ଧୋନୀ କିମ୍ବା କୋହଲୀ ନୁହଁନ୍ତି ବରଂ ଏହି କ୍ରିକେଟର ଅଟନ୍ତି ସପନା ଚୌଧୁରୀଙ୍କ ପ୍ରଥମ ପ୍ରେମ, ମଉକା ମିଳିଲେ କରିବେ ଡେଟ

ସପନା ଚୌଧୁରୀ ହରିୟାଣାର ଫେମସ ସିଙ୍ଗର ଓ ଡ୍ୟାନସର । ତାଙ୍କର ଫ୍ୟାନ ଫଲୋଇଙ୍ଗ କୌଣସି ସୁପରଷ୍ଟାରଙ୍କ ଠାରୁ କମ ନାହିଁ , ପ୍ରଥମେ ତ ତାଙ୍କର ହରିୟାଣାର ଲୋକେ ହିଁ ତାଙ୍କୁ ଚିହ୍ନିଥିଲେ । କିନ୍ତୁ ବିଗ ବସରେ ଆସିବା ପରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ଆହୁରି ମଧ୍ୟ ବଢ଼ି ଯାଇଥିଲା , ଏବେ ଦୁନିଆ ସାରା ଲୋକ ସପନା ଚୌଧୁରୀଙ୍କୁ ଚିହ୍ନନ୍ତି । ବିଗ୍ ବସରେ ଆସିବା ପରେ ସପନାଙ୍କର ପପୁଲାରୀଟି ବହୁତ ବଢ଼ିଛି । ଏବେ ତାଙ୍କର ଗଣନା ସୁପରଷ୍ଟାରଙ୍କ ଭିତରେ କରାଯାଏ ।

ସପନା ବଲିଉଡ ଫିଲ୍ମରେ ନଜର ଆସି ସାରିଲେଣି । ବଲିଉଡ ଆକ୍ଟ୍ରେସ ଏହି କିଛିଦିନ ହେବ ତାଙ୍କ ନିଜ ଫେବ୍ରେଟ୍ ଖେଳାଳିଙ୍କ ବିଷୟରେ ଖୁଲାସା କରୁଥିଲେ । ଏହି ଲିଷ୍ଟରେ ଏବେ ସପନା ଚୌଧୁରୀଙ୍କ ନାମ ଯୋଡ଼ି ହେଇଯାଇଛି , ଏହି କିଛିଦିନ ହେବ ସପନା ନିଜର ଫେବ୍ରେଟ୍ ଖେଳାଳିଙ୍କ ବିଷୟରେ ଖୁଲାସା କରିଛନ୍ତି , ସପନା କହିଲେ କି ଭାରତୀୟ ଟିମର ଜଣେ ବିବାହିତ କ୍ରିକେଟର ତାଙ୍କୁ ବହୁତ ପସନ୍ଦ ଅଟନ୍ତି ଓ ସୁଯୋଗ ମିଳିଲେ ସେ ତାଙ୍କ ସହିତ ଡେଟ କରିବାକୁ ଯିବେ ।

ସପନାଙ୍କୁ ପସନ୍ଦ ଏହି ଭାରତୀୟ ଖେଳାଳି

ସପନା ଏକ ଇଣ୍ଟରର୍ଭିଉ ଏହା କହିଥିଲେ , ଇଣ୍ଟରର୍ଭିଉରେ ତାଙ୍କୁ ପଚରା ଯାଇଥିଲା କି ତାଙ୍କର ପସନ୍ଦରଖେଳାଳି କିଏ , ଏହା ଉପରେ ସପନା ଉତ୍ତର ଦେଲେ ସେମିତିରେ ସେ କ୍ରିକେଟ ବହୁତ ଦେଖନ୍ତି ନାହିଁ । କିନ୍ତୁ ଯେବେ ଜଣେ କ୍ରିକେଟର ଫିଲ୍ଡ ଉପରକୁ ଆବେ ସେ ମ୍ୟାଚ ମିସ କରନ୍ତି ନାହିଁ । ପ୍ରକୃତରେ ସପନାଙ୍କୁ ଛୋଟବେଳୁ ବିରୁ ମାନେ ବିରେନ୍ଦର ସେହୱାଗ ବହୁତ୍ ପସନ୍ଦ ଥିଲେ । କେବଳ ଛୋଟବେଳେ ନୁହେଁ ସପନାଙ୍କୁ ଆଜି ବି ବିରେନ୍ଦର ସେହେୱାଗ ବହୁତ ପସନ୍ଦ ଅଛନ୍ତି ।

ଯେବେ ବି ଵିରୁ ଟିଭିରେ ଆସନ୍ତି ସପନା ତାଙ୍କୁ ଦେଖିବାକୁ ମିସ କରନ୍ତି ନାହିଁ , ଏହା ବ୍ୟତୀତ ସପନାଙ୍କୁ ଵିରୁଙ୍କର ମଜାଦାର କମେଣ୍ଟ୍ରି ବହୁତ ପସନ୍ଦ ଆସିଥାଏ , ତାଙ୍କର ସେନ୍ସ ଅଫ ହ୍ୟୁମର ବହୁତ ଭଲ ଲାଗିଥାଏ , ବିରୁଙ୍କ ସେନ୍ସ ଅଫ ହ୍ୟୁମର ସମସ୍ତଙ୍କୁ ଭଲ ଲାଗିଥାଏ । ସପନା ଙ୍କୁ ବିରେନ୍ଦର ସେହୱାଗଙ୍କର ଦମଦାର ବ୍ୟାଟିଂ ବହୁତ ପସନ୍ଦ ଅଟେ ।

ବହୁତ୍ କମ ବୟସରୁ ନେଇଥିଲେ ପରିବାରର ଦାୟିତ୍ଵ

ସପନାଙ୍କ ଜନ୍ମ ହରିୟାଣାର ରୋହତକ ଗାଁରେ ୨୫ ସେପ୍ଟେମ୍ବର ୧୯୯୦ ରେ ହୋଇଥିଲା , ଆଜି ଯେଉଁଠି ସେ ପହଞ୍ଚିଛନ୍ତି ସେଥିପାଇଁ ସେ ବହୁତ କଷ୍ଟ କରି ପହଞ୍ଚିଛନ୍ତି । ସପନା ବହୁତ୍ କମ୍ ବୟସରେ ସଫଳତା ପାଇଥିଲେ । ବାପାଙ୍କ ମୃତ୍ୟୁ ପରେ ସପନା ଘରର ଦାୟିତ୍ଵ ମୁଣ୍ଡାଇ ଥିଲେ । ନିଜ ଦମରେ ସେ ନିଜର ଓ ପରିବାରର ପେଟ ପୋଷିଥିଲେ । ଯେତେବେଳେ ସେ ୧୦ ବର୍ଷର ଥିଲେ ତେବେ ତାଙ୍କ ବାପାଙ୍କର ମୃତ୍ୟୁ ହୋଇଥିଲା ।

ଛୋଟବେଳୁ ଥିଲା ନାଚିବା ଓ ଗାଇବାର ଇଛା

ସପନାଙ୍କୁ ଛୋଟବେଳୁ ନଚିବା ଓ ଗାଇବାର ଇଛା ଥିଲା । ବଡ଼ ହେଇ ତାଙ୍କର ଏହି ଇଛାକୁ ସେ ତାଙ୍କର ପ୍ରଫେସନ କରିଦେଲେ । ବିଗ୍ ବସ୍ ପରେ ସପନାଙ୍କୁ ଫିଲ୍ମରେ ଅଫର ଆସିବାକୁ ଲାଗିଲା ଓ ଆଜି ସପନାଙ୍କୁ ଘରେ ଘରେ ସମସ୍ତେ ଜାଣିଛନ୍ତି , ଦୂର ଦୂରରୁ ଲୋକେ ଆସନ୍ତି ତାଙ୍କ ନାଚ ଦେଖିବାକୁ , ଏତେ ଟଙ୍କା କମେଇବା ପରେ ମଧ୍ୟ ସେ ନାଚର ଫେସନ୍ ଛାଡି ନାହାନ୍ତି । ଆଜି ମଧ୍ୟ ଜାଗା ଜାଗାରେ ଷ୍ଟେଜ ସୋ କରୁଛନ୍ତି । ସେ ତାଙ୍କ ଜୀବନରେ ଯେତେ ସଂଘର୍ଷ କରିଛନ୍ତି ତାଙ୍କୁ କାମିୟାବି ମିଳିବାର ପୁରା ହକ ଅଛି ।

ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *