ରାମାୟଣର ରାମ ସେୟାର କଲେ ସେଟରୁ ୩୩ ବର୍ଷ ପୁରୁଣା ଫଟୋ, ଲେଖିଲେ କିଛି ଏମିତି ଯାହା ଆପଣଙ୍କୁ ଭାବୁକ କରିଦେବ

ଏହି ଲକଡାଉନ ମଧ୍ୟରେ ଲୋକମାନଙ୍କ ଅନୁରୋଧ କ୍ରମେ ରାମାନନ୍ଦ ସାଗରଙ୍କ ରାମାୟଣକୁ ପୁଣି ଥରେ ଦୂରଦର୍ଶନରେ ପ୍ରସାରିତ କରାଯାଉଛି । ୩୩ ବର୍ଷ ପୁରୁଣା ରାମାୟଣ ପୁଣି ଥରେ ଦୂରଦର୍ଶନରେ ଫେରିବା ମାତ୍ରେ ହିଁ ବହୁତ ରେକର୍ଡ ଭାଙ୍ଗି ଦେଇଛି । କହିବାକୁ ଗଲେ କରୋନା ଭାଇରସ ଯୋଗୁ ଲକଡାଉନ କାରଣରୁ ପୁରା ଦେଶର ଜନତା ବର୍ତ୍ତମାନ ଘରେ ଅଛନ୍ତି । ଏମିତିରେ ସେମାନେ ରାମାନନ୍ଦ ସାଗରଙ୍କ ରାମାୟଣ ଶୋକୁ ଦେଖି ନିଜର ପୁରୁଣା ଦିନ କଥା ମନେ ପକାଉଛନ୍ତି ।

ରାମାୟଣକୁ ଟିଭିରେ ପୁଣି ଥରେ ଦେଖି ଦର୍ଶକମାନେ ବହୁତ ଖୁସି ବି ହେଉଛନ୍ତି । ଏମିତିରେ ରାମାନନ୍ଦ ସାଗରଙ୍କ ରାମାୟଣରେ ମୁଖ୍ୟ ଭୂମିକା ଭଗବାନ ଶ୍ରୀରାମଙ୍କ ଅଭିନୟ କରିଥିବା ଅରୁଣ ଗୋଭିଲଙ୍କ ସହିତ ରାମାୟଣର ସମସ୍ତ ଚରିତ୍ର ବର୍ତ୍ତମାନ ସମୟରେ ବହୁତ ହିଁ ଚର୍ଚାର ବିଷୟ ହୋଇ ଯାଇଛନ୍ତି । ଏହି ସମୟରେ ଅରୁଣ ଗୋଭିଲ ବି ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହୁଛନ୍ତି ।

କହିବାକୁ ଗଲେ ବର୍ତ୍ତମାନ ହିଁ ତାଙ୍କର ଟ୍ୱିଟର ଆକାଉଣ୍ଟ ଭେରିଫାଇଡ ହୋଇ ଯାଇଛି । ଯେଉଁ ସମୟରୁ ରାମାୟଣ ଶୋ ଆରମ୍ଭ ହୋଇଛି ସେହି ସମୟରୁ ହିଁ ଅରୁଣ ଗୋଭିଲ ନିଜର ସୋସିଆଲ ମିଡିଆ ଜରିଆରେ ରାମାୟଣ ଉପରେ ଦର୍ଶକମାନଙ୍କ ସହ ସବୁଦିନ ଚର୍ଚା କରୁଛନ୍ତି । ବର୍ତ୍ତମାନ ହିଁ ସେ ରାମାୟଣ ସେଟର ଏକ ପୁରୁଣା ଫଟୋ ଶେୟାର କରିଛନ୍ତି । ଯେଉଁଥିରେ କଳାକାରଙ୍କ ଛଡା ସେଟ ଉପରେ କାମ କରୁଥିବା ଲୋକମାନେ ବି ନଜର ଆସୁଛନ୍ତି ।

https://twitter.com/arungovil12/status/1248959444433563648

ଅରୁଣ ଗୋଭିଲ ଏହାକୁ ଶେୟାର କରି ଲେଖିଲେ କି, ‘ରାମାୟଣ ପରିବାର, ଏହା ଅଟେ ଟେଲିଭିଜନ ଇତିହାସର ସବୁଠୁ ଗୌରବଶାଳୀ ଶୋର ସ୍ଥାପନା କରିଥିବା ଟିମ । ରାମାନନ୍ଦ ସାଗରଙ୍କ ନେତୃତ୍ଵରେ ସିନେମା ଜଗତର ସବୁଠୁ ବିଲକ୍ଷଣ, ପ୍ରତିଭାବାନ ଓ ଭାଗ୍ୟବାନ କଳାକାର ।‘ କହିଦେଉଛୁ କି ବର୍ତ୍ତମାନ ଦିନରେ ରାମାନନ୍ଦ ସାଗରଙ୍କ ରାମାୟଣ ଛଡା ବୀଆର ଚୋପଡ଼ାଙ୍କ ମହାଭାରତ, ଚାଣକ୍ୟ, ଶକ୍ତିମାନ, ଦ ଜଂଗଲ ବୁକ ସହିତ ଅନ୍ୟ କେତେକ ଟିଭି ଶୋ ବି ପ୍ରସାରିତ କରା ଯାଉଛି ।

୮୦ ଓ ୯୦ ଦଶକରେ ଏହି କାର୍ଯ୍ୟକ୍ରମ ଦର୍ଶକମାନଙ୍କୁ ବହୁତ ପସନ୍ଦ ବି ଆସିଥିଲା ଓ ଏହା ଦ୍ଵାରା ଦୂରଦର୍ଶନକୁ ବହୁତ ଟିଆରପି ମିଳିଥିଲା । ବ୍ରଡକାସ୍ଟ ଅଡିୟନ୍ସ ରିସର୍ଚ କାଉଂସିଲ (ବାର୍କ)ର ନୂଆ ରିପୋର୍ଟ ଅନୁସାରେ, ବର୍ତ୍ତମାନ ଦୂରଦର୍ଶନରେ ଏହି ଶୋ ସବୁଠୁ ଅଧିକ ଟିଆରପି ପ୍ରାପ୍ତ କରିଛି । ଦୂରଦର୍ଶନ ସୋନୀ ମ୍ୟାକ୍ସ, ସୋନୀ ସବ, ଜୀ ସିନେମା ଓ ନିକ ଭଳି ଚ୍ୟାନେଲକୁ ପଛରେ ପକାଇ ଦେଇଛି । ୨୮ ମାର୍ଚ ୨୦୨୦ ରୁ ୩ ଏପ୍ରିଲ ୨୦୨୦ ମଧ୍ୟରେ ସବୁଠୁ ଅଧିକ ଦୂରଦର୍ଶନ ଚ୍ୟାନେଲକୁ ଦେଖା ଯାଇଛି । ଆଶା କରୁଛୁ ଆପଣଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିବ । ଭଲ ଲାଗିଥିଲେ ଏହାକୁ ଶେୟାର କରି ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *