ଓଡିଆ ଅଭିନେତ୍ରୀ Riya Dey ଙ୍କ ହଳଦୀ ସେରେମନି,ଦେଖନ୍ତୁ କିପରି ଖୁସି ଅଛନ୍ତି ଆଜି Riya…

ବନ୍ଧୁଗଣ ଆପଣ ମାନେ ସମସ୍ତେ  ଓଡିଆ ଅଭିନେତ୍ରୀ ରିୟାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ରିୟା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । 2010 ମସିହାରୁ ରିୟା ଓଡିଆ ଇଣ୍ଡଷ୍ଟ୍ରିରେ ପ୍ରେମ ଅଢେଇ ଅକ୍ଷର ଫିଲ୍ମରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ କାମ କରିଥିଲେ ।

ତେବେ ବନ୍ଧୁଗଣ ଆସିବା ଦିନରୁ ରିୟା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସେ ନିଜର ଫିଲ୍ମ ଆଉ ସୁନ୍ଦରତା ପାଇଁ ବହୁତ ଚର୍ଚ୍ଚାରେ ରୁହନ୍ତି । ହେଲେ ସେ ଗତ କିଛି ଦିନ ହେବ କିଛି ଅଲଗା କାରଣ ପାଇଁ ଚର୍ଚ୍ଚାରେ ରହୁଛନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ କିଛି ଦିନ ତଳେ ରିୟାଙ୍କର ନିର୍ବନ୍ଧ ହୋଇଥିଲା ଆଉ ନିର୍ବନ୍ଧ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ।

ନିର୍ବନ୍ଧ ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ମାନେ ରିୟାଙ୍କ ବିବାହକୁ ଅପେକ୍ଷା କରି ରହିଥିଲେ । ଆଉ ଗତ କାଲି ତାଙ୍କ ଫ୍ୟାନ୍ସ ମାନଙ୍କ ଅପେକ୍ଷା ଶେଷ ହୋଇଛି । ଦର୍ଶକ ବନ୍ଧୁ ଓଡିଆ ଅଭିନେତ୍ରୀ ରିୟା ଦେ ଗତ କାଲି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ସୁନୀଲ ନାମକ ଏକ ଯୁବକଙ୍କ ସହ ପ୍ରେମ ବିବାହ କରିଛନ୍ତି । ଦୀର୍ଘ ଅନେକ ବର୍ଷ ଧରି ସୁନୀଲ ଆଉ ରିୟା ପ୍ରେମ ସମ୍ପର୍କ ରଖିଥିଲେ ଆଉ ଶେଷରେ ସେମାନେ ବିବାହ କରିବାର ନିଷ୍ପତ୍ତି ନେଲେ ।

ତେବେ ଏହାରି ମଧ୍ୟରେ ରିୟାଙ୍କ ହଳଦୀ ସେରେମନି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ରିୟାଙ୍କର ହଳଦୀ ସେରେମନି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ବିବାହ ପୂର୍ବରୁ ରିୟାଙ୍କ ହଳଦୀ ରସମ ହୋଇଥିଲା । ଆପଣ ମାନେ ଏହି ଭିଡିଓରେ ଦେଖି ପାରୁଥିବେ ଅତି ଧୁମଧାମର ସହ ରିୟାଙ୍କ ହଳଦୀ ରସମ ପାଳନ କରାଯାଉଛି । ତାଙ୍କ ପରିବାର ସଦସ୍ୟଙ୍କ ସମେତ ରିୟାଙ୍କ ସାଙ୍ଗ ମାନେ ତାଙ୍କ ମୁହଁରେ ହଳଦୀ ଲଗାଉ ଛନ୍ତି । ଆଉ ରିୟା ମଧ୍ୟ ସମସ୍ତଙ୍କ ମୁହଁରେ ଟିକେ ଟିକେ ହଳଦୀ ଲଗାଉ ଥିବାର ନଜର ଆସୁଛନ୍ତି । ତା ହେଲେ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *