ରାତିରେ କାହିଁକି କାନ୍ଦିଥାନ୍ତି କୁକୁର ? କଣ ସତରେ ତାଙ୍କୁ ଦେଖାଯାଏ ଭୁତ, ଜାଣନ୍ତୁ କୁକୁର କାନ୍ଦିଲେ କଣ ହୋଇଥାଏ…

କୁକୁରକୁ ଏହି ଦୁନିଆରେ ସବୁଠାରୁ ବିଶ୍ଵାସୀ ପ୍ରାଣୀ ବୋଲି କୁହଯାଏ । କୁହାଯାଏ ଯେ ମଣିଷ ପଛେ ଯାହାର ଖାଇବ ତାକୁ ହିଁ ବିଶ୍ୱାସଘାତକତା କରିଥାଏ କିନ୍ତୁ କୁକୁର ଥରେ ଯାହାର ରୁଟି ଖାଇଥାଏ ମଲା ପର୍ଯ୍ୟନ୍ତ ତାହାର ମାଲିକ ସହିତ ବିଶ୍ୱାସଘାତକତା କରି ନଥାଏ । କୁକୁର ଅଧିକ ବିଶ୍ବାସୀ ହୋଇଥିବାରୁ ପ୍ରାୟତଃ ଲୋକମାନେ ଏହାକୁ ଘରେ ପାଳିବାକୁ ପସନ୍ଦ କରିଥାନ୍ତି । ବିଲେଇ କୁ ମଧ୍ୟ ଲୋକମାନେ ଘରେ ପାଳିଥାନ୍ତି କିନ୍ତୁ ବିଲେଇ କେବେ ବି ତାର ମାଲିକ ପ୍ରତି ବିଶ୍ଵାସୀ ନଥାଏ । ଯଦି ବିଶ୍ବାସ ନ ହେଉଛି ତା ହେଲେ ଚେଷ୍ଟା କରି ଦେଖିପାରିବେ ।

 

କିନ୍ତୁ ଆପଣ ଯଦି କୌଣସି କୁକୁର କୁ ବିସ୍କୁଟ୍ ଖଣ୍ଡେ ଖାଇବାକୁ ଦେବେ ସେ ଆପଣଙ୍କୁ ସାରା ଜୀବନ ମନେ ରଖିଥିବ। ସେହିଠାରେ ଆପଣ ବିଲେଇ କୁ କ୍ଷୀର ଦେବେ ପିଇବାକୁ ତା ପର ଦିନ ଯଦି ଟିକେ ବିଲେଇ ଉପରେ ଚିଡି ଯିବେ ତା ହେଲେ ସେ ଆପଣଙ୍କୁ କାମୁଡିବା ପାଇଁ ଚେଷ୍ଟା କରିପାରେ ।

କୁକୁର ମଣିଷର ସବୁବେଳେ ସବୁଠାରୁ ଭଲ ବନ୍ଧୁ ହୋଇଥାଏ ଓ ସେ ଭଲ ମନ୍ଦ ସବୁ ଜାଣିପାରେ । ଅପଣ କଣ ଜାଣିଛନ୍ତି କି ପ୍ରାୟ ରାତି ସମୟରେ କୁକୁର ମାନେ କଣ ପାଇଁ ଭୁକି ଥାନ୍ତି । କୁକୁର ମାନେ ରାତିରେ କାନ୍ଦିବା ଖରାପ ବୋଲି ଧରାଯାଏ । ପୂର୍ବଜ ଙ୍କ ହିସାବରେ ରାତିରେ କୁକୁର କାନ୍ଦିବା ଏହା ସଂକେତ ଦେଇଥାଏ ଯେ ଆପଣଙ୍କ ପରିବାରର କୌଣସି ସଦସ୍ୟର  ମୃତ୍ୟୁ ହୋଇପାରେ ।

ଏହା ବ୍ୟତୀତ କୁକୁର ମାନେ ପ୍ରେତ ଆତ୍ମା ଙ୍କୁ ଦେଖିପାରନ୍ତି ସେଥିପାଇଁ ଅଖା ପାଖ ବିପଦକୁ ସେମାନେ ପ୍ରଥମେ ଜାଣିପାରନ୍ତି। ଏହିଭଳି ରାତି ଅଧରେ କୁକୁର କାନ୍ଦିବା ଯଦି ଶୁଣା ଯାଏ ତା ହେଲେ ଜାଣିବେ ଯେ ଏହାର ସମ୍ବନ୍ଧ କୌଣସି ପ୍ରେତ ଆତ୍ମା ସହିତ ଅଟେ ।

ଏହିପରେ ଏହି ସବୁକଥା ସତ ହେଇପାରେ କିନ୍ତୁ ଯଦି ଆମେ ବୈଜ୍ଞାନିକ ଦୃଷ୍ଟି କୋଣରୁ ଦେଖିବା ଏହା ସବୁ ଘଟଣା ମିଛ ଅଟେ । ବୈଜ୍ଞାନିକ ମାନେ କୁକୁର ଉପରେ ବିଭିନ୍ନ ପ୍ରକାରର ଗବେଷଣା କରିଲା ପରେ ଆଶ୍ଚର୍ଯ୍ୟଜନକ ଘଟଣା ଆମ ସାମନାକୁ ଆସିଛି । ବୈଜ୍ଞାନିକଙ୍କ ଭାଷାରେ କୁକୁର ମାନଙ୍କ କାନ୍ଦିବା କୁ ହାଉଲ (haul) ବୋଲି କହନ୍ତି ।ଏମିତି ବି ମାନନ୍ତି ଯେ କୁକୁର ଗଧିଆ ବା ଜଙ୍ଗଲୀ କୁକୁର ସହିତ ସମାନ ଅଟେ ।

ଏଥିପାଇଁ କୁକୁର ମାନେ ଗଧିଆ ଭଳି ବ୍ୟବହାର କରିଥାନ୍ତି । ଯେଉଁଭଳି ଗଧିଆ ମାନେ ସଂକେତ ପହଞ୍ଚାଇବାକୁ ରାତିରେ ହାଉଲ (haul) କରିଥାନ୍ତି ସେପରି କୁକୁରମାନେ ରାତିରେ ସେହିଭଳି ସଂକେତ ପହଞ୍ଚାଇଥାନ୍ତି ।

ଆପଣମାନେ ଦେଖିଥିବେ ପ୍ରତ୍ୟେକ ଗଳିରେ କୁକୁର ମାନେ ରହିଥାନ୍ତି ଓ ସେମାନଙ୍କର ଗୋଟିଏ ଗୋଟିଏ ଅଲଗା ଏରିଆ ରହିଥାଏ । ଏହି ଏରିଆ ରେ ଯଦି କୌଣସି ଅଲଗା କୁକୁର ଭୁଲରେ ଆସିଥାଏ ତାହାଲେ ସେମାନେ ରାଗରେ ତାକୁ ସେଠାରୁ କାମୁଡିବା ବା ବିଦା କରିବା ପାଇଁ ଚେଷ୍ଟା କରିଥାନ୍ତି ଓ ଏହାକୁ ଅନ୍ୟ କୁକୁର ମାନଙ୍କୁ ଜଣାଇବାକୁ ବା ସତର୍କ କରିବା ପାଇଁ ହାଉଲ କରିଥାନ୍ତି । ଏକ ପ୍ରକାରର ଦେଖାଯାଏ ଯେ ହାଉଲ କରିବା ମାନେ ସେମାନେ ତାଙ୍କ ଭିତରେ ଭାବନାତ୍ମକ ବ୍ୟବହାର ଜଣାଇ ଥାନ୍ତି ।

ବ୍ୱେଲେ ବେଳେ କୁକୁର ମାନେ ତାଙ୍କର ରାଗ, ଚିଡାପଣ ଓ ବିରକ୍ତି ମନୋଭାବକୁ ଜାହିର କରିବା ପାଇଁ ହାଉଲ କରିଥାନ୍ତି । କୁକୁରମାନେ ଅଧିକ ଆୱାଜ ହେଉଥିବା ଘରେ କିମ୍ଵା ବାସନ ଫୋପଡ଼ା ଫିଙ୍ଗା ହେଉଥିବା ଘରେ ରହିବାକୁ ପସନ୍ଦ କରନ୍ତି ନାହିଁ । ଏହା ସହିତ ଯଦି କୌଣସି ଅଜଣା ବ୍ୟକ୍ତି ସେମାନଙ୍କ ଗଳି ଦେଇ ଯାଇଥାନ୍ତି ସେମାନେ ତାଙ୍କର ସାଥୀ କୁକୁର ମାନଙ୍କୁ ସେହି ବ୍ୟକ୍ତି ଉପରେ ନଜର ରଖିବା ପାଇଁ ହାଉଲ (haul) କରି ସୁଚନା ଦେଇଥାନ୍ତି । ଯେପରି ତାଙ୍କ ଗଳି ରେ କୌଣସି ଅସୁବିଧା ନ ହୁଏ।

ବନ୍ଧୁମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟ ଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *