Breaking News: ବଢୁଛି Green Zone, 17 ତାରିଖରୁ Unlock ହେଇପାରେ ଏହି 9 ଟି ଜିଲ୍ଲା, ଏଥିରେ ଆପଣଙ୍କ ଜିଲ୍ଲା ନାହିଁ ତ ? ଜଲ୍ଦି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ କରୋନା ରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ରାଜ୍ୟ ରେ ଲକଡାଉନ ଘୋଷଣା କରିଥିଲେ । କିନ୍ତୁ ବର୍ତ୍ତମାନ ରାଜ୍ୟ ରେ କରୋନା ସ୍ଥିତି ରେ ସୁଧାର ଆସୁଥିବାର ଦେଖାଯାଉଛି ।

ସଂକ୍ରମଣ ର ହାର ଦିନ କୁ ଦିନ କମିବାରେ ଲାଗିଛି । ତେଣୁ ରାଜ୍ୟ ସରକାର ବର୍ତ୍ତମାନ କେତେକ ସ୍ଥାନ ରୁ ଲକଡାଉନ ଉଠାଇବା ପାଇଁ ଚିନ୍ତା କରୁଛନ୍ତି । ଓଡିଶା ର ଯେଉଁ ଜିଲ୍ଲା ଗୁଡିକ ଗ୍ରୀନ ଜୋନ ରେ ରହିଛି ସେହି ସବୁ ସ୍ଥାନ ରୁ ଲକଡାଉନ ଉଠିପାରେ ବୋଲି ବର୍ତ୍ତମାନ ଶୁଣିବାକୁ ମିଳୁଛି । ରାଜ୍ୟ ରେ ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଉଥିବାରୁ ରେଡ଼ ଜୋନ ଗୁଡିକ ଗ୍ରୀନ ଜୋନ ରେ ପରିଣତ ହୋଇଛନ୍ତି ।

ବନ୍ଧୁଗଣ ରାଜ୍ୟ ରେ ଆସନ୍ତା ଜୁନ ୧୭ ତାରିଖ ଦିନ ଲକଡାଉନ ର ଅବଧି ଶେଷ ହେବାକୁ ଯାଉଛି । ଏହା ସହିତ ଅଧିକାଂଶ ଜିଲ୍ଲାରେ ସଂକ୍ରମଣ ମଧ୍ୟ ହ୍ରାସ ପାଇଥିବାର ଦେଖାଯାଇଛି । ତେଣୁ ସରକାର ପର୍ଯାୟକ୍ରମ ରେ ଲକଡାଉନ କୁ ଖୋଲି ପାରନ୍ତି ବୋଲି ଆଶା କରାଯାଉଛି । ତେବେ କେଉଁ କେଉଁ ଜିଲ୍ଲାରେ ପ୍ରଥମ ରୁ ଲକଡାଉନ ଉଠାଇବେ ସେ ସମ୍ପର୍କରେ ରାଜ୍ୟ ସରକାର ବିଚାର ବିମର୍ଷ କରୁଛନ୍ତି ।

ବର୍ତ୍ତମାନ କରୋନା ଗ୍ରାଫ ଅନୁସା ରେ ୧୨ଟି ଜିଲ୍ଲା ଗ୍ରୀନ ଜୋନ ରେ ରହିଛି । ସେହି ୧୨ଟି ଜିଲ୍ଲା ହେଉଛି-ଝାରସୁଗୁଡା, ଦେବଗଡ଼, ସମ୍ବଲପୁର, ସୁବର୍ଣ୍ଣପୁର, କେନ୍ଦୁଝର, ବଲାଙ୍ଗୀର, ନୂଆପଡା, କନ୍ଧମାଳ, କଳାହାଣ୍ଡି,ଗଞ୍ଜାମ, ଗଜପତି ଓ ମାଲକାନଗିରି । ଏଥି ମଧ୍ୟରୁ ୧୧ଟି ଜିଲ୍ଲା ରେ ସଂକ୍ରମଣ ର ହାର ୫ ପ୍ରତିଶତ ରୁ କମ ରହିଛି ।

ଗ୍ରୀନ ଜୋନ ରେ ଥିବା ୯ଟି ଜିଲ୍ଲା ଯଥା-ଝାରସୁଗୁଡା, ସୁବର୍ଣ୍ଣ ପୁର,ସମ୍ବଲପୁର,ବଲାଙ୍ଗୀର, କନ୍ଧମାଳ,ଗଞ୍ଜାମ, ଗଜପତି, ନୂଆପଡା,କଳାହାଣ୍ଡି ଆଦି ଜିଲ୍ଲା ରେ ଜୁନ ୧୭ ପରେ ଅନଲକ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି । କିନ୍ତୁ ସରକାର ସବୁ ଦିଗ କୁ ଦୃଷ୍ଟି ରେ ରଖି ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି ।

ସ୍ୱାସ୍ଥ୍ୟ ନିର୍ଦେଶକ ଏହି ବିଷୟ ରେ ପ୍ରତିକ୍ରିୟା ଦେଇ କହିଛନ୍ତି ସଂକ୍ରମଣ ର ହାର ୫ ପ୍ରତିଶତ ରୁ କମ ଥିବା ସ୍ଥାନରେ ବର୍ତ୍ତମାନ ଲକଡାଉନ ଉଠାଇ ଦେବା ଉଚିତ ଓ ୧୦ ପ୍ରତିଶତ ରୁ ଅଧିକ ଥିବା ସ୍ଥାନରେ ବର୍ତ୍ତମାନ ପୂର୍ବ ପରି କଟକଣା ଲାଗୁ କରିବା ଉଚିତ । ବର୍ତ୍ତମାନ ସରକାର ଏ ନେଇ ବିଚାର କଲା ପରେ ହିଁ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି ।

ତେବେ ବନ୍ଧୁଗଣ ଏଥିରେ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *