ବିବାହ ବନ୍ଧନରେ ବାନ୍ଧିହେଲେ ଅଭିନେତ୍ରୀ Riya Dey, ଦେଖନ୍ତୁ ବିବାହର ଫୁଲ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଡିଆ ଲୋକପ୍ରିୟ ଅଭିନେତ୍ରୀ ରିୟା । ବିବାହ ପୂର୍ବରୁ ତାଙ୍କର ଜବରଦସ୍ତ ଡ୍ୟାନ୍ସ ଦେଖିବାକୁ ମିଳିଥିଲା । ରିୟା ଙ୍କ ବିବାହରେ ଓଲିଉଡର ବହୁତ ସାରା ସେଲିବ୍ରେଟି ନଜର ଆସିଥିଲେ । ସେମାନେ ବହୁତ ମଜାମସ୍ତି କରୁଥିବାର ନଜର ଆସିଥିଲେ । ରିୟାଙ୍କର ମେହେନ୍ଦି ରସମ ଏବଂ ହଳଦୀ ରସମ ରେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରୀ ର ନାମିଦାମୀ ତାରକା ମାନେ ଏଞ୍ଜୟ କରିଥିବାର ନଜର ଆସିଥିଲେ ।

ଏହି ମେହେନ୍ଦି ରସମରେ ସମସ୍ତ ହିରୋଇନ ମାନେ ଭାଗନେଇଥିଲେ । ହାତରେ ସମସ୍ତେ ମେହେନ୍ଦି ଲଗାଇ ବହୁତ ସାରା ମଜାମସ୍ତି କରିଥିବାର ଦେଖିବାକୁ ମିଳିଥିଲେ । ରିୟା ବାହାଘର ପୂର୍ବରୁ ଅତି ସୁନ୍ଦର ଭାବରେ ସଜେଇ ହୋଇଥିବାର ନଜର ଆସିଥିଲେ । ବାହାଘର ପୂର୍ବରୁ ସେ ଖୁସିରେ ନାଚିଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ଦୀର୍ଘଦିନ ଧରି ଓଲିଉଡ ଇଣ୍ଡଷ୍ଟ୍ରୀରେ କାମ କରିଆସୁଛନ୍ତି ରିୟା ।

2012 ମସିହାରୁ ସେ ଓଲିଉଡ ଇଣ୍ଡଷ୍ଟ୍ରୀରେ ଯୋଗ ଦେଇଥିଲେ । ନିଜର ୧୦ ବର୍ଷର କ୍ୟାରିୟର ମଧ୍ୟରେ ସେ ପ୍ରାୟତଃ ୫୦ ରୁ ଅଧିକ ଓଡିଆ ସିନେମାରେ ଅଭିନୟ କରିସାରିଛନ୍ତି ।ଗୋଟିଏ ଓଡିଆ ସିନେମାରେ ଅଭିନୟ କରିବା ନିମନ୍ତେ ସେ ସମୁଦାୟ ୫ ଲକ୍ଷରୁ ୧୫ ଲକ୍ଷ ଟଙ୍କା ନେଇଥାନ୍ତି । ନିଜ ପ୍ରେମୀ ସୁନୀଲ ଙ୍କୁ ରିୟା ବିବାହ କରି ବେସ ଖୁସି ଥିବାର ନଜର ଆସିଛନ୍ତି ।

କାରଣ ଅନେକ ଦିନରୁ ସେ ସୁନୀଲ ଙ୍କୁ ଭଲପାଇଆସିଥିଲେ । ମନର ମଣିଷ କୁ ଜୀବନସାଥି ଭାବରେ ପାଇ ରିୟା ବେସ ଖୁସ ନଜର ଆସୁଛନ୍ତି । ନିଜ ବାହାଘରରେ ଭିନ୍ନ ଭିନ୍ନ ପ୍ରୋଗ୍ରାମ ରେ ରିୟା ଙ୍କ ଅଦ୍ଭୁତ ପ୍ରକାରର ନୃତ୍ୟ ଦେଖିବାକୁ ମିଳିଥିଲା । ରିୟା ଏକ ଦୃଶ୍ୟରେ କାନ୍ଧରେ ବାଜା ବଜାଇ ନାଚୁଥିବାର ଦେଖିବାକୁ ମିଳିଥିଲା ।

ତାଙ୍କ ସହିତ ଅନ୍ୟାନ୍ୟ ନାୟିକା ମାନେ ମଧ୍ୟ ବେସ ଉତ୍ସାହରେ ନାଚିବାକୁ ଲାଗିଥିଲେ । ସ୍ଟେଜ ଉପରେ ରିୟା ଙ୍କ ସହିତ ତାଙ୍କ ସାଙ୍ଗମାନେ ଥଟାମଜା କରିବା ସହିତ ଖୁବ ଏଞ୍ଜୟ କରିଥିଲେ । ବିବାହ ଟି ଏକ ଘରୋଇ ହୋଟେଲ ରେ ଆୟୋଜିତ ହୋଇଥିଲା ଏଥିରେ ଅନେକ ବଡ ବଡ ତାରକା ମଧ୍ୟ ଯୋଗଦାନ କରିଥିଲେ ।

ହାତଗଣ୍ଠି ପଡୁଥିବା ସମୟରେ ତାଙ୍କ ପରିବାର ଲୋକେ ଭାବୁକ ହୋଇଯାଇଥିଲେ । ବର୍ତ୍ତମାନ ରିୟା ବିବାହ କରି ତାଙ୍କ ଶାଶୁଘରକୁ ଚାଲି ଯାଇଛନ୍ତି । ସେ ସେଠାରେ ଖୁବ ଖୁସି ଥିବାର ନଜର ଆସିଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *