କେବେ ରାସ୍ତାରୁ ଟଙ୍କା ପାଇଛନ୍ତି କି, ଜାଣନ୍ତୁ ଏହା ଶୁଭ ନା ଅଶୁଭ – Ajira Anuchinta

କଳି ଯୁଗରେ ଟଙ୍କା ଠାରୁ ଅଧିକ ଶକ୍ତିଶାଳୀ ଜିନିଷ ଆଉ କିଛି ନାହିଁ । ଆଜିକାଲିକା ଦୁନିଆରେ ଟଙ୍କା ସମସ୍ତଙ୍କ ର ଅତ୍ୟାବଶ୍ୟକ ଅଟେ । ଦୁନିଆ ରେ ଆପଣ ଙ୍କ ପାଖରେ ଟଙ୍କା ଥିଲେ ଆପଣ ସବୁ କିଛି କରିପାରିବେ । ଟଙ୍କା ସମସ୍ତ ଙ୍କ ର ଆଶା, ଇଚ୍ଛା, ସ୍ବପ୍ନ କୁ ପୂରଣ କରେ । ଏହା ଜୀବନର ସମସ୍ତ ଆବଶ୍ୟକ ଜିନିଷ କୁ ପୂରଣ କରିଥାଏ । ଯଦି ଆପଣ ରାସ୍ତା ରେ, କୌଣସି ଭିଡ଼ ଜାଗାରେ ଚାଲି କି ଯାଉଥିବା ବେଳେ ଯଦି ଆପଣ କିଛି ଟଙ୍କା ପାଆନ୍ତି ତ ଆପଣ ଅତ୍ୟନ୍ତ ଖୁସି ହୋଇଯାଆନ୍ତି । ହେଲେ ଆପଣ ଜାଣନ୍ତି ନାହିଁ କି ଏହା କେତେ ଦୂର ଠିକ ଓ କେତେ ଦୂର ଭୁଲ। ଏହା ଦ୍ଵାରା ଆପଣ ଙ୍କ ଜୀବନ ଉପରେ କି ପ୍ରଭାବ ପଡ଼ିବ ।

କେତେକ ଲୋକ ପାଉଥିବା ଟଙ୍କା କୁ ନିଜ ଖର୍ଚ୍ଚ ରେ ବ୍ୟବହାର କରୁଥିବା ବେଳେ, ଆଉ କେତେକ ଲୋକ ଗରିବ କୁ ଦାନ କରିଥାନ୍ତି , ନଚେତ୍ ମନ୍ଦିର ରେ ଦାନ କରିଥାନ୍ତି । କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ପାଉଥିବା ଟଙ୍କା ଶକ୍ତି, ଶତ୍ତା, ଓ ଆଧ୍ୟାତ୍ମିକ ର ପ୍ରତୀକ ।

ବାଟ ରୁ ପାଉଥିବା ଟଙ୍କା ରେ ହଜାଇଥିବା ବ୍ୟକ୍ତି ର ଉର୍ଜା ଥାଏ ଯାହାକୁ ପାଇବା ଦ୍ଵାରା ଏହା ଆପଣ ଙ୍କ ପାଖକୁ ଆସିଥାଏ । ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ହାତକୁ ହାତ ହୋଇଥିବା ଟଙ୍କାରେ ପୂର୍ବ ପୁରୁଷ ଙ୍କ ସକରାତ୍ମକ ଉର୍ଯା ଥାଏ । ଯାହା ଆପଣଙ୍କ ପାଖକୁ ଆସିଥାଏ ।

ମାନ୍ୟତା ଅନୁଯାୟୀ ପାଇଥିବା ଟଙ୍କା ର ସମ୍ବନ୍ଧ ପୂର୍ବ ପୁରୁଷଙ୍କ ସହ ଜଡ଼ିତ ହୋଇଥାଏ । ଏହାକୁ ପାଇବା ଦ୍ବାରା ଆପଣ ଙ୍କ ଆତ୍ମବିଶ୍ବାସ ବଢିବା ସଙ୍ଗେ ସଙ୍ଗେ କରୁଥିବା କାର୍ଯ୍ୟ ର ଶୁଭ ଫଳ ର ସଂକେତ ଦେଇଥାଏ । ପାଇଥବା ଟଙ୍କା ର ପ୍ରଭାବ ଆପଣଙ୍କ ଉପରେ ଭିନ୍ନ ଭିନ୍ନ ଭାବରେ ପଡ଼ିଥାଏ ।

ଯେତେବେଳେ ଆପଣ ହତାଶ ହୋଇ ଦୁଃଖ କଷ୍ଟ ରେ ଜୀବନ କାଟୁଛନ୍ତି, ଓ କିଛି କରିବା ର ଇଚ୍ଛା ମନ ଭିତରେ ଆସୁଛି ଏହି ସମୟ ରେ ଟଙ୍କା ପାଇବା ଆପଣ ଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ସଫଳତା ର ପୂର୍ବ ସୂଚନା ଦେଇଥାଏ । ଆପଣ ଏହି ଟଙ୍କା କୁ କୌଣସି ଧାର୍ମିକ କାର୍ଯ୍ୟ ରେ ବ୍ୟବହାର କରନ୍ତୁ । ଆପଣ ଙ୍କ ଭିତରେ ଆତ୍ମବିଶ୍ବାସ କୁ ବୃଦ୍ଧି କରନ୍ତୁ ଓ କାମ କରି ଚାଲନ୍ତୁ ।

ଆପଣ ଙ୍କ ପାଖରେ ଯଦି ଟଙ୍କା ର କିଛି ବି ଅଭାବ ନଥାଇ ଆପଣ ଙ୍କୁ ପଡ଼ିଥିବା ଟଙ୍କା ମିଳୁଛି ତାହା ଆପଣଙ୍କ ଜୀବନ ରେ ଥିବା ସମସ୍ତ ସମସ୍ୟା ର ସମାଧାନ ର ପୂର୍ବ ସୂଚନା ଦେଉଛି । ଏହା ସହିତ ବାଟ ରୁ ପାଇଥିବା ଟଙ୍କା ଆପଣ ଙ୍କ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟରେ ସଫଳତା ର ସଂକେତ ଦେଇଥାଏ ଏବଂ ଆସୁଥିବା ଧନ ରାଶିର ସଂକେତ ଦେଇଥାଏ । ତେଣୁ ରାସ୍ତା ରୁ ପାଇଥିବା ଟଙ୍କା ଆପଣ ଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ ଏହାକୁ କିଛି ଧାର୍ମିକ କାର୍ଯ୍ୟ ରେ ବ୍ୟବହାର କରନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *