Vastu Tips – ରାତିରେ ନଧୋଇ ରଖୁଛନ୍ତି କି ଅଇଁଠା ବାସନ ହୋଇଯିବ ସର୍ବନାଶ, ମାଡି ଆସେ ଭୟଙ୍କର ଦରିଦ୍ରତା

ବନ୍ଧୁଗଣ ଆପଣମାନେ ରାତିରେ ଖାଇ ସାରିବା ପରେ ଅଇଁଠା ବାସନ ନ ଧୋଇ ପକାଇ ରଖୁଛନ୍ତି କି ? ଆପଣ ଯଦି ଏମିତି କରୁଛନ୍ତି ତେବେ ହୋଇ ଯାଆନ୍ତୁ ସାବଧାନ । ବନ୍ଧୁଗଣ କିଛି ଲୋକ ଖାଇ ସାରିବା ପରେ କିଛି ଲୋକ ବାସନକୁ ନ ଧୋଇ ସେମିତି ପକାଇ ରଖନ୍ତି । ଖାସ କରି ଶୀତଦିନେ ପାଣି ଠାରୁ ଦୂରେଇ ରହିବାକୁ କିଛି ଲୋକ ଏମିତି କରିଥାନ୍ତି । ହେଲେ ଏମିତି କରିବା ଦ୍ଵାରା କେତେ ପରିମାଣର କ୍ଷତି ହୋଇଥାଏ ତାହା ଆପଣମାନେ ଜାଣି ନାହାଁନ୍ତି । ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ଯେ ଏମିତି କରିବା ଦ୍ଵାରା ଆମକୁ କେଉଁ ସବୁ କ୍ଷତି ସହିବାକୁ ପଡିଥାଏ । ତେବେ ଆସନ୍ତୁ ଜାଣିବା ।

ବାସ୍ତୁ ଶାସ୍ତ୍ରରେ ଉଲ୍ଲେଖ ଅଛି ଯେ ଘରେ ଅଇଁଠା ବାସନ ପଡି ରହିଲେ ଘରେ ଅଶାନ୍ତି ବଢିଥାଏ । ପରିବାର ମଧ୍ୟରେ ସର୍ବଦା କଳି ଝଗଡା ଲାଗି ରହିଥାଏ । ଯଦି ଅଇଁଠା ବାସନକୁ ତା ପରଦିନ ପର୍ଯ୍ୟନ୍ତ ପକାଇ ରଖାଯାଏ ଏବଂ ତାକୁ ସେମିତି ସଫା ନ କରି ରଖାଯାଏ ତେବେ ପରିବାରର ଲୋକମାନଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥାଏ ।

ବାସନକୁ ଅଇଁଠା ପକାଇ ରଖିବା ଦ୍ଵାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି । ଯାହା ଦ୍ଵାରା ଘରେ ସବୁବେଳେ ଟଙ୍କା ପଇସାର ଅଭାବ ଦେଖାଦିଏ । ଏବଂ ଆପଣ ଧୀରେ ଧୀରେ ଗରିବ ହୋଇ ଯାଆନ୍ତି । ତେଣୁ ରାତିରେ ଅଇଁଠା ବାସନ ପକାଇ ନ ରଖି ସଫା କରି ନିଅନ୍ତୁ ଦେଖିବେ ତା ପରଦିନ ଆପଣଙ୍କୁ ବାସୀ ଅଇଁଠା ବାସନର ମୁହଁ ଦେଖିବାକୁ ପଡିବନି ଓ ଆପଣ ମାନଙ୍କ ଦିନ ନିଶ୍ଚୟ ଶୁଭରେ କଟିବ ।

ଯଦି ପରଦିନ ପର୍ଯ୍ୟନ୍ତ ଅଇଁଠା ବାସନ ପକାଇ ରଖାଯାଏ ତେବେ ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଅଇଁଠା ବାସନକୁ ଅଧିକ ସମୟ ପର୍ଯ୍ୟନ୍ତ ରଖିଲେ ଏଥିରେ ଥିବା ରୋଗ ଜୀବାଣୁ ଧୋଇଲେ ମଧ୍ୟ ଅତି ସହଜରେ ଯାଇ ନଥାନ୍ତି । ଏହି ରୋଗ ଜୀବାଣୁ ଖାଦ୍ଯ ମାଧ୍ୟମରେ ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ ଏବଂ ଆମକୁ ଅନେକ ରୋଗରେ ମଧ୍ୟ ଆକ୍ରାନ୍ତ କରିଥାଏ ।

ଅଇଁଠା ବାସନ ରାତିରେ ପଡି ରହିଲେ ଘରର ସଦସ୍ୟ ମାନଙ୍କ ଉପରେ ଶନି ଦେବଙ୍କର କୋପଦୃଷ୍ଟି ପଡିଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି ଅଇଁଠା ବାସନ ଦେଖିବାକୁ ବାରଣ କରା ଯାଇଅଛି । ଯଦି ଆପଣଙ୍କର ସମୟ ଭଲ ଚାଲୁଅଛି ତେବେ ମଧ୍ୟ ଆପଣ ଏପରି ଭୁଲ କରନ୍ତୁ ନାହିଁ ।

ନଚେତ ଆପଣଙ୍କ ଭଲ ସମୟ ଖରାପ ସମୟରେ ବଦଳିବାକୁ ଅଧିକ ସମୟ ଲାଗିବ ନାହିଁ । ତେଣୁ ବନ୍ଧୁଗଣ ଆପଣମାନେ ରାତିରେ ଶୋଇବା ପୂର୍ବରୁ ସବୁ ଅଇଁଠା ବାସନ ଧୋଇ କି ରଖିବା ପାଇଁ ଚେଷ୍ଟା କରନ୍ତୁ । ଦେଖିବେ ମାତା ଲକ୍ଷ୍ମୀ ଙ୍କ କୃପାରୁ ଆପଣ ମାନେ ସବୁବେଳେ ସୁଖ ଶାନ୍ତି ରେ ରହିବେ ।

ଏହି ପୋସ୍ଟ ଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *