Railway ପ୍ଲାଟଫର୍ମରେ ଶୋଇଲେ Sonu Sood, ବିସିଲାରି ପାଣି ଛାଡି ପ୍ଲାଟଫର୍ମ ଟ୍ୟାପରୁ ପିଇଲେ ପାଣି, video ହେଉଛି ଭାଇରାଲ

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ଲାଟଫର୍ମରେ ଶୋଇଲେ ସୋନୁସୂଦ । ଘରର ଡଲବ ଗଦୀ ଛାଡି ଟ୍ରେନ ପ୍ଲାଟଫର୍ମ ରେ ପଡିଥିବା ଲୁହା ଚେୟାର ଉପରେ ଶୋଇଲେ । ବିସିଲାରୀ ପାଣି ଛାଡି ପ୍ଲାଟଫର୍ମ ଟ୍ୟାପରୁ ପାଣି ପିଇଲେ । ଆଉ କହିଲେ ଯେ ଏହାଠାରୁ ଭଲ ପାଣି ଦୁନିଆରେ ହିଁ ନାହିଁ । ତେବେ ବଲିଉଡ ଆକ୍ଟର ସୋନୁ ସୂଦ କିଛି ନା କିଛି କାରଣ ନିମନ୍ତେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି । ସୋନୁ ଙ୍କ କ୍ରେଜ ସବୁବେଳେ ବଢି ବଢି ଚାଲିଛି ।

ସୋନୁ ସୂଦ ତାଙ୍କର କାର୍ଯ୍ୟ ନିମନ୍ତେ ଲୋକଙ୍କ ହୃଦୟରେ ଏକ ସ୍ଵତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ବର୍ତ୍ତମାନ ମଧ୍ୟ ସେ କିଛି ଏଭଳି କରିଛନ୍ତି ଯେଉଁଥି ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି । ସୋନୁ ନିଜର ଟ୍ଵିଟର ପେଜ ରେ ଏକ ଭି-ଡି-ଓ ପୋଷ୍ଟ କରିଛନ୍ତି ଏହି ଭି-ଡି-ଓ ରେ ସେ ମୁମ୍ବାଇ ର ଏକ ଷ୍ଟେସନ ରେ ଯାତ୍ରୀ ମାନଙ୍କ ଚେୟାରରେ ଶୋଇଥିବାର ନଜର ଆସିଛନ୍ତି ।

ଆଉ ଟ୍ରେନ ର ଶବ୍ଦ ରେ ସୋନୁ ଙ୍କ ର ନିଦ ଭାଙ୍ଗି ଯାଉଅଛି । ଏହାପରେ ସୋନୁ କହୁଛନ୍ତି ଯେ କଣ ଭାଇ କାହିଁକି ମତେ ଡିଷ୍ଟର୍ବ କରୁଛ ? ଷ୍ଟେସନ ରେ ମଧ୍ୟ କେହି ଟିକିଏ ଭଲରେ ଶୋଇବା ନିମନ୍ତେ ଦେଉନାହାଁନ୍ତି । ଏହା ସହିତ ସେ କହିଛନ୍ତି ଯେ ଷ୍ଟେସନର ଜୀବନ ଠାରୁ ଭଲ ଆଉ କିଛି ନାହିଁ । ଏହାପରେ ସେ ପ୍ୟାକଅପ କହି ଘରକୁ ଫେରୁଛନ୍ତି ବୋଲି କହି ଲୋକାଲ ଟ୍ରେନ ରେ ଚଢିଗଲେ ।

ଟ୍ରେନ ସିଟରେ ଶୋଇଲେ ଏବଂ ଟ୍ରେନ ଭିତରେ ଝୁଲିଲେ ମଧ୍ୟ । ସଂପୂର୍ଣ୍ଣ ଏକ ଛୋଟ ପିଲା ଭଳି ହେଉଥିଲେ ସୋନୁ ସୂଦ । ଟ୍ରେନ ରେ ଥିବା ଯାତ୍ରୀ ମାନଙ୍କ ସହିତ ମଜା କରିବା ସହିତ ତାଙ୍କ ସହିତ ସେଲଫି ମଧ୍ୟ ନେଇଥିଲେ । ଏତିକି ରେ ଶେଷ ହୋଇ ନଥିଲା ସୋନୁ ଙ୍କ ମଜା ସୋନୁ ପ୍ଲାଟଫର୍ମ ରୁ ଓହ୍ଲାଇଲା ପରେ ପ୍ଲାଟଫର୍ମରୁ ପାଣି ପିଇଲେ ।

ମିନେରାଲ ପାଣି ମଧ୍ୟ ଏହି ଷ୍ଟେସନ ପାଣି ଆଗରେ ଫିକା ବୋଲି କହିଲେ ସୋନୁ । ଏଭଳି କରି ମୁମ୍ବାଇ ର ଲୋକାଲ ଟ୍ରେନ ରେ ବହୁତ ମଜା କରିଥିଲେ ସୋନୁସୂଦ । ତେବେ ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *