Vastu Shastra- ମରିଗଲେ ବି ରୋଷେଇ ଘରେ କରନ୍ତୁ ନାହିଁ ଏହି ଭୁଲ, ଘରକୁ ଆସିଥାଏ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ହିନ୍ଦୁଧର୍ମ ଅନୁଯାଇ ସମସ୍ତ ଲୋକଙ୍କ ଘରେ ରୋଷେଇ ଘରର ଏକ ଅଲଗା ମହତ୍ଵ ରହିଛି । ବନ୍ଧୁଗଣ ହିନ୍ଦୁଶାସ୍ତ୍ରରେ ରୋଷେଇ ଘର ସହ ଜଡିତ ବହୁତ ନୀତି ନିୟମ ବର୍ଣ୍ଣନା ହୋଇଛି । ସାଧାରଣତଃ ଲୋକମାନେ ଅଜଣାତରେ ରୋଷେଇ ଘରେ ଏପରି କିଛି ଭୁଲ କରିଦିଅନ୍ତି, ଯାହାଫଳରେ ସେମାନଙ୍କୁ ଆଜୀବନ ଦରିଦ୍ରତା ଭୋଗ କରିବାକୁ ପଡିଥାଏ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଭୁଲ କାମ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଆପଣ କେବେହେଲେ କରିବେ ନାହିଁ । ଏହି ସବୁ ଭୁଲ କାମ କରିବା ଦ୍ଵାରା ମା ଲକ୍ଷ୍ମୀ ଆପଣଙ୍କ ଉପରେ ରୁଷ୍ଟ ହୋଇଯାନ୍ତି, ଯାହା ଫଳରେ ସେ ଆପଣଙ୍କ ଘର ଛାଡି ସବୁଦିନ ପାଇଁ ଚାଲିଯାନ୍ତି, ତେଣୁ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମସ୍ତ ଭୁଲ ବିଷୟରେ ।


୧. ବନ୍ଧୁଗଣ ସାଧାରଣତଃ ଅଧିକାଂଶ ମହିଳା ରାତ୍ରି ସମୟର ଅଇଁଠା ବାସନ ସକାଳ ସମୟରେ ସଫା କରିଥାନ୍ତି, ହେଲେ ବନ୍ଧୁଗଣ ଏହା ଭୁଲ ଅଟେ । ଏହା କରିବା ଦ୍ଵାରା ଆପଣ କରଜରେ ବୁଡି ପାରନ୍ତି । ସେଥିପାଇଁ ଆପଣଙ୍କୁ ସବୁବେଳେ ରାତ୍ରି ସମୟର ବାସନକୁ ରାତ୍ରି ମଧ୍ୟରେ ବା ଶୋଇବା ପୂର୍ବରୁ ସଫା କରିବା ଉଚିତ ।

୨. ବନ୍ଧୁଗଣ କେବେହେଲେ ଭୁଲ ସେ ମଧ୍ୟ ସୂର୍ଯ୍ୟଅସ୍ତ ହେବା ପରେ କୌଣସି ଲୋକଙ୍କୁ କ୍ଷୀର, ପିଆଜ ଓ ଦହି ଦେବେ ନାହିଁ । ଏହା ସହିତ କେବେହେଲେ କୌଣସି ଲୋକଙ୍କୁ ଲୁଣ ମଧ୍ୟ ଦେବେନାହିଁ । ଯଦି ଆପଣ କୌଣସି ଲୋକଙ୍କୁ ସୂର୍ଯ୍ୟଅସ୍ତ ପରେ ଏହି ସବୁ ଜିନିଷକୁ ଦାନ କରିବେ ତା ହେଲେ ଆପଣଙ୍କ ଉପରେ ମା ଲକ୍ଷ୍ମୀ ରୁଷ୍ଟ ହୋଇଯିବେ ଓ ଯେଉଁ ଲୋକଙ୍କୁ ଆପଣ ଏହି ସମସ୍ତ ଜିନିଷ ଦେବେ ମା ଲକ୍ଷ୍ମୀ ସେହି ଲୋକ ଘରକୁ ଚାଲିଯିବେ ।


୩. ବନ୍ଧୁଗଣ କେବେହେଲେ ଭୁଲ ସେ ମଧ୍ୟ ଆପଣ ନିଜ ରୋଷେଇ ଘର ପାଖରେ ଠାକୁର ଘର କରିବେ ନାହିଁ । ଯେଉଁ ଘରେ ରୋଷେଇ ଘର ପାଖରେ ଠାକୁର ଘରେ ରହିଥାଏ, ସେହି ଘରେ ସବୁବେଳେ ଅଶାନ୍ତି ଓ ବିଶୃଙ୍ଖଳା ହୋଇଥାଏ । ସେହି ଘରର ଲୋକମାନେ କେବେହେଲେ ଉନ୍ନତି କାରିପାରନ୍ତି ନାହିଁ । ଏହି ଘରେ କେବେହେଲେ ଦେବିଦେବତା ମାନଙ୍କର କୃପାଦ୍ରୁଷ୍ଟି ରହିନଥାଏ, ଯାହାଫଳରେ ଏହି ଘରର ସମସ୍ତ ସଦସ୍ୟଙ୍କୁ ଦାରିଦ୍ରତାର ଶିକାର ହେବାକୁ ପଡିଥାଏ ।


୪. ବନ୍ଧୁଗଣ ପ୍ରାୟତଃ ଅଧିକାଂଶ ଲୋକ ରାତ୍ରି ସମୟରେ ରୁଟି କରିବା ପରେ ତାୱାକୁ ନଧୋଇ ସେମିତି ଥୋଇ ଦିଅନ୍ତି । ସେମାନେ ସେହି ତାୱାରେ ସଖାଳ ସମୟରେ ପୁନର୍ବାର ରୁଟି କରିଥାନ୍ତି । ହେଲେ ବନ୍ଧୁଗଣ ଏହା ବହୁତ ଅଶୁଭ ହୋଇଥାଏ । ରାତ୍ରି ସମୟରେ ତାୱାକୁ ନଧୋଇଲେ ଖାଦ୍ୟର ଅପମାନ ହୋଇଥାଏ, ଯାହାଫଳରେ ଆପଣଙ୍କୁ ଆଜୀବନ ଖାଦ୍ୟ ମିଳିନଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ନିଜ ରୋଷେଇ ଘର ସହ ଜଡିତ ଏହି ୪ଟି ଭୁଲକୁ କେବେହେଲେ କରିବେ ନାହିଁ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *