ରାଜ୍ୟସଭା ଟିଭି ଦେଖି ପ୍ରଥମ ଆଟେମ୍ପ୍ଟ ରେ ହିଁ IAS ହେଇଗଲେ ସୃଷ୍ଟି, ଆସିଲା 5th ରାଙ୍କ, ଜାଣନ୍ତୁ କିପରି ? ଆପଣଙ୍କ କାମରେ ବି ଆସିପାରେ

ନମସ୍କାର ବନ୍ଧୁଗଣ ୟୁପିଏସସି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହେବା ସବୁଠାରୁ କଷ୍ଟ କାର୍ଯ୍ୟ। ଏହା ସବୁ ପରୀକ୍ଷା ରୁ କଠିନ ପରୀକ୍ଷା ବୋଲି କୁହାଯାଏ। ଏହି ପରୀକ୍ଷା ପାଇଁ ଲୋକମାନେ ଅନେକ ସମୟରୁ ପ୍ରସ୍ତୁତି ରେ ଲାଗି ପଡ଼ନ୍ତି କିନ୍ତୁ ଉତ୍ତୀର୍ଣ୍ଣ ହେବାର କୌଣସି ଗ୍ୟାରେଣ୍ଟି ନଥାଏ।

କିନ୍ତୁ ଆଜି ଆମେ ଜଣେ ଏଭଳି ଝିଅ ବିଷୟରେ ଆଲୋଚନା କରିବା ଯିଏ ନା କେବଳ ୟୁପିଏସସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ବରଂ ପୁରା ଭାରତ ରେ ପାଞ୍ଚ ନମ୍ବର ରାଙ୍କ ମଧ୍ୟ ଆଣିଲେ ତେବେ ସେ ଏହି ପରୀକ୍ଷା ର ପ୍ରସ୍ତୁତି ନିଜ ଇଂଜିନିୟରିଂ ସହିତ ହିଁ କରିଥିଲେ। ତେବେ ଆସନ୍ତୁ ଜାଣିନେବା କି ଏହି ଅସମ୍ଭବ ଲାଗୁଥିବା କାର୍ଯ୍ୟ କୁ ସେ ସମ୍ଭବ କିପରି କଲେ।


ଏ ହେଉଛନ୍ତି ସୃଷ୍ଟି ଜୟନ୍ତ ଦେଶମୁଖ। ସୃଷ୍ଟି ଭୋପାଳ ରେ ବାସ କରନ୍ତି। ସେ ୨୦୧୮ ରେ ୟୁପିଏସସି ପରୀକ୍ଷା ରେ ଅଲ ଇଣ୍ଡିଆ ରେ ପାଞ୍ଚ ନମ୍ବର ରାଙ୍କ ଆଣିଥିଲେ ଏବଂ ମହିଳା କାଣ୍ଡିଡେଟ ରେ ପ୍ରଥମ ଥିଲେ। ତେବେ ଏହା ତାଙ୍କର ପ୍ରଥମ ପ୍ରୟାସ ଥିଲା ଏବଂ ପ୍ରଥମ ପ୍ରୟାସ ରେ ହିଁ ସେ ଉତ୍ତୀର୍ଣ୍ଣ ହୋଇ ଯାଇଥିଲେ।
ଆଶ୍ଚର୍ଯ୍ୟ ର କଥା ଏହା କି ସେ ନିଜ ଇଂଜିନିୟରିଂ କରୁଥିବା ସମୟରେ ହିଁ ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।

ସେ ଯେତେବେଳେ ତୃତୀୟ ବର୍ଷ ରେ ଥିଲେ ସେତେବେଳେ ତାଙ୍କ ମନରେ ଏହା ବିଚାର ଆସିଲା କି ସେ ଗୋଟିଏ ସାଧାରଣ ଚାକିରୀ କରି ନିଜର ଜୀଵନ ବିତାଇ ପାରିବେ ନାହିଁ ତେଣୁ ସେ ଆଇ ଏ ଏସ ପାଇଁ ୟୁପିଏସସି ପାଇଁ ନିଜର ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ।

