କେବଳ ୩ ଥର ସେବନ କରି ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, କ୍ଳାନ୍ତପଣ, ରକ୍ତ ଅଭାବ, ମୋଟାପା ଆଦି ସମସ୍ୟାରୁ ଚୁଟକି ରେ ମୁକ୍ତି ପାଆନ୍ତୁ, ୧୦୦ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ କୌଣସି ରୋଗ ହେବ ନାହିଁ

ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଭୁଲ ଜୀବନ ଶୈଳୀ ଓ ଭୁଲ ଖାଦ୍ୟ ପେୟ ହେତୁ ବହୁତ କମ ବୟସରେ ମଣିଷ ଶରୀରରେ ଆଣ୍ଠୁ ଗଣ୍ଠି ବ୍ୟଥା, ଅଣ୍ଟା ବ୍ୟଥା, ମୋଟାପା, କ୍ଳାନ୍ତପଣ ଓ ରକ୍ତ ଅଭାବ ଆଦି ସମସ୍ଯା ଦେଖାଯାଇଥାଏ । ଆପଣ ମାନଙ୍କର ଏହି ସମସ୍ଯାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଘରୋଇ ଉପାୟ ନେଇ ଆସିଛୁ । ଏହି ଉପାୟକୁ ପ୍ରୟୋଗ କରି ଆପଣ ୧୦୦ ବର୍ଷ ପର୍ଯ୍ୟନ୍ତ ନିରୋଗ ରହିପାରିବେ ।

ଆପଣ ମାନେ ଏହି ଉପାୟକୁ ବହୁତ ସହଜରେ ନିଜ ଘର ମଧ୍ୟରେ କରିପାରିବେ । ଏଥିପାଇଁ ଆପଣ ମାନଙ୍କୁ ଅଧିକ ଟଙ୍କାର ମଧ୍ୟ ଆବଶ୍ୟକତା ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଘରୋଇ ଉପାୟ ବିଷୟରେ ।

ବନ୍ଧୁଗଣ ଆମର ଏହି ଉପାୟର ପ୍ରଥମ ସାମଗ୍ରୀ ହେଉଛି ବାଦାମ । ଆପଣ ମାନେ ସମସ୍ତେ ବାଦାମର ଉପଯୋଗୀତା ବିଷୟରେ ନିଶ୍ଚୟ ଜାଣିଥିବେ । ବାଦାମର ସେବନରେ ଆମେ ଆମ ଶରୀରକୁ ସୁସ୍ଥ, ନିରୋଗ ଓ ମଝବୁତ ରଖିପାରିବା । ଏହା ପରେ ଆମର ଦ୍ଵିତୀୟ ସାମଗ୍ରୀ ରହୁଛି କଳା ଚଣା । ବନ୍ଧୁଗଣ ଆପଣ ମାନେ ସମସ୍ତେ କଳା ଚଣାର ଫାଇଦା ବିଷୟରେ ନିଶ୍ଚୟ ଜାଣିଥିବେ ।


ଯଦି କୌଣସି ଲୋକ ସବୁଦିନ ସକାଳେ କଳା ଚଣା ସେବନ କରୁଥିବ ତା ହେଲେ ସେ ସମସ୍ତ ପ୍ରକାରର ରୋଗରୁ ବଞ୍ଚି ପାରିବ । ଆମ ଉପାୟ ପାଇଁ ଶେଷ ବା ମୁଖ୍ୟ ସାମଗ୍ରୀ ହେଉଛି ଗୁଡ । ବନ୍ଧୁଗଣ ଚିନି ର ସେବନ ଶରୀର ପାଇଁ କିଛି ମାତ୍ରାରେ ହାନି କାରକ ହୋଇଥାଏ, ହେଲେ ଗୁଡ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ ।

ଆମର ଏହି ଉପାୟ ପାଇଁ ଆପଣ ରାତିରେ ଏକ ମୁଠା କଳା ଚଣା ନିଅନ୍ତୁ ଓ ଏହାକୁ ଭଲ ଭାବରେ ଧୋଇ ଏକ ପାତ୍ରରେ କିଛି ପାଣିରେ ଭିଜାଇ ଦିଅନ୍ତୁ । ଏହି ପାତ୍ରରେ ଦୁଇ ରୁ ତିନୋଟି ବାଦାମ ମଧ୍ୟ ନିଅନ୍ତୁ । ରାତିରେ ଏହାକୁ ଭିଜେଇ ଛାଡି ଦିଅନ୍ତୁ । ସକାଳ ହେବା ପରେ ଆପଣ ଚଣା ଓ ବାଦାମକୁ ପାଣି ମଧ୍ୟରୁ କାଢି ଦିଅନ୍ତୁ ଓ ଖାଲି ପେଟରେ ପ୍ରଥମେ ସେହି ପାଣିର ସେବନ କରନ୍ତୁ । ଏହା ପରେ କିଛି ଗୁଡ ନିଅନ୍ତୁ ଓ ଚଣା ବାଦାମ ସହ ଗୁଡର ମଧ୍ୟ ସେବନ କରନ୍ତୁ ।

ବନ୍ଧୁଗଣ ଆପଣ ଏହି ଉପାୟକୁ ମାତ୍ର ତିନି ଦିନ ବ୍ୟବହାର କରି ଦେଖନ୍ତୁ । ଆପଣ ଜାଣି ପାରିବେ ଏହାର ଫାଇଦା ବିଷୟରେ । ଆପଣ କ୍ଳାନ୍ତପଣ, ଡାଇବେଟିସ, ରକ୍ତ ଅଭାବ, ଆଣ୍ଠୁ ଗଣ୍ଠି ବ୍ୟଥା ଓ ଅଣ୍ଟା ବ୍ୟଥା ଆଦି ରୋଗରୁ ମୁକ୍ତ ହୋଇପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନେ ଏହି ଉପାୟର ବ୍ୟବହାର କରି ଆପଣଙ୍କ ସମ୍ପର୍କୀୟ ମାନଙ୍କୁ ମଧ୍ୟ ଏହାର ସୂଚନା ଦେଇ ପାରିବେ ।

ଏହି ପୋସ୍ଟ ଟି ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *