ମହିଳାଙ୍କ ସହ ରାତିରେ ଶୋଇଥାଏ ଏକ ବିଷଧର ସାପ ଓ କରିଥାଏ କିଛି ଏମିତି କାମ କି ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

 

ଆଜିକାଲି ଭାରତରେ ଏମିତି କିଛି ଘଟଣା ଘଟୁଛି ଯାହା ବିଷୟରେ ଆପଣ ଜାଣିଲେ ଚକିତ ଓ ଆଶ୍ଚର୍ଯ୍ୟ ହୋଇଯିବେ । ଆଜି ଆମେ ଆପଣ ମାନଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବୁ । ଏହି ଘଟଣାଟି ହେଉଛି ଜଣେ ମହିଳାଙ୍କ ସହ ବିଛଣାରେ ଶୋଉଥିଲା ଏକ ନାଗ ସାପ ଏବଂ କରୁଥିଲା ଏମିତି କାମ । ନାଗ ସାପ ହେଉଛି ଭଗବାନ ଶିବଙ୍କ ପ୍ରିୟ ।

ସାଧାରଣତଃ ଭାରତରେ ନାଗ ସାପକୁ ଦେଖିଲେ ଲୋକମାନେ କ୍ଷୀର ପିଇବାକୁ ଦେଇଥାନ୍ତି ।ଏହା ଦ୍ଵାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ବହୁତ କଷ୍ଟ ଓ ତପସ୍ୟା କରିଥାନ୍ତି । ଜଣ ଜଣଙ୍କ ଜୀବନରେ ଏମିତି କିଛି ଘଟଣା ଘଟିଥାଏ, ଯାହାଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି । ଯଦି ଆମ୍ଭେମାନେ ରାତିରେ ଶୋଇବା ସମୟରେ ସାପର ଦର୍ଶନ କରିଥାଉ, ତାହାଲେ ଆମେ ଏଥିପାଇଁ ସକାଳେ ଉଠି ଭଗବାନ ଶିବଙ୍କ ମନ୍ଦିର ଯାଇ ଶିବଙ୍କ ଆରଧନା କରିଥାଉ ।

କିନ୍ତୁ ଆମ ସାମ୍ନାକୁ ଏମିତି ଏକ ଘଟଣା ଆସିଛି, ଯେଉଁଠି ଏକ ମହିଳାଙ୍କ ସହ ବିଛଣାରେ ଶୋଉଥିଲା ଏକ ନାଗ ସାପ । ଏମିତିରେ ଭଗବାନ ଶିବଙ୍କ ଅପାର କୃପାରୁ ରବୀନ୍ଦ୍ର କୌର ଓରଫ ଋମ୍ପି କୃଷ୍ଣ ନଗରରେ ରୁହନ୍ତି । ଯେଉଁଠି ସାପ ସହ ସେ ଶୋଉ ଥିଲେ । ଦୁଇ ଥର ସାପ ସହ ଶୋଇବା ପରେ ଅଳ୍ପ ଅଳ୍ପକେ ସେ ବଞ୍ଚି ଯାଇଥିଲେ । ରବୀନ୍ଦ୍ର କୌରଙ୍କ ମତରେ ଦିନେ ତାଙ୍କ ପରିବାର ଲୋକ ବିଦେଶକୁ ଯାଇଥିଲେ, ତାଙ୍କ ଭାଇ ସମସ୍ତଙ୍କୁ ଛାଡିବା ପାଇଁ ଏୟାରପୋର୍ଟ ଯାଇଥିଲେ । ଯେମିତି ସେ ସକାଳ ୮ ଟାରେ ଉଠିଥିଲେ ସେ ଦେଖିଥିଲେ ତାଙ୍କ ବିଛଣାରେ ଏକ ୪ ଫୁଟ ଲମ୍ବା ବିଶିଷ୍ଠ ଏକ ଧଳା ସାପ ଶୋଇଥିଲା ।

ହେଲେ ସେହି ସମୟରେ ମହିଳା ଜଣକ ବହୁତ ସାହସର ସହ ନିଜ ଫ୍ରିଜ ପାଖରେ ଥିବା ଫୋନ ପାଖକୁ ଯାଇଥିଲେ ଓ ଫୋନ ଆଣି ସମସ୍ତଙ୍କୁ କଲ କରି ଡ଼ାକିଥିଲେ । ଯାହାଫଳରେ ବହୁତ କମ ସମୟରେ ଘରକୁ ପରିଜନ ମାନେ ପହଞ୍ଚି ଥିଲେ । ସେମାନେ ଘରେ ପହଞ୍ଚି ସାପକୁ ଧରିବା ପାଇଁ ଚେଷ୍ଟା କରିଥିଲେ । ବହୁତ କଷ୍ଟରେ ସାପକୁ ଧରି ସେମାନେ ସାପକୁ କ୍ଷେତରେ ଛାଡିଥିଲେ । ସାପକୁ ଧରିବା ସମୟରେ ସାପଟି ନିଜ ଫଣା ଉଠାଇ ସମସ୍ତଙ୍କୁ ଚାହୁଁଥିଲା ।

ରବୀନ୍ଦ୍ରଙ୍କ ମତରେ ବହୁତ ଥର ତାଙ୍କ ସହ ଏହି ଘଟଣା ଘଟିଥିଲା । ଏହି ସାପଟି ପ୍ରାୟତଃ ସବୁବେଳେ ଆସିଥାଏ ଓ ଫଣା ଉଠାଇ ସମସ୍ତଙ୍କୁ ଚାହେଁ କିନ୍ତୁ କାହାର ମଧ୍ୟ କୌଣସି କ୍ଷତି କରି ନଥାଏ । ଏହି ଘଟଣାକୁ ସେହି ଅଞ୍ଚଳର ଲୋକ ଭଗବାନ ଶିବଙ୍କ କୃପା ବୋଲି କହୁଛନ୍ତି ।

ଦେଶରେ ଘଟୁଥିବା ସବୁ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲାନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *