ରଜ ସଙ୍କ୍ରାନ୍ତିରେ କୁଆଁରୀ ଓ ବିବାହିତା ମହିଳାମାନେ ଭୁଲରେ ବି କରନ୍ତୁ ନାହିଁ ଏହି ୪ ଟି ଭୁଲ, ନହେଲେ…

ପବିତ୍ର ରଜ ପର୍ବ ଉପଲକ୍ଷେ ଓଡିଆର ଭାଇ ଓ ଭଉଣୀ ମାନଙ୍କୁ ହାର୍ଦ୍ଧିକ ଶୁଭେଶ୍ଚା ଏବଂ ଶୁଭକାମନା । ବିବାହିତା ନାରୀ ଏବଂ କୁଆଁରୀ ମାନଙ୍କୁ ରଜରେ ଏହି ଭୁଲ ମହଙ୍ଗା ପଡିପାରେ । ରଜ ସଙ୍କ୍ରାନ୍ତିରେ ଭୁଲରେ ବି କରିବେ ନାହିଁ ଏହି ସବୁ ଭୁଲ । ଗ୍ରୀଷ୍ମର ଉତ୍ତାପ ସୂର୍ଯ୍ୟଙ୍କର ତାଣ୍ଡବ, ବସୁମତୀ ମାତାର ତୃଷ୍ଣା ବଢାଇବା ପରେ ମିଥୁନ ସଙ୍କରାନ୍ତି ଠାରୁ ବର୍ଷା ଋତୁର ଆରମ୍ଭ ହୋଇଥାଏ । ଏହ ମିଥୁନ ସଙ୍କ୍ରାନ୍ତିର ୩ ଦିନକୁ ରଜ ଆକାରରେ ପାଳନ କରା ଯାଇଥାଏ ।

ପ୍ରଥମ ଦିନକୁ ପହିଲି ରାଜା, ଦ୍ଵିତୀୟ ଦିନକୁ ମିଥୁନ ସଙ୍କରାନ୍ତି ବା ରଜ ସଙ୍କରାନ୍ତି ଓ ଶେଷ ଦିନକୁ ଭୂମିଦାହ କୁହାଯାଏ । ଏହି ତିନି ଦିନକୁ କୁଆଁରୀ ଝିଅମାନେ ନିଜର ଆଗାମୀ ବୈବାହିକ ଜୀବନର ମଙ୍ଗଳ କାମନା କରି ପାଳୁଥିବା ବେଳେ ବିବାହିତା ନାରୀମାନେ ନିଜର ସନ୍ତାନ କାମନା କରି ପାଳିଥାନ୍ତି । କିନ୍ତୁ କୁମାରୀ ମାନେ ବା ବିବାହିତା ମାନେ ଏହି ରଜରେ କରୁଥିବା କେତୋଟି ଭୁଲ ସେମାନଙ୍କ ମନୋକାମନାକୁ ନଷ୍ଟ କରିବା ସହିତ ଭବିଷ୍ୟତ ଅନ୍ଧକାର କରିଦିଏ ଏବଂ ଘର ପରିବାରର ସୁଖ ଶାନ୍ତି ନଷ୍ଟ କରିଦିଏ । ତେବେ ଚାଲନ୍ତୁ ଜାଣିବା ସେହି ସବୁ ଭୁଲ କଣ ।

 

ପୌରାଣିକ କଥା ଅନୁସାରେ ବସୁମତୀ ମାତା ଏହି ତିନି ଦିନ ନିଜର ମାସିକ ଧର୍ମ ପାଳନ କରିଥାନ୍ତି । ଏବଂ ଚତୁର୍ଥ ଦିନ ବସୁମତୀ ସ୍ନାନ ବା ଭୁସ୍ନାନ ରୂପେ ପାଳନ କରାଯାଏ । ଏହି ରଜ ଶବ୍ଦ ଟି ରଜଶ୍ଵଳା ଶବ୍ଦରୁ ଆସିଛି । ରଜଶ୍ଵଳା ଶବ୍ଦର ଅର୍ଥ ମହିଳାମାନଙ୍କର ମାସିକ ଧର୍ମ ହୋଇଥାଏ । ଚାଲନ୍ତୁ ଜାଣିବା ରଜରେ କେଉଁ ସବୁ ଭୁଲ କରିବା ଅନୁଚିତ ।

୧. ପ୍ରଥା ଏବଂ ଶାସ୍ତ୍ର ଅନୁସାରେ ବସୁଧା ମାତାଙ୍କର ମାସିକ ଧର୍ମ ପାଳୁଥିବା ଏହି କୁଆଁରୀ ମାନଙ୍କୁ ୩ ଦିନ ଧରି ମନ୍ଦିରକୁ ଯିବା ଅନୁଚିତ ହୋଇଥାଏ । ମାସିକ ଧର୍ମ ପରି ଅସ୍ଵଚ୍ଛ ସମୟରେ ମୁଖ୍ଯତଃ ମହିଳାମାନେ ଅସ୍ଵଚ୍ଛ ଓ ଅପବିତ୍ର ହୋଇଥାନ୍ତି । ତେଣୁ ରଜ ସଙ୍କରାନ୍ତି ଦିନ ଭୁଲରେ ବି ଝିଅ ମାନଙ୍କୁ ମନ୍ଦିର ଯିବା ଅନୁଚିତ ଅଟେ ।

୨. ରଜ ସଙ୍କରାନ୍ତି ବା ରଜର ୩ ଦିନ ଝିଅମାନଙ୍କୁ ରନ୍ଧା ଯାଇଥିବା ଖାଦ୍ଯ ଖାଇବା ମନା ହୋଇଥାଏ । ରଜ ସମସ୍ତ ମହିଳାଙ୍କୁ ଅର୍ପଣ କରା ଯାଇଥିବାବେଳେ କୌଣସି ପ୍ରକାରର କାର୍ଯ୍ୟ କରିବା ମହିଳାମାନଙ୍କୁ ଏବଂ ନାରୀମାନଙ୍କୁ ବର୍ଜିତ କରାଯାଏ ଏବଂ ରନ୍ଧା ଯାଇଥିବା ଖାଦ୍ୟ ଭୋଜନ କରିବା ବି ବାରଣ କରାଯାଏ ।

୩. ଖାଲି ପାଦରେ ବସୁଧା ଉପରେ ଚାଲିବା କିମ୍ବା ବସୁଧା ମାତାଙ୍କୁ କୌଣସି ପ୍ରକାରର କ୍ଷତ ଦେବା ଅଶୁଭ ହୋଇଥାଏ । ରଜର ୩ ଦିନ ମାସିକ ଧର୍ମ ପାଳନ କରୁଥିବା ବସୁଧା ମାତା ଅସୁସ୍ଥ ଏବଂ କଷ୍ଟରେ ଥିବା ସମୟରେ ତାଙ୍କୁ କ୍ଷତ ଦେବା ଜୀବନକୁ ଅନ୍ଧକାର କରିଦିଏ । ତେଣୁ ରଜରେ ଝିଅମାନେ ଖାଲି ପାଦରେ ମାଟିରେ ଚାଲିବା କିମ୍ବା କୌଣସି ପ୍ରକାରର କ୍ଷତ ଦେବା ବାରଣ କରାଯାଇଥାଏ ।

୪. ରଜ ପର୍ବରେ ଝିଆମାନଙ୍କୁ ଧାରୁଆ ଶସ୍ତ୍ରର ବ୍ୟବହାର କରିବା ଅନୁଚିତ ହୋଇଥାଏ । ଶାସ୍ତ୍ରରେ ଉଲ୍ଲେଖ ଅଛି ରଜରେ ଏହି ୩ ଦିନ ଧାରୁଆ ଶସ୍ତ୍ରର ବ୍ୟବହାର କରିବା ଦରିଦ୍ରତା ବଢାଇଥାଏ ଏବଂ ବିବାହ ପରେ ସ୍ଵାମୀ ଠାରୁ ଦୂରେଇ ରହିବା ସହିତ ଦୁହିଁଙ୍କ ମଧ୍ୟରେ ସମସ୍ଯା ସୃଷ୍ଟି କରାଇଥାଏ । ତେଣୁ ରଜରେ ଆପଣ ଭୁଲରେ ବି ଏପରି ଭୁଲ କରନ୍ତୁ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟଟି କିପରି ଲାଗିଲା ଆମକୁ ଜଣାନ୍ତୁ, ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ଶେୟାର କରି ପେଜକୁ ଲାଇକ କରନ୍ତୁ ଓ ଆଗକୁ ଆମ ସହ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *