Bhubaneswar ଡିଜିଟାଲ କିଓସ୍କରେ ଚାଲିଛି ବ୍ଲୁ ଫିଲ୍ମ, ବଢିଲା ଜନ ଅସନ୍ତୋଷ ! ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଘଟୁଥିବା ସମସ୍ତ ଘଟଣା ଓ ଖବର ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଅତି ସହଜରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଘଟଣାଟି ବହୁତ ଚର୍ଚାରେ ଅଛି ଓ ଏହି ଘଟଣା ବିଷୟରେ ଜାଣିଲେ ଆପଣ ମାନଙ୍କର ହୋସ ଉଡିଯିବ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ବନ୍ଧୁଗଣ ମିଡିଆ ରିପୋର୍ଟସ ଅନୁସରେ ଭୁବନେଶ୍ଵରର ବିଭିନ୍ନ ପ୍ରମୁଖ ଛକରେ ଲାଗିଥିବା କିଓସ୍କରେ ଅଶ୍ଳୀଇଳ ଭିଡିଓ ଚାଲିଥିବାର ଅଭିଯୋଗ ଆସିଛି । କିଓସ୍କରେ ପାଖାପାଖି ୧୦ ରୁ ୧୫ ଅଶ୍ଳୀଇଳ ଭିଡିଓ ଚାଲିଥିବାର ସୂଚନା ମିଳିଛି । ଏହା ଦେଖିବା ପରେ ଉପୁଜିଛି ଜନ ଅସନ୍ତୋଷ ।

ଗତ କାଲି ରାତି ୯.୩୦ ରୁ ୯. ୪୫ ମଧ୍ୟରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବାର କୁହାଯାଉଛି । କିଓସ୍କରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସଚେତନତା ବାର୍ତ୍ତା ସହିତ ସରକାରଙ୍କ ଯୋଜନା ସମ୍ପର୍କରେ ଜନତାଙ୍କୁ ଅବଗତ କରାଯାଇଥାଏ । କିନ୍ତୁ ସେହି କିଓସ୍କରେ ଅଶ୍ଳୀଇଳ ଭିଡିଓ ଚାଲିଥିବା ବେଳେ ଲୋକେ ଅଭିଯୋଗ ଉଠାଇ ଛନ୍ତି ।

କିଓସ୍କ ଭୁବନେଶ୍ଵର ସ୍ମାର୍ଟ ସିଟି ଲିମିଟେଡ ଦାୟିତ୍ଵରେ ଥିବା ବେଳେ କିଏ ଓ କେମିତି ଏଭଳି ଭିଡିଓକୁ ପ୍ରସାରଣ କଲେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ଏ ସମ୍ପର୍କରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ପ୍ରତିକ୍ରିୟା ମିଳି ପାରି ନହିଁ । ଜଣେ ବ୍ୟକ୍ତି ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି ଯେ, ସେ ବସ ଷ୍ଟାଣ୍ଡ ପାଖରେ ନିଜ ଅଟୋ ଆଣି ରଖିଥିଲେ ସେଠାରେ ଲାଗିଥିବା କିଓସ୍କରେ ଅଶ୍ଳୀଇଳ ଫଟୋ ଚିତ୍ର ଆସୁଥିଲା । ଏହାକୁ ଦେଖି ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ବନ୍ଧୁଗଣ ଏହି ଦୃଶ୍ୟକୁ ଅନେକ ଲୋକ ନିଜ ଆଖିରେ ଦେଖିଥିବାର କୁହାଯାଉଛି । ତେବେ ସୋସିଆଲ ମିଡିଆରେ ଏହି ଖବରଟି ବହୁତ ଭାଇରାଲ ହେଉଛି ଓ ଲୋକମାନେ ଏହି ଖବର ବିଷୟରେ ଜାଣି ଭିନ୍ନ ଭିନ୍ନ ପ୍ରତିକ୍ରିୟା ମାନ ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *