କୋଭିଡ୍ ରୋଗୀ ସଂସ୍ପର୍ଶରେ ଆସିଥିଲେ କ’ଣ କରିବେ ? – Dr Sanghamitra Pati

ବନ୍ଧୁଗଣ ବର୍ତ୍ତମାନ ସାରା ଦେଶରେ କରୋନା ମହାମାରୀର କୋପ ବଢି ବଢି ଚାଲିଛି । ଲକ୍ଷାଧିକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବନ୍ଧୁଗଣ ଅନ୍ୟ ପକ୍ଷରେ କେତେକ ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି । ସାଧାରଣତଃ ଅନେକ ଲୋକ କୋଭିଡ ରୋଗୀର ସଂସ୍ପର୍ଶରେ ଆସିଯାଉଛନ୍ତି ହେଲେ ସେମାନେ ସଂସ୍ପର୍ଶରେ ଆସିବା ପରେ କଣ କରିବେ ତାହା ବିଷୟରେ ବୁଝିପାରୁ ନାହାନ୍ତି ।

ବନ୍ଧୁଗଣ କୋଭିଡ ରୋଗୀ ସଂସ୍ପର୍ଶରେ ଆସିଲେ ଆପଣ ମାନେ କଣ କରିବେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି ଆପଣ ଏକ କୋଭିଡ ରୋଗୀର ସଂସ୍ପର୍ଶରେ ଆସିଯାଇଛନ୍ତି ତା ହେଲେ ପ୍ରଥମେ ଆପଣଙ୍କୁ ଏହା ଜାଣିବା ଦରକାର ଯେ ଆପଣ କେତେକ ଦିନ ପର୍ଯ୍ୟନ୍ତ ତାଙ୍କ ସଂସ୍ପର୍ଶରେ ରହିଥିଲେ । ଏହା ସହିତ ନିୟମ ଅନୁଯାଇ ଯଦି ଆପଣଙ୍କୁ ଶୀଘ୍ର ଏହାର ଲକ୍ଷଣ ସବୁ ଦେଖାଯାଉଛି ତା ହେଲେ ଆପଣ ତୁରନ୍ତ ଟେଷ୍ଟ କରାଇବା ଉଚିତ ।

ଆପଣ ତିନି ରୁ ପାଞ୍ଚ ଦିନ ମଧ୍ୟରେ କୋଭିଡ ଟେଷ୍ଟ କରାନ୍ତୁ ଯଦି ପାଞ୍ଚ ଦିନରେ ଆପଣ ଟେଷ୍ଟ କରେଇବେ ଓ ଆପଣଙ୍କ ନେଗେଟିଭ ଆସୁଛି ତା ହେଲେ ଆପଣଙ୍କୁ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ବନ୍ଧୁଗଣ ତିନି ରୁ ପାଞ୍ଚ ଦିନଟି ହେଉଛି ବହୁତ ଗୁରୁତ୍ଵପୂର୍ଣ୍ଣ କାରଣ ଏହି ଦୁଇ ଦିନ ମଧ୍ୟରେ ଭାଇରସଟି ଚିହ୍ନଟ ହେବାର ଅଧିକାଂଶ ସମ୍ଭାବନା ରହିଛି ।

ଯଦି ଆପଣ କୌଣସି କୋଭିଡ ରୋଗୀ ସହ 4 ଦିନ ପର୍ଯ୍ୟନ୍ତ ସଂସ୍ପର୍ଶରେ ଅଛନ୍ତି ତା ହେଲେ ଆପଣଙ୍କୁ ପଞ୍ଚମ ଦିନରେ କୋଭିଡ ଟେଷ୍ଟ କରାଇବା ଉଚିତ । ତା ହେଲେ ବନ୍ଧୁଗଣ ଯଦି ଆପଣଙ୍କୁ କୌଣସି ଲକ୍ଷଣ ଦେଖାଯାଉଛି ତା ହେଲେ ତୁରନ୍ତ ଟେଷ୍ଟ କରାଇ ଦିଅନ୍ତୁ ଓ ଯଦି ଆପଣଙ୍କର କୌଣସି ଲକ୍ଷଣ ଦେଖାଯାଉ ନାହିଁ ତା ହେଲେ ଆପଣ ତିନ ରୁ ପାଞ୍ଚ ଦିନ ମଧ୍ୟରେ ଟେଷ୍ଟ କରେଇ ଦିଅନ୍ତୁ ।

ବନ୍ଧୁଗଣ ଟେଷ୍ଟ କରାଇବା ପରେ ଯେତେ ପର୍ଯ୍ୟନ୍ତ ରିପୋର୍ଟ ଆସି ନାହିଁ ଆପଣ ସେତିକି ସମୟ ପର୍ଯ୍ୟନ୍ତ ନିଜକୁ ଆୟୁସିଲେଟ କରି ରଖନ୍ତୁ । ବନ୍ଧୁଗଣ ଯଦି ଆପଣ କୋଭିଡ ଟୀକା ନେଇ ସାରିଛନ୍ତି ତା ହେଲେ ମଧ୍ୟ ଆପଣ ସମସ୍ତ ସ୍ଥାନରେ ମାସ୍କର ବ୍ୟବହାର କରୁଥିବେ ଓ ସାମାଜିକ ଦୂରତାକୁ ମାନି ଚଳୁଥିବେ ।

କାରଣ ବନ୍ଧୁଗଣ କୋଭିଡ ଟୀକା ନେବା ପରେ ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି ତେଣୁ ଯାହା ଯାହା ସବୁ ମୌଳିକ ନିୟମ ରହିଛି ଆପଣ ସମସ୍ତ ନିୟମକୁ ମାନିବା ଉଚିତ । ତେଣୁ ବନ୍ଧୁଗଣ ସରକାରଙ୍କ ଦ୍ଵାରା ଘୋଷଣା ହୋଇଥିବା ସମସ୍ତ ଗାଇଡଲାଇନର ପାଳନ କରନ୍ତୁ ଓ ନିଜକୁ ସୁରକ୍ଷିତ ରଖନ୍ତୁ, ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *