କାଲି ପବିତ୍ର ରାମନବମୀ ବନୁଛି ଦୁର୍ଲ୍ଲଭ ସଂଯୋଗ, କରନ୍ତୁ ଏହି ୨ଟି ଉପାୟ ,ବର୍ଷ ବର୍ଷର ପୁରୁଣା ଇଛା ପୂରଣ ହେବ

ନମସ୍କାର ବନ୍ଧୁଗଣ ଶ୍ରୀ ରାମ ନବମୀ ହେଉଛି ହିନ୍ଦୁ ମାନଙ୍କର ଏକ ପବିତ୍ର ପର୍ବ । ମର୍ଯ୍ୟାଦା ପୁରୁଷ ରାମ ଚନ୍ଦ୍ର ତ୍ରେଦୟା ଯୁଗ ର ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମ ଗ୍ରହଣ କରିଥିଲେ । ପୁରୁଷୋତ୍ତମ ରାମ ଚନ୍ଦ୍ର ଙ୍କ ଜନ୍ମଦିନ ଶ୍ରୀ ରାମ ନବମୀ ରୂପେ ସାରା ଭାରତରେ ପାଳନ କରିଥାନ୍ତି । ଏହି ଦିନ ରାମ ଚନ୍ଦ୍ର ଙ୍କର ବିଶେଷ ପୁଜା ଅର୍ଚ୍ଚନା କରା ଯାଇଥାଏ । ମନ୍ଦିର ମାନଙ୍କ ରେ ବାଲ୍ମୀକି ରାମାୟଣ ପାଠ କରା ଯାଇଥାଏ । ଏହି ଦିନ ସବୁ ରାମ ମନ୍ଦିର ରେ ବହୁତ ସୁନ୍ଦର ଭାବେ ଦୀପ ଏବଂ ଲାଇଟ ରେ ସଜା ଯାଇଥାଏ ।

ଏହି ଦିନ ଠାରୁ ରାମଲୀଳା ଏବଂ ଅନ୍ୟ ନାଟକ ସବୁ ମଧ୍ୟ ଆରମ୍ଭ ହୋଇଥାଏ । ଏହି ଦିନ ରାମ ଚନ୍ଦ୍ର ଙ୍କୁ ପିଠା ପଣା ଏବଂ ଫଳ ମଧ୍ୟ ଭୋଗ ରୂପେ ଚଢା ଯାଇଥାଏ । ଏହି ଦିନ ଭକ୍ତ ମାନେ ଉପବାସ କରି ରାମଚନ୍ଦ୍ର ଲକ୍ଷ୍ମଣ ମାତା ସୀତା ଏବଂ ତାଙ୍କ ଭକ୍ତ ହନୁମାନ ଙ୍କ ପୂଜା ଅର୍ଚ୍ଚନା କରା ଯାଇଥାଏ ।

ପୃଥିବୀ ର ପ୍ରଥମ ମହାକାବ୍ୟ ହେଉଛି ରାମାୟଣ । ଏବଂ ପ୍ରଥମ ଶ୍ଲୋକ ବାଲ୍ମୀକି ଙ୍କ ମୁଖ ରୁ ନିସୃତ ହୋଇଥିଲା । ଦେଶ ରେ ନୁହେଁ ବରଂ ବିଦେଶରେ ମଧ୍ୟ ରାମାୟଣ ପାଠ କରାଯାଏ ।
ରାମାୟଣ ରେ ଥିବା ପ୍ରତ୍ୟେକ ଚରିତ୍ର ସମାଜ କୁ କିଛି ନା କିଛି ଶିକ୍ଷା ଦେଇଥାଏ । ରାମ ନବମୀ ଦିନ କୁ ଏକ ପବିତ୍ର ଏବଂ ଖୁସିର ଦିନ କୁହାଯାଏ । ରାମ ନବମୀ ଦିନ ଆପଣ ଏହି ଉପାୟ କରନ୍ତୁ ଏହା ଦ୍ୱାରା ଆପଣଙ୍କ ର ବର୍ଷ ବର୍ଷ ଧରି ରହିଥିବା ମନସ୍କାମନା ପୂର୍ଣ୍ଣ ହୋଇଯିବ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ଆଲୋଚନା କରି ନେବା ।

ଭଗବାନ ଶ୍ରୀ ରାମ ବିଷ୍ଣୁ ଙ୍କ ର ସପ୍ତମ ଅବତାର ଥିଲେ । ଶ୍ରୀ ରାମ ନବମୀ ଦିନ ସମସ୍ତେ ସ୍ୱଚ୍ଛ ବସ୍ତ୍ର ପରିଧାନ କରି ମନ କୁ ନିର୍ମଳ କରି ଶ୍ରୀ ରାମଙ୍କୁ ଆରାଧନା କରିବା ଉଚିତ ଏବଂ ପୂଜା ସ୍ଥାନ କୁ ବହୁତ ଭଲ ଭାବରେ ସଫା ରଖିବା ଉଚିତ । ଏହାପରେ ସମସ୍ତ ପୂଜା ସାମଗ୍ରୀ କୁ ସଜାଡି ଦେବେ । ଏହା ପରେ ଏକ ଖଟୁଲି ରେ ଲାଲ କପଡା ପକାଇ ସେଥିରେ ଶ୍ରୀ ରାମଙ୍କର ଫୋଟୋ କିମ୍ବା ମୂର୍ତ୍ତି ସ୍ଥାପନ କରି ପାରିବେ ।

ଏହା ପରେ ଫୋଟୋ କିମ୍ବା ମୂର୍ତ୍ତି କୁ ଚନ୍ଦନ ଦେବା ଏବଂ ଫୁଲ ଦ୍ବାରା ସଜାଇ ମଧ୍ୟ ଦେବା । ଏହି ଦିନ ରାମ ଚନ୍ଦ୍ରଙ୍କୁ ଝୁଲଣ ରେ ଝୁଲେଇବା ର ପ୍ରଥା ମଧ୍ୟ ଅଛି । ଭଗବାନ ଶ୍ରୀ ରାମଙ୍କ ପୂଜା କରିବା ସମୟରେ ତୁଳସୀ ପତ୍ର ଏବଂ ପଦ୍ମ ଫୁଲ କୁ ନେଇ ତାଙ୍କ ପାଖରେ ରଖିନେବେ । ଏହା ପରେ ସବୁ ପୂଜା ବିଧି ଆରମ୍ଭ କରିବେ । ଏହା ପରେ ଫଳ, ପିଠା ଏବଂ ଛେନା ର ଭୋଗ ଚଢାଇବା ଉଚିତ । ଏହା ପରେ ଆଳତୀ କରିବା ଏବଂ ଭଜନ ମଧ୍ୟ ଗାଇ ପାରିବେ ।

ଏହା ପରେ ରାମାୟଣ ର ପାଠ କରି ପାରିବେ । ଏବଂ ଧ୍ୟାନ ଦେବେ କି ସେ ଦୀପ ଲିଭିବ ନାହିଁ ଏଵଂ ଆପଣ ଚାହିଁଲେ ରାମ ମନ୍ଦିର ଯାଇ ସେଠାରେ ଭଜନ ମଧ୍ୟ ଶୁଣି ପାରିବେ ଏହା ମଧ୍ୟ ଆପଣଙ୍କୁ ଫଳପ୍ରଦ ଦେଇଥାଏ । ଏହି ଥର ରାମ ନବମୀ ଏକୋଇଶ ଅପ୍ରେଲ ବୁଧବାର ଦିନ ପାଳନ କରାଯିବ ।

ପୂଜାର ଶୁଭ ମୁହୂର୍ତ୍ତ ହେଉଛି ସକାଳ ୧୧:୦୩ ମିନିଟ ରୁ ଆରମ୍ଭ ହୋଇ ଅପରାହ୍ନ ୧:୨୯ ପର୍ଯ୍ୟନ୍ତ ରହିବ । ମଧ୍ୟାହ୍ନ ଶୁଭ ମୁହୂର୍ତ୍ତ ହେଉଛି ୧୨:୦୦ ରୁ ୧୨:୨୦ ମିନିଟ ପର୍ଯ୍ୟନ୍ତ । ଏହି ଦିନ ଆପଣ ଭଗବାନ ହନୁମାନ ଯିଏ ଶ୍ରୀ ରାମ ଚନ୍ଦ୍ର ଙ୍କର ସବୁଠାରୁ ବଡ଼ ଭକ୍ତ ତାଙ୍କର ମଧ୍ୟ ପୂଜା ଅର୍ଚ୍ଚନା କରି ପାରିବେ । ଏହା ଦ୍ୱାରା ମଧ୍ୟ ଆପଣଙ୍କୁ ଆଶୀର୍ବାଦ ଏବଂ ଲାଭ ପ୍ରାପ୍ତ ହୋଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *