ରାଣ ଦଉଛି ଜେଲରୁ ମୁକୁଳିଲେ ସିନ୍ଦୁର ଦେବି, ଛୁଆକୁ ଆପଣେଇବି, କିନ୍ତୁ ମୁକୁଳିଲା ପରେ ଏବେ…ଏମିତି ପ୍ରେମକୁ ଆପଣ କଣ କହିବେ ?

ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେଉଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଖବର ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଖବର ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୂଚନା ମୁତାବକ ପୁଲାଗଡ ଗ୍ରାମର କଂଗ୍ରେସ ଶେଠୀଙ୍କ ପୁଅ ସମୀର ଶେଠୀ ଆଉ ନରେନ୍ଦ୍ର ପୁର ଗ୍ରାମର ମାନସୀଙ୍କ ମଧ୍ୟରେ ଚାରି ବର୍ଷର ପ୍ରେମ ସମ୍ପର୍କ ଥିଲା ।

ପରେ ସମୀର ମାନସୀଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ବେଳେ ମାନସୀଙ୍କୁ ସମୀର ଗର୍ଭବତୀ କରିଦେଇଥିଲେ । ହେଲେ ଏହା ପରେ ତାଙ୍କୁ ଛାଡି ଯାଇଥିଲେ ସମୀର । ତେବେ ମାନସୀ 2.8.2010ରେ ସମୀରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । ଥାନାରେ ସମୀରଙ୍କ ବିରୋଧରେ ଏନେଇ କେସ କରିଥିଲେ ମାନସୀ । ତେବେ ଏହା ପରେ ନିଜ ପ୍ରେମିକଙ୍କ ଘର ପୋଲାଗଡକୁ ଆସି ଘର ସାମ୍ନାରେ ଧାରଣା ଦେଇଥିଲେ ମାନସୀ ।

ଯାହାଫଳରେ ସମୀରଙ୍କୁ ଗିରଫ କରାଯାଇ ଜେଲକୁ ପଠା ଯାଇଥିଲା । ସମୀର ଜେଲରେ ଥିବା ବେଳେ ମାନସୀଙ୍କ ସହ କଥା ବି ହୋଇଥିଲେ ଏପରି ମାନସୀ ମଧ୍ୟ ସମୀରଙ୍କୁ ଦେଖା କରିବା ପାଇଁ ଜେଲକୁ ଯାଉଥିଲେ । ସମୀର ମାନସୀଙ୍କୁ କହିଥିଲ, ତାଙ୍କୁ ଜେଲରୁ ବାହାର କଲେ ତାଙ୍କୁ ବାହା ହେବେ । ଏହା ପରେ ମାନସୀ ସମୀରଙ୍କ ଜାମିନ ପାଇଁ କୋର୍ଟରେ ଆବେଦନ ବି କରିଥିଲେ । ତେଣୁ ସମୀରଙ୍କୁ ଦୁଇ ମାସ ପାଇଁ ଜାମିନ ବି ମିଳିଯାଇଛି ।

କିନ୍ତୁ ସେ ଜେଲରୁ ଆସିବା ପରେ ମାନସୀଙ୍କୁ ବିବାହ କରିବା ତ ଦୂରର କଥା ମୋବାଇଲ ନମ୍ବରକୁ ବି ବ୍ଲକ ଲିଷ୍ଟରେ ପକେଇଛି । ତେଣୁ ବାଧ୍ୟ ହୋଇ ଆଜି ମାନସୀ ନିଜ 20 ମାସର ଝିଅକୁ ଧରି ସମୀରଙ୍କ ଘର ସାମ୍ନାରେ ଧାରଣା ଦେଇଛନ୍ତି । ନ୍ୟାୟ ନ ମିଳିବା ଯାଏଁ ସେ ଧାରଣାରୁ ଉଠିବେ ନାହିଁ ବୋଲି କହିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *