ଚୂନ ମାରିଦେଲେ ଚାରିଶବିଶ୍ ASI ମାଡାମ୍ ! ପୁରା ଘଟଣା ଆପଣଙ୍କ ହୋସ ଉଡେଇଦେବ…

ଗାଡି ବିକିଲେ ଟଙ୍କା ନେଲେ । ହାତରେ ଟଙ୍କା ଲାଗିବା ପରେ ବାହାର କରିଲେ ଅସଲ ରଙ୍ଗ । ମାଲିକାନା ପରିବର୍ତ୍ତନ ନ କରି ଗ୍ରାହକଙ୍କୁ ବାରମ୍ବାର ଦଉଡାଇଲେ । ଧମକ ଦେଇ ମାଗୁଥିଲେ ଲକ୍ଷ ଲକ୍ଷ ଟଙ୍କା । ଚାରି ଚକିଆ ବିକି ଚୂନ ମାରିଦେଲେ ପୋଲିସ ମ୍ୟାଡମ । ଯାହାକୁ ନେଇ ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ଗ୍ରାହକ । ବଲାଙ୍ଗୀର ଜିଲ୍ଲା ତୁଷୁରା ର ଅନିଲ ମହାପାତ୍ର ବରଗଡର ତତକାଳିନ ପୋଲିସ ASI ମିତାରାଣୀ ଦାସଙ୍କ ଠାରୁ ଏକ ସ୍କରପିଓ ଗାଡି କିଣିଥିଲେ ।

ସେ ଏ ବାବଦକୁ ମୋଟ 9 ଲକ୍ଷ 65 ହଜାର ଟଙ୍କା ଦେଇଥିଲେ । ଚୁକ୍ତି ମୁତାବକ ଗାଡିରେ ବକୟା emi ସୁଝିବା ସହ କିଛି ଟଙ୍କା ସେ ସ୍ମିତାରାଣୀଙ୍କୁ ଦେଇଥିଲେ । ଗାଡିର ସବୁ ରୁଣ ସୁଝିବା ପରେ ଯେବେ NSC ପେପର ନେଇ କମ୍ପାନୀରୁ ଫୋନ ଆସିଲା ସେ ସ୍ମିତାରାଣୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ସେ ଉତ୍ତର ନ ଦେବାରୁ ତାଙ୍କ ସ୍ବାମୀଙ୍କୁ ଯୋଗାଯୋଗ କରିଥିଲେ ।

ହେଲେ ସେ ବି ଆଉ ଧରା ଛୁଆଁ ଦେଇ ନ ଥିଲେ । ଅନେକ ଥର ଯୋଗାଯୋଗ କରିବା ପରେ NSC ସହ ମାଲିକାନା ପରିବର୍ତ୍ତନ କରିବାକୁ ଆହୁରି 1 ଲକ୍ଷ ମାଗିଥିଲେ ସ୍ମିତାରଣୀ ଓ ତାଙ୍କ ସ୍ଵାମୀ । ପରେ ଲକ୍ଷେ ଟଙ୍କା ଦେଇଥିଲେ ବି ମାଲିକାନା ପରିବର୍ତ୍ତନ କରିନ ଥିଲେ । ସ୍ମିତାରାଣୀ ଦିଲ୍ଲୀରୁ ଗୁଣ୍ଡା ଲଗାଇ ଧମକାଇବା ଆରମ୍ଭ କରିଦେଲେ । ଏଇଟିକି ASIଙ୍କ ସ୍ଵାମୀ ଓ ଭାଇଯାଇ ଗାଡିକୁ ଚୋରୀ କରି ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅନିଲ ।

ବିଡମ୍ବନାର କଥା ହେଲା ସେ ଯେବେ ଥାନାର ଦ୍ଵାରସ୍ଥ ହୋଇଥିଲେ ତାଙ୍କ ଏଫାୟାର ରଖାଗଲା ନାହି । ବରଂ ତାଙ୍କୁ କେସ କରିବାକୁ କୁହାଗଲା । ପରେ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବରଗଡ ମାଲା ରୁଜୁ କରିଲା ସତ ହେଲେ କୌଣସି କାର୍ଜ୍ଯନୁଷ୍ଠାନ କରିଲା ନାହି । ଏମିଟକି ଅନିଲଙ୍କ ପ୍ରତି ପୋଲିସ କର୍ମଚାରୀ ମାନେ ଦୁର୍ବ୍ୟବହାର କରିବାର ବୋଲି ଅଭିଯୋଗ କରିଛନ୍ତି ।

ଆଣି ସେକେଣ୍ଡ ହ୍ୟାଣ୍ଡ ଗାଡି କିଣି ସାଇବା ପରେ ତାକୁ ଅନ୍ୟ ଜଣେ ଗ୍ରାହକ ଙ୍କୁ ବିକ୍ରି କରିଥିଲେ । ଭାବିଥିଲେ ମାଲିକାନା ପରିବର୍ତ୍ତନ ହୋଇଗଲେ ସେ ମଧ୍ୟ ତାଙ୍କ ଠାରୁ ଗାଡି କିଣିଥିବା ଲୋକ ନାଁ କୁ ସହଜରେ ଗାଡିର ମାଲିକାନା ପରିବର୍ତ୍ତନ କରି ଦେବେ । ହେଲେ ଏବ ଚୂନ ଲଗା ASI ମ୍ୟାଡମ ଙ୍କ 420 ଖେଳ ରେ ଛନ୍ଦି ହୋଇ ବାର ଦୁଆର ଶୁଣ୍ଢୀ ପିଣ୍ଢା ହେଉଛନ୍ତି । ଆଖି ରୁ ଲୁହ ସୁଖୁ ନାହି ଗ୍ରାହକ ଙ୍କର । 

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ଆମକୁ କମେଣ୍ଟ ଜରିଆରେ ଜାଣିବେ, ଧନ୍ୟବାଦ ।   

Leave a Reply

Your email address will not be published. Required fields are marked *