ଯେତେବେଳେ ତାଙ୍କୁ ପ୍ରଶ୍ନ କରାଗଲା କି ସେ ଇଂଜିନିୟରିଂ ଏବଂ ୟୁପିଏସସି ଦୁଇ ଟାକୁ କିପରି ଭାବେ ମ୍ୟାନେଜ କରୁଥିଲେ ତେବେ ସେ ଉତ୍ତର ରେ କୁହନ୍ତି କି ଏହା ଏକ କଠିନ କାର୍ଯ୍ୟ କିନ୍ତୁ ମୁଁ ମୋର ଅଧିକ ସମୟ ୟୁପିଏସସି ପରୀକ୍ଷା ପାଇଁ ଦେଉଥିଲି ଏବଂ ଇଂଜିନିୟରିଂ ର ଯେତେବେଳେ ସେମିଷ୍ଟର ପରୀକ୍ଷା ଆସୁଥିଲା ସେତେବେଳେ ସେ ଏକ କିମ୍ବା ଦେଢ଼ ମାସ ପୂର୍ବରୁ ନିଜ ପାଠ କୁ ଶେଷ କରି ଦେଉଥିଲେ।

ଏହି ସମୟରେ ସେ ନିଜ ମୋବାଇଲ ରେ ଥିବା ସମସ୍ତ ସୋସିଆଲ ମିଡ଼ିଆ କୁ ଡ଼ିଲିଟ କରି ଦେଇଥିଲେ ଏବଂ ନିଜର ସମସ୍ତ ଧ୍ୟାନ ପାଠପଢା ରେ ଦେଉଥିଲେ।
ତାଙ୍କ ସଫଳତା ପଛରେ ସବୁଠାରୁ ବଡ଼ ହାତ ତାଙ୍କ ପରିବାର ଏବଂ ବାପା ମାଆ ଙ୍କ ର। ତାଙ୍କ ମାଆ ଜଣେ ଟିଚର ଏବଂ ବାପା ଇଞ୍ଜିନିୟର କିନ୍ତୁ ସେମାନେ କେବେବି କୌଣସି ପ୍ରଶ୍ନ ସୃଷ୍ଟି ଙ୍କୁ ପଚାରି ନଥିଲେ ତଥା ସର୍ଵଦା ଉତ୍ତମ ପରିବେଶ ଯୋଗାଉ ଥିଲେ।


ତେବେ ସେ ଏହା ମଧ୍ୟ କୁହନ୍ତି କି ସେ ନିୟମିତ ଭାବରେ ନ୍ୟୁଜ ପେପର ପଢ଼ନ୍ତି ଏବଂ ଟିବି ରେ ଆସୁଥିବା ରାଜ୍ୟସଭା ଚ୍ୟାନେଲ କୁ ଦେଖି ମଧ୍ୟ ନିଜ ପ୍ରସ୍ତୁତି କରନ୍ତି ଏହା ଛଡା ସେ ଅନଲାଇନ ଷ୍ଟଡ଼ି ମାଟେରୀୟଲ ରୁ ମଧ୍ୟ ପଢ଼ନ୍ତି ।

ଏହା ଛଡା ସେ ଏକ ଟିପସ ମଧ୍ୟ ଦେଇଛନ୍ତି କି ଆପଣ ଯେତେବେଳେ ୟୁପିଏସସି ପରୀକ୍ଷା ଦେଉଥିବେ ତେବେ ନିଜ ମୁଣ୍ଡରେ କେବଳ ଏହା ରଖିବେ କି ଏ ହେଉଛି ଆପଣ ଙ୍କ ର ପ୍ରଥମ ଏବଂ ଶେଷ ଚାନ୍ସ ଏବଂ ଆପଣଙ୍କ ପ୍ରତିଯୋଗିତା ଲକ୍ଷ ଲକ୍ଷ ଲୋକଙ୍କ ସହ ନୁହେଁ କାରଣ ହଲ ରେ ଥିବା ସମସ୍ତେ ସିରିୟସ ନଥାନ୍ତି ଆପଣଙ୍କ ପ୍ରତିଯୋଗିତା କେବଳ ସେହି ମାନଙ୍କ ସହ ଯେଉଁମାନେ ଏହାକୁ ଗମ୍ଭୀରତାର ସହିତ ନିଅନ୍ତି ତେଣୁ ନିଜ ମନରୁ ଡର କୁ କାଢ଼ିଦେବା ଉଚିତ ଅଟେ।

Leave a Reply

Your email address will not be published. Required fields are marked *