Vastu Shastra- ଭୟଙ୍କର ଦରିଦ୍ରତାର କାରଣ ହୋଇଥାଏ ରୋଷେଇ ଘରେ ଏହି 4 ଟି ଭୁଲ, ହେଇଯାଏ ସର୍ବନାଶ

ଆଜି ଆମେ କଥା ହେବା କି ଏମିତି କଣ ସେହି ସବୁ ଭୁଲ ଅଟେ ଯାହାକୁ ଆମେ ଭୁଲରେ ବି ରୋଷେଇ ଘରେ କରିବା ଉଚିତ ନୁହେଁ । ଏହି ଭୁଲ କାରଣରୁ ମା ଅନ୍ନପୂର୍ଣ୍ଣା ଆପଣଙ୍କ ଘର ପରିବାର ଉପରେ କ୍ରୋଧିତ ହୋଇ ଯାଆନ୍ତି । ଏହାକୁ ସବୁଠୁ ବଡ ପାପ ମନାଯାଏ । ପୁରା ଘର ନଷ୍ଟ ହୋଇଯାଏ । ଘରେ ଅନର୍ଥ ହୋଇଥାଏ । ଶାସ୍ତ୍ର ଅନୁସାରେ ରୋଷେଇ ଘରେ ଏହି ସବୁ ଭୁଲ କରୁଥିବା ବ୍ୟକ୍ତି ନିଧନ ହୋଇ ଯାଇଥାଏ ଓ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ ।

ରୋଷେଇ ଘରେ ଏହି ସବୁ ଭୁଲ କୁ ସବୁଠୁ ବଡ ପାପ ମଧ୍ୟ କୁହା ଯାଇଛି । ଶାସ୍ତ୍ରରେ ସ୍ପଷ୍ଟ ଭାବେ କୁହା ଯାଇଛି କି ଯେଉଁ ଘରେ ମା ଅନ୍ନପୂର୍ଣ୍ଣା ଙ୍କର ବାସ ହୋଇଥାଏ ତେବେ ମା’ଙ୍କ ସହିତ ସବୁ ଦେବୀ ଦେବତା ଏକା ସହିତ ବାସ କରିଥାନ୍ତି । ଏମିତି ଘର ଧନ ଦୌଲତ ରେ ଭରିଯାଏ ।

୧. ବହୁତ ମହିଳା ଏମିତି ହୋଇଥାନ୍ତି ଯେଉଁମାନେ ଖାଇବା ତିଆରି କରିବା ପୂର୍ବରୁ ସ୍ନାନ କରନ୍ତି ନାହିଁ । ହାତ ଗୋଡ ଧୁଅନ୍ତି ନାହିଁ ଓ ଖାଇବା ତିଆରି କରିବା ସମୟରେ ଏଠି ସେଠି ହାତ ମାରି ହାତ ଅସ୍ଵଚ୍ଛ କରିଥାନ୍ତି, ଏମିତିରେ ଖାଦ୍ଯ ଦୂଷିତ ହୋଇଯାଏ ,ଏହି ଖାଦ୍ଯ ଖାଇବା ଦ୍ଵାରା ଘରେ ରୋଗ ଆସିଥାଏ ଓ ମାତା ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି । ଏମିତି ଘରେ ଦରିଦ୍ରତାର ବାସ ହୋଇଥାଏ ଓ ଏମିତି ଘରେ ରହୁଥିବା ଲୋକକୁ ସଫଳତା ମିଳିନଥାଏ ।

୨. ଶାସ୍ତ୍ରରେ କୁହାଯାଇଛି ଯେଉଁ ସ୍ଥାନରେ ଆପଣ ଖାଦ୍ୟ ତିଆରି କରୁଛନ୍ତି ସେହି ସ୍ଥାନ ସବୁବେଳେ ସ୍ଵଚ୍ଛ ହେବା ଉଚିତ । ଯଦି ସେହି ଜାଗା ସଫା ସୁତୁରା ରହିବ ନାହିଁ ତେବେ ରାହୁ କେତୁଙ୍କ ଖରାପ ପ୍ରଭାବ ପଡିଥାଏ ଓ ଶନିଦେବ ବି ରାଗି ଯାଆନ୍ତି । ଏମିତି ଘରେ ଟଙ୍କା କମାଉଥିବା ବ୍ୟକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ପୁରା ଘର ଧୀରେ ଧୀରେ ନିଧନତାର ଶିକାର ହୋଇଯାଏ । ଏଥିପାଇଁ ରୋଷେଇ ଘରକୁ ସବୁବେଳେ ସଫା ସୁତୁରା ରଖିବା ଉଚିତ ଓ ମଝିରେ ମଝିରେ ଗଙ୍ଗାଜଳ ମଧ୍ୟ ଛିଞ୍ଚିବା ଉଚିତ । ଏମିତି କରିବା ଦ୍ଵାରା ମାତା ଅନ୍ନପୂର୍ଣ୍ଣା ପ୍ରସନ୍ନ ହୋଇଥାନ୍ତି ।

୩. ରୋଷେଇ ଘରେ ଚାଖୁ ରହିବା ସାଧାରଣ କଥା ଅଟେ କିନ୍ତୁ ଯଦି ଆପଣ ରୋଷେଇ ଘରେ ଧାରୁଆ ଜିନିଷ କିଛି ରଖିଛନ୍ତି ଯାହା କେବେ ବି ବ୍ୟବହାର ହେଉ ନାହିଁ ତେବେ ତାହାକୁ ଘରୁ ତୁରନ୍ତ ବାହାର କରି ଦିଅନ୍ତୁ । ଏହା ଦ୍ଵାରା ପରିବାରରେ ଅଶାନ୍ତି ବଢିଥାଏ ଓ ଝଗଡା ଆଦି ବଢିବାକୁ ଲାଗିଥାଏ । ଘରେ ଏମିତି ଜିନିଷ ରଖିବା ଦ୍ଵାରା ନକରାତ୍ମକତା ଆକର୍ଷିତ ହୋଇଥାଏ ଓ ଘର ଉପରେ ବହୁତ ଖରାପ ପ୍ରଭାବ ପଡିଥାଏ ।

୪. ରୋଷେଇ ଘର ସାମ୍ନା ରେ ଜୋତା ଚପଲ ପୋଛା କେବେ ବି ରଖିବା ଉଚିତ ନୁହେଁ । ଖାସ କରି ଝାଡୁ ପରି ଜିନିଷ ଆପଣଙ୍କୁ ରୋଷେଇ ଘର ସାମ୍ନା ରେ କେବେ ବି ରଖିବା ଉଚିତ ନୁହେଁ । ଏହା ଦ୍ଵାରା ମାତା ଅନ୍ନପୂର୍ଣ୍ଣା ରାଗି ଯାଇଥାନ୍ତି ଓ ପୁରା ଘରକୁ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ ।

ଆପଣ ରୋଷେଇ ଘରେ ଏହି ସବୁ ଭୁଲ କୁ କେବେ ବି ମାମୁଲି ଭାବନ୍ତୁ ନାହିଁ । ଏହା ଦ୍ଵାରା ପୁରା ଘର ପରିବାର ବର୍ବାଦ ହୋଇପାରେ । ଆପଣଙ୍କୁ ଦରିଦ୍ରତାର ସାମ୍ନା କରିବାକୁ ପଡିପାରେ । ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *