1986 ମସିହାରେ ବୁଲେଟ 350CC ମାତ୍ର ଏତିକି ଟଙ୍କାରେ ହେଉଥିଲା ବିକ୍ରି, Bill ଭାଇରାଲ ହେବା ପରେ ଲୋକେ କହିଲେ ଏବେ ତ ସେତିକି ଟଙ୍କାରେ ତେଲ ପିଇ ଦେଉଛି

ନମସ୍କାର ବନ୍ଧୁଗଣ, ଆଜିର ଦୁନିଆ ଆଉ ପୂର୍ବ ଦୁନିଆ ଭିତରେ ଆକାଶ ଫାତାଳ ଫରକ । କାରଣ ଆଗରୁ ଜିନିଷ ଯେତିକି ସସ୍ଥା ଥିଲା ଏବେ ତାହାର ଦଶଗୁଣା ହୋଇ ବଜାରରେ ମିଳୁଛି । ସେହିଭଳି ସବୁ ଯୁବକଙ୍କ ମନରେ ରାଜା କରୁଥିବା ବୁଲେଟ ରୟାଲ ଏନଫିଲ୍ଡର କାହାଣୀ ମଧ୍ୟ ଟିକେ ହଟକା । କାରଣ ଆଗରୁ ଯେତିକି ଟଙ୍କାରେ ଏହି ବୁଲେଟ ମିଳୁଥିଲା ତାହା ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ । ଆପଣ ସେହି କଥାକୁ ସହଜରେ ଗ୍ରହଣ ମଧ୍ୟ କରିପାରିବେ ନାହିଁ । 

ରାସ୍ତା ଉପରେ ଯେତେବେଳେ କୌଣସି ବୁଲେଟ ଯାଇଥାଏ ସେତେବେଳେ ଆମେ ନିହାତି ଥରେ ବୁଲି ଦେଖିଥାଉ । ରୟାଲ ଏନଫିଲ୍ଡ ବୁଲେଟ ଲୋକଙ୍କ ହୃଦୟକୁ ସିଧା ଛୁଇଁଥାଏ । ଏହାକୁ ଚଢି ରାସ୍ତା ଉପରେ ଯିବାବେଳେ କୌଣସି ରାଜା ମହାରାଜା ଠାରୁ କମ ଅନୁଭବ ହୋଇନଥାଏ । ଏହା ଏକ ରାଜକୀୟ ଅନୁଭବ ଦେଇଥାଏ । ତେଣୁ ଏହାକୁ କିଣିବା ସବୁ ଯୁବଙ୍କ ସ୍ଵପ୍ନ ଅଟେ । ଯାହା ପାଖରେ ଏହି ବୁଲେଟ ଥାଏ ସେ ନିଜକୁ ଏକ ହିରୋ ଭଳି ମନେ କରିଥାଏ ।

କିନ୍ତୁ ଏହି ବୁଲେଟ କିଣିବା ସମସ୍ତଙ୍କ ପକ୍ଷେ ସମ୍ଭବପର ନୁହେଁ କାରଣ ଏହାର ଦାମ ଅଧିକ ଅଟେ । କିନ୍ତୁ କିଛି ବର୍ଷ ପୂର୍ବରୁ ଏହି ବୁଲେଟ ବହୁତ ଶସ୍ତାରେ ବିକ୍ରି ହେଉଥିଲା । ଏହା ଏତେ ଶସ୍ତା ଥିଲା କି ଆପଣ ଦେଉଥିବା ବୁଲେଟର ବର୍ତ୍ତମାନ କିସ୍ତିରେ ଏକ ନୂଆ ରୟାଲ ଏନଫିଲ୍ଡ ବୁଲେଟ ମିଳିଯାଉଥିଲା । ୧୯୮୬ ମସିହାରେ 350cc ବୁଲେଟ ପ୍ରାୟ 19000 ହଜାର ଟଙ୍କାରେ ମିଳିଯାଉଥିଲା ।

ତେବେ 1986 ମସିହାର ଏକ ବୁଲେଟ ବିଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଏହି ବିଲରେ ବୁଲେଟର ପ୍ରକୃତ ପ୍ରାଇସ ରହିଛି 18800 ଟଙ୍କା । ଏବଂ ଦିସକାଉଣ୍ଟ ପରେ ଏହା 18700 ଟଙ୍କାର ବୋଲି ବିଲରେ ଉଲ୍ଲେଖ ରହିଛି ।  ୧୯୮୬ ମସିହାର ଏହି ବୁଲେଟ ବିଲ  Royalenfield 4567k ନାମର ଇନଷ୍ଟାଗ୍ରାମ ପେଜ ଶେୟାର କରିଛି । ଏହା ବେସ ଭାଇରାଲ ହେବାରେ ଲାଗିଛି ।

ଏହାକୁ ଦେଖି ଲୋକ ବେସ ମଜାଦାର କାମେଣ୍ଟ ମଧ୍ୟ ଦେଉଛନ୍ତି । ଜଣେ ତ ଏହା କାମେଣ୍ଟ ଦେଇ କହିଛନ୍ତି କି ଏତିକି ଟଙ୍କାର ତେଲ ମୋ ବୁଲେଟ ଏବେ ମାସକୁ ପିଇ ଯାଉଛି । ଆଉ ଜଣେ ଏହା କମେଣ୍ଟ ଦେଇଛନ୍ତି କି ଏତିକି ଟଙ୍କା ତ ଏବେ ବୁଲେଟର ମାସିକ କିସ୍ତି ପଇସା ଅଟେ । ଆଉ ଜଣେ ତ ଏହା କହିଛନ୍ତି କି କାସ ଆମେ ପୁଣି ଥରେ ଅତୀତକୁ ଫେରିପାରନ୍ତେ । ୧୯୮୫ ମସିହାରେକ ରେଷ୍ଟୁରାଣ୍ଟର ବିଲ ମଧ୍ୟ ଭାଇରାଲ ହେଇଛି ।

ଯେଉଥିରେ ପୁରା ପରିବାର ଲୋକ ମାତ୍ର ୨୬ ଟଙ୍କା ୩୦ ପଇସାରେ ମନଭରି ପେଟପୁରା ଖାଦ୍ୟ ଖାଇଥିବା ନଜର ଆସିଛି । ସେତେବେଳେ ୮ଟଙ୍କାରେ ସାହି ପନିର ମିଳୁଥିଲା, ୫ଟଙ୍କାରେ ଡାଲ ମଖନି ଏବଂ ୫ଟଙ୍କାରେ ରାଇତା, ୬ ଟଙ୍କା ୩୦ ପଇସାରେ ୯ତା ରୁଟି ମଧ୍ୟ ମିଳୁଥିଲା । ୨ ଟଙ୍କାର ସର୍ଭିସିଙ୍ଗ ଟାକ୍ସ ଥିଲା। ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।     

Leave a Reply

Your email address will not be published. Required fields are marked *