ଆଜ ତକ ର ଆଙ୍କର Rohit Sardana ଙ୍କ ଲାଇଫଷ୍ଟାଇଲ ଓ Biography, ଘର, ପରିବାର ଓ ଦେଖନ୍ତୁ କେତେ ସମ୍ପତ୍ତିର ମାଲିକ ଥିଲେ ସେ ?

ନମସ୍କାର ବନ୍ଧୁଗଣ ଆଜି ଆମେ ଏକ ଏଭଳି ସମ୍ବାଦ ଉପସ୍ଥାପକ ବିଷୟରେ ଆଲୋଚନା କରିବୁ ଯିଏ ନିଜର ଉପସ୍ଥାପନା ଏବଂ ବ୍ୟବହାର ପାଇଁ ସମସ୍ତ ଙ୍କ ଲୋକପ୍ରିୟ ହୋଇ ପାରିଥିଲେ । ଆମେ କଥା ହେଉଛୁ ଆଜତକ ସମ୍ବାଦ ଉପସ୍ଥାପକ ରୋହିତ ସରଦନା ଙ୍କ ବିଷୟରେ । ଯିଏ କି ଆମ ଗହଣ ରେ ବର୍ତ୍ତମାନ ଆଉ ନାହାନ୍ତି । ତାଙ୍କ ର ମୃତ୍ୟୁ ର କାରଣ କେହି କରୋନା କୁ କହୁଛନ୍ତି ତ କେତେଜଣ ହୃଦଘାତ ବୋଲ କହୁଛନ୍ତି ।

ଆଜି ଆମେ କଥା ହେବୁ କି ଏକ ଅଭିନେତା ହେବାର ସ୍ୱପ୍ନ ଦେଖି ଏକ ବରିଷ୍ଠ ସମ୍ବାଦ ଉପସ୍ଥାପକ ହେବାର ରାସ୍ତା ଏବଂ ପରିଶ୍ରମ ଆଦି ବିଷୟରେ ଆଲୋଚନା କରିବୁ । ତେବେ ଆସନ୍ତୁ ଜାଣିନେବା ତାଙ୍କ ଜୀଵନ ଶୈଳୀ ଏବଂ ତାଙ୍କ ପରିଶ୍ରମ ବିଷୟରେ ।

ରୋହିତ ସରଦନା ଜଣେ ବରିଷ୍ଠ ସାମ୍ବାଦିକ ଥିଲେ । ସେ ଜଣେ ହିନ୍ଦୁ ଥିଲେ ଏବଂ ନାଗରିକତ୍ୱ ତାଙ୍କର ଭାରତୀୟ ଥିଲା । ରୋହିତ ଙ୍କ ଜନ୍ମ ୨୨ ସେପ୍ଟେମ୍ବର ୧୯୮୦ ମସିହାରେ ହରିୟାଣା ରାଜ୍ୟ ରେ ହୋଇ ଥିଲା । ସେ ଗୀତା ନିକେତନ ଆୱାଶ୍ୟ ବିଦ୍ୟାଳୟ ରୁ ନିଜର ପାଠ ଶେଷ କରିଥିଲେ ସ୍କୁଲ ପରେ ସେ ନିଜର ଅଧିକ ଏବଂ ଉଚ୍ଚ ଶିକ୍ଷା ପାଇଁ ଗୁରୁ ଜାମ୍ବେଶ୍ୱର ୟୁନିଭରସିଟି ସାଇନ୍ସ ଏବଂ ଟେକ୍ନୋଲୋଜି, ହିସାର ରେ ପୂର୍ଣ୍ଣ କଲେ । ଏବଂ ମାସ କମ୍ୟୁନିକେଶନ ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ।

ରୋହିତ ଏକ ଇଣ୍ଟରଭିଉ ରେ କହି ଥିଲେ କି ସେ ନେସନାଲ ଡ୍ରାମା ସ୍କୁଲ ରେ ଦାଖିଲା ନେଇଥିଲେ । କାରଣ ତାଙ୍କର ଅଭିନେତା ହେବା ର ସ୍ୱପ୍ନ ଥିଲା । କିନ୍ତୁ ସେଠାରେ ତାଙ୍କୁ କିଛି ହାସଲ ହେଲା ନାହିଁ ପରେ ସେ ନିଷ୍ପତ୍ତି ନେଲେ କି ସେ ଜଣେ ସାମ୍ବାଦିକ ହେବେ । ସେ ହରିୟାଣା ପରିବାର ରେ ବଢି ଥିବାରୁ ତାଙ୍କ ହିନ୍ଦୀ ଏବଂ ଇଂରାଜୀ ରେ ସେ ଟିକେ ଦୁର୍ବଳ ଥିଲେ କିନ୍ତୁ ପରେ ଏହି ଭାଷା ହିଁ ତାଙ୍କ ର ସବୁଠାରୁ ବଡ଼ ଶକ୍ତି ହୋଇ ପାରିଥିଲା ।

ସେ ନିଜ ପାଠ ପଢା ସହ ଚାକିରୀ ମଧ୍ୟ କରିଲେ । ପରେ ସ୍ୱ ଦିଲ୍ଲୀ ଆସିଗଲେ ଏବଂ ସେଠାରେ ସେ ଈଟିଭି ନେଟୱର୍କ ସହ କାମ କରିବାର ସୁଯୋଗ ମିଳିଲା । ସେହି ଠାରୁ ସେ ଜଣେ ପତ୍ରକାରିତା ରୂପେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ପରେ ସେ ହାଇଦ୍ରାବାଦ ଆସିଗଲେ । ସେହି ଠାରୁ ଟିଭିରେ ଆସିବାର ସୁଯୋଗ ମିଳିଲା । ରୋହିତ ଙ୍କ କାମ ସମସ୍ତଙ୍କୁ ପସନ୍ଦ ଆସିଲା । ସେ ଜି ନ୍ୟୁଜ ରେ ଡିବେଟ କାର୍ଯ୍ୟ କରୁଥିଲେ ।

ଏବଂ ପରେ ସେ ୨୦୧୭ ରେ ଆଜତକ ରେ ଯୋଗ ଦାନ କଲେ । ଏବଂ ସେବେଠାରୁ ସେ ଡିବେଟ କାର୍ଯ୍ୟ କ୍ରମ ହିଁ କରି ଆସୁଥିଲେ । ତାଙ୍କର ପ୍ରସିଦ୍ଧ ଡିବେଟ ସୋ ଥିଲା ଦଙ୍ଗଲ ଯେଉଁଥିରେ ସେ ବହୁତ ଲୋକ ପ୍ରିୟତା ହାସଲ କରି ଥିଲେ । ରୋହିତ ଙ୍କୁ ଅନେକ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି । ସେହି ପୁରସ୍କାର ମଧ୍ୟ ରୁ ବେଷ୍ଟ ଆଙ୍କର ପୁରସ୍କାର ସାମିଲ ଅଛି ।
ତାଙ୍କ ପରିବାର ବିଷୟରେ ଆଲୋଚନା କଲେ ।

ତାଙ୍କ ପରିବାର ରେ ତାଙ୍କର ଜଣେ ଭାଇ ଅଛନ୍ତି ଯିଏ କମ୍ପ୍ୟୁଟର ଇଞ୍ଜିନିୟର ଭାବେ କାର୍ଯ୍ୟରତ । ରୋହିତ ବିବାହିତ ତାଙ୍କ ପତ୍ନୀ ଙ୍କ ନାମ ହେଉଛି ପ୍ରମିଳା ଦୀକ୍ଷିତ । ତା ସହିତ ତାଙ୍କର ଦୁଇଟି ଝିଅ ସନ୍ତାନ ମଧ୍ୟ ଅଛନ୍ତି । ତାଙ୍କର ସମ୍ପତ୍ତି ପ୍ରାୟତଃ ଦୁଇ ମିଲିୟନ ଅର୍ଥାତ ୧୫ କୋଟି ଟଙ୍କା । ଏବଂ ତାଙ୍କ ପାଖରେ ମାରୁତି ସୁଜୁକି ଏସ କ୍ରସ । ବି ଏମ ଡବ୍ଲ୍ୟୁ ଆଦି ରହିଛି । ସେ ଜଣେ ବହୁତ ଭଲ ସାମ୍ବାଦିକ ଥିଲେ ଏବଂ ସେ ସର୍ଵଦା ଆମ ପାଖରେ ଅମର ହୋଇ ରହିବେ ।

Leave a Reply

Your email address will not be published. Required fields are marked *