ରାତିରେ ଏହି ୩ଟି ଜାଗାକୁ ଭୂଲ ରେ ମଧ୍ୟ ଯିବେ ନାହିଁ, ଜୀବନରେ ମାଡି ଆସେ ଭୟଙ୍କର ଦୁଃଖ ଓ ଦରିଦ୍ରତା- Vishnu Puran

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଭଲ ଜୀବନ ଅତିବାହିତ କରିବା ପାଇଁ ଲାଇଫ ମ୍ୟାନେଜମେଣ୍ଟ ର ବହୁତ ଆବଶ୍ୟକତା ରହିଛି। ଯଦି ଆପଣଙ୍କ ଜୀବନ ବ୍ୟବସ୍ଥିତ ରହିବ ତେବେ କେବଳ ଆପଣଙ୍କ ସମୟ ବଞ୍ଚିବ ନାହିଁ, ବରଂ ଏହା ସହିତ ଆପଣଙ୍କ ସମସ୍ତ କାର୍ଯ୍ୟ ସଠିକ ସମୟରେ ପୂରଣ ମଧ୍ୟ ହେବ। ବର୍ତ୍ତମାନ ସମୟରେ ଆପଣଙ୍କୁ ଅନ୍ଲାଇନ ମାଧ୍ୟମରେ ଲାଇଫ ମ୍ୟାନେଜମେଣ୍ଟ ଶିଖିଛନ୍ତି। କିନ୍ତୁ ପ୍ରାଚୀନ କାଳରେ ଲୋକମାନେ ଆଚାର୍ଯ୍ୟ ଚାଣକ୍ୟ ଓ ବିଦୁର ଙ୍କ ନୀତିରେ ଲାଇଫ ମ୍ୟାନେଜମେଣ୍ଟ ଶିଖୁଥିଲେ।

ଧର୍ମ ଗ୍ରନ୍ଥ ଗୁଡ଼ିକ ରେ ମଧ୍ୟ ଲାଇଫ ମ୍ୟାନେଜମେଣ୍ଟ ସମ୍ବନ୍ଧରେ ଉଲ୍ଲେଖ ରହିଛି। ଉଦାହରଣ ସ୍ୱରୂପ ବିଷ୍ଣୁ ପୁରାଣ ରେ ମଧ୍ୟ କେତେକ ବିଶେଷ ମହତ୍ତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏହି ପୁରାଣ ରେ ଉଲ୍ଲେଖନୀୟ ଅଛି ଯେ, ରାତିରେ କେଉଁ ସ୍ଥାନ କୁ ଯିବା ଉଚିତ ନୁହେଁ । ନଚେତ ଆପଣ ଅସୁବିଧା ର ସମ୍ମୁଖୀନ ହେବେ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ରାତିରେ ଘରୁ ବାହାରକୁ ଯିବା ଉଚିତ ନୁହେଁ- ବନ୍ଧୁଗଣ ବିଷ୍ଣୁ ପୁରାଣ ରେ ଉଲ୍ଲେଖ ରହିଛି ଯେ, କେବେବି ରାତି ସମୟରେ ଘରୁ ବାହାରକୁ ଯିବା ଉଚିତ ନୁହେଁ। କାରଣ ରାତି ସମୟରେ ସମସ୍ତ ପ୍ରକାର ଅସାମାଜିକ ତତ୍ତ୍ୱ ରହିଥାଏ। ଜଣେ ସଜ୍ଜନ ବ୍ୟକ୍ତି ଙ୍କୁ ଏହି ସମୟରେ ଘରୁ ବାହାରକୁ ଯିବା ଆଦୋୖ ଉଚିତ ନୁହେଁ। ଏହାଦ୍ୱାରା ସଦାଚାର ର ବିରୋଧ ହୋଇଥାଏ ଏବଂ ନିୟମ ର ଉଲ୍ଲଂଘନ ହୋଇଥାଏ। ତେଣୁ ଜଣେ ସଜ୍ଜନ ବ୍ୟକ୍ତି ଙ୍କୁ ରାତି ସମୟରେ ଘରେ ରହିବା ହିଁ ଉଚିତ।

୨. ରାତିରେ ସ୍ମଶାନ ଘାଟ ଯିବା ଉଚିତ ନୁହେଁ- ବନ୍ଧୁଗଣ ବିଷ୍ଣୁ ପୁରାଣ ଅନୁସାରେ ରାତି ସମୟରେ ସ୍ମଶାନ ଘାଟରେ ଅନେକ ପ୍ରକାର ନକରାତ୍ମକ ଉର୍ଜା ରହିଥାନ୍ତି। ଏହି ସମୟରେ ଆଦୋୖ ସ୍ମଶାନ ଘାଟ ଯିବା ଉଚିତ ନୁହେଁ।

ଯଦି ଆପଣ ଏହା ନ ମାନି ରାତି ସମୟରେ ସ୍ମଶାନ ଘାଟ କୁ ଯିବେ ତେବେ ଆପଣଙ୍କ ମନ ଓ ମସ୍ତିଷ୍କ ଉଭୟ ଅଶାନ୍ତ ରହିବ ଏବଂ ଆପଣଙ୍କ ଦେହରେ ନକରାତ୍ମକ ଉର୍ଜା ପ୍ରବେଶ କରିବ। ଏହା ଆପଣଙ୍କ ଜୀବନ ଶୈଳୀ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ତେଣୁ ଆପଣ ରାତି ସମୟରେ ସ୍ମଶାନ ଘାଟ ନଯିବା ହିଁ ଉଚିତ।

୩. ରାତି ସମୟରେ ଚରିତ୍ର ହୀନ ବ୍ୟକ୍ତି ଙ୍କ ପାଖକୁ ଯିବା ଉଚିତ ନୁହେଁ- ବନ୍ଧୁଗଣ ବିଷ୍ଣୁ ପୁରାଣ ଅନୁସାରେ, ରାତ୍ରି ସମୟରେ କୌଣସି ଚରିତ୍ର ହୀନ ବ୍ୟକ୍ତି ପାଖକୁ ଯିବା ସମ୍ପୂର୍ଣ୍ଣ ଅନୁଚିତ। ଏଭଳି ବ୍ୟକ୍ତି କେବଳ ଅସାମାଜିକ ଏବଂ ଅଧର୍ମ କାର୍ଯ୍ୟ କରିଥାନ୍ତି ଏବଂ କୁକର୍ମ ରେ ଲିପ୍ତ ରୁହନ୍ତି। ଏମାନଙ୍କ ସଂଗତ ଆପଣଙ୍କ ଉପରେ ମଧ୍ୟ ପ୍ରଭାବ ପକାଇ ପାରିବ। ତେଣୁ ଏଭଳି ବ୍ୟକ୍ତି ଙ୍କ ଠାରୁ ରାତି ଏବଂ ଦିନ ସବୁବେଳେ ଦୂରରେ ରହିବା ଉଚିତ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *