ଡିଆ କଣ୍ଟେଷ୍ଟରେ ସେ ଐଶ୍ଵର୍ୟ୍ୟା ରାୟଙ୍କ ଠାରୁ ହାରିଯାଇଥିଲେ । ଶେଷରେ ସେ ମିସ ବିଉଟିଫୁଲ ସ୍ମାଇଲ ଟାଇଟେଲ ଜିତିଥିଲେ ।


ଏହା ପରେ ରଚନା କେତେକ ଟିଭି ସିରିଏଲରେ କାମ କରିଥିଲେ । ଏହା ସହିତ ରଚନା କେତେକ ଅଲିଉଡ ଫିଲ୍ମରେ କାମ କରିଛନ୍ତି । ତାଙ୍କର ପ୍ରାୟତଃ ସମସ୍ତ ଫିଲ୍ମ ସୁପରହିଟ ହୋଇଛି । ଲୋକମାନେ ତାଙ୍କ ଅଭିନୟକୁ ବହୁତ ପସନ୍ଦ କରନ୍ତି । ରଚନାଙ୍କ ଆକର୍ଷିତ ଲୁକ୍ସ ଓ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରନ୍ତି । ରଚନା ପ୍ରଥମେ ଅଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ସହ ବିବାହ କରିଥିଲେ, ହେଲେ ଏମାନଙ୍କ ସମ୍ପର୍କ ଅଧିକ ସମୟ ପର୍ଯ୍ୟନ୍ତ ରହିନଥିଲା ।

୨୦୦୪ ମସିହାରେ ଏମାନଙ୍କ ମଧ୍ୟରେ ତଲାକ ହୋଇଥିଲା । ତଲାକ ପରେ ସେ କଲିକତା ପଳେଇଥିଲେ । ଏହାପରେ ୨୦୦୭ ମସିହାରେ ସେ ପ୍ରବାଳ ବାସୁଙ୍କୁ ବିବାହ କରିଥିଲେ । ପ୍ରବାଳ ବାସୁ ହେଉଛନ୍ତି ଗୋଟେ ବଡ କମ୍ପାନୀର ମ୍ୟାନେଜର । ତାଙ୍କର ମାସିକ ଦରମା ହେଉଛି ୫ ଲକ୍ଷ ଟଙ୍କା । ତାଙ୍କର ଗୋଟିଏ ପୁଅ ଅଛି ।


ଏହା ସହିତ ରଚନା ବହୁତ ଗୁଡିଏ ହିନ୍ଦୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏହା ସହିତ ରଚନା ବାନାର୍ଜୀ କେତେକ ଲାଇଭ ସୋ ମଧ୍ୟ କରନ୍ତି । ଏହା ସହିତ ରଚନା ବଙ୍ଗାଳୀ, ତେଲୁଗୁ ଓ ତାମିଲ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ଏଥିରୁ ଆପଣ ଅନୁମାନ ଲଗାଇ ପାରୁଥିବେ ରଚନାଙ୍କ ସମ୍ପତ୍ତି କେତେ ହୋଇଥିବ । ରଚନାଙ୍କ ମୋଟ ସମ୍ପତ୍ତି ହେଉଛି ୪୯ କୋଟି ଟଙ୍କା । ରଚନାଙ୍କ ଏକ ବେଶ ବଡ ଆଲିଶାନ ବଙ୍ଗଳା ଅଛି, ଏକ ଲକ୍ଜରି କାର ଅଛି, ତାଙ୍କ ସ୍ଵାମୀଙ୍କର ମଧ୍ୟ ଏକ ଲକ୍ଜରି କାର ଅଛି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *