କରୋନା ଟୀକା ଆପଣଙ୍କ ବଡିରେ ଠିକ ଭାବରେ କାମ କରୁଛି ନା ନାହିଁ, ଜାଣନ୍ତୁ ଏହି ଲକ୍ଷଣରୁ

ବନ୍ଧୁଗଣ କରୋନା ମହାମାରୀର କୋପ ବର୍ତ୍ତମାନ ସାରା ଦେଶରେ ଭୟର ଆଶଙ୍କା ଖେଳାଇଛି । ଦେଶର ଲକ୍ଷାଧିକ ଲୋକ ଏହି ଭାଇରସରେ ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରା-ଣ ହରାଇଛନ୍ତି । ବନ୍ଧୁଗଣ କରୋନା ମହାମାରୀର କୋପକୁ ଆଖି ଆଗରେ ରଖି ଭାରତ ସରକାର ଗତ ମେ ୧ ତାରିଖରୁ କରୋନା ଟୀକା ଦେବା ପାଇଁ ଘୋଷଣା କରିଥିଲେ ।

ତେଣୁ ବର୍ତ୍ତମାନ କେତେକ ରାଜ୍ୟରେ କରୋନା ଟୀକା ଦିଆ ଚାଲିଛି । ସାଧାରଣ ଲୋକ ମାନେ କରୋନା ଟୀକା ନେବା ପାଇଁ ନିଜର ନାମ ପଞ୍ଜୀକରଣ କରିପାରିବେ ଓ ଓଡିଶାରେ ଥିବା ଲୋକମାନେ ସଂପୂର୍ଣ୍ଣ ମାଗଣାରେ ଟୀକା ନେଇପାରିବେ ।

ବନ୍ଧୁଗଣ ଗତ କିଛି ମାସ ତଳେ ୪୫ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ ମାନଙ୍କୁ କରୋନା ଟୀକା ଦିଆଯାଉଥିଲା । କିନ୍ତୁ କରୋନା କୋପକୁ ଆଖି ଆଗରେ ରଖି ଭାରତ ସରକାର ଏହି ମାସ ଠାରୁ ୧୮ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକ ମାନଙ୍କୁ ଟୀକା ନେବା ପାଇଁ ନିର୍ଦେଶ ଦେଇଥିଲେ । ବନ୍ଧୁଗଣ ବହୁତ ଲୋକଙ୍କ ମନରେ ଏହି ପ୍ରଶ୍ନ ଅଛି ଯେ, ଟୀକା ନେବା ପରେ ଏହି ଟୀକା ଆମ ଶରୀରରେ ଠିକ ଭାବରେ କାମ କରିବ ନାହିଁ ।

ଆଜି ଆମେ ଆପଣ ମାନଙ୍କୁ ଏପରି କିଛି ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଆପଣ ଜାଣିପାରିବେ ଯେ, ଟୀକା ଆପଣଙ୍କ ଶରୀରରେ କିପରି କାମ କରୁଛି । ଆମେରିକାର ଚିଫ ମେଡିକାଲ ଆଡଭାଇଜର ଡାକ୍ତର ଏନ୍ଥନୀ ଫାଉଚିଙ୍କ ମତରେ, କରୋନା ଟୀକାର ଦ୍ଵିତୀୟ ଡୋଜ ନେବା ପରେ ଯଦି ଆପଣଙ୍କୁ ହାଲ୍କା ଥଣ୍ଡା ଅନୁଭବ ହେଉଛି ବା ଆପଣଙ୍କୁ ହାଲ୍କା କଷ୍ଟ ହେଉଛି ତା ହେଲେ ଆପାନ ବୁଝି ଯାନ୍ତୁ ଟୀକା ଆପଣଙ୍କ ଶରୀରରେ ସଠିକ କାମ କରୁଛି ।

ଆପଣଙ୍କ ରୋଗପ୍ରତିଷେଧକ ଶକ୍ତି ଭାଇରସ ସହ ଲଢିବା ପାଇଁ ପ୍ରସ୍ତୁତ ଅଛି । ଏହି ଟୀକା ଆପଣଙ୍କ ଶରୀରରରେ ଥିବା COVID-19 ସ୍ପାଇକ ପ୍ରୋଟିନ ନାମକ ଏକ ଭାଇରାଲ ପ୍ରୋଟିନକୁ ଚିହ୍ନଟ କରେ ଓ ଶରୀରରେ ଏହା ବିରୋଧରେ ଏକ ଏଣ୍ଟିବଡି ବନେଇବା ପାଇଁ ସହାୟତା କରେ । ଏଣ୍ଟିବଡିର ସଂସ୍ପର୍ଶରେ ଆସିବା ପରେ ଏହି ପ୍ରୋଟିନ ଭାଇରସକୁ ଶୀଘ୍ରରେ ଶରୀରରେ ବଢିବା ପାଇଁ ଦେଇନଥାଏ । ଏହା ସହିତ ଏହି ଟୀକା ଭାଇରସକୁ ଶରୀର ମଧ୍ୟରେ ସଂକ୍ରମଣ ହେବାରୁ ମଧ୍ୟ ରୋକୀ ଥାଏ ।

ଯେତେବେଳେ ଶରୀରରେ ଏହି ସବୁ ପ୍ରକ୍ରିୟା ହୋଇଥାଏ ସେତେବେଳେ ଏହାର କିଛି ସାଇଡ ଇଫେକ୍ଟ ଦେଖିବାକୁ ମିଳିଥାଏ । ଏହା ଦ୍ଵାରା ଟୀକା ଲଗାଯାଇଥିବା ବାହୁରେ କଷ୍ଟ ହେବା, ଥକାପଣ, ଜ୍ଵର, ମୁଣ୍ଡ ବିନ୍ଧା ଓ ବାନ୍ତି ଆଦି ଲକ୍ଷଣ ଦେଖାଯାଇଥାଏ । ଯଦି ଆପଣ ମାନଙ୍କର ଏହି ସବୁ ଲକ୍ଷଣ ଦେଖା ଯାଉଛି ତା ହେଲେ ଆପଣ ଚିନ୍ତା କରିବେ ନାହିଁ । କାରଣ ଏହି ସବୁ ଲକ୍ଷଣ ହେବାର କାରଣ ହେଉଛି ଆପଣଙ୍କ ଶରୀରରେ ଏହି ଟୀକା ଠିକ ଭାବରେ କାମ କରୁଛି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